For Quick Alerts
Turn On Notification  
For Daily Alerts
Oneindia App Download

ଆପଣଙ୍କ ଆଧାର କାର୍ଡରେ ତ୍ରୁଟି ରହିଛି କି ? ଜାଣନ୍ତୁ ଘରେ ବସି କିପରି ଏହାର ସଂଶୋଧନ କରିବେ...

ଆପଣ ନିଜର ଆଧାରକାର୍ଡରେ କୌଣସି ପରିବର୍ତ୍ତନ ବା କାର୍ଡ କରିବା ସମୟରେ ହୋଇଯାଇଥିବା ଭୁଲର ସଂଶୋଧନ କରିବାକୁ ଚାହୁଁଛନ୍ତି କି ? ଘରେ ବସି କରନ୍ତୁ ଅପଡେଟ୍ ।

|

ଆପଣ ନିଜର ଆଧାରକାର୍ଡରେ କୌଣସି ପରିବର୍ତ୍ତନ ବା କାର୍ଡ କରିବା ସମୟରେ ହୋଇଯାଇଥିବା ଭୁଲର ସଂଶୋଧନ କରିବାକୁ ଚାହୁଁଛନ୍ତି କି ? ଏଥିପାଇଁ ଆପଣଙ୍କୁ ଆଉ ଆଧାରକାର୍ଡ ସେଣ୍ଟର କିମ୍ବା ସାଧଆରଣ ସୁବିଧା କେନ୍ଦ୍ର ଯିବାକୁ ପଡ଼ିବ ନାହିଁ । ଆପଣ ଘରେ ବସି ମୋବାଇଲ ସାହାଯ୍ୟରେ ଆପଣଙ୍କ ଆଧାରକାର୍ଡରେ ଛିକଣା, ମୋବାଇଲ ନମ୍ବର, ଇମେଲ ଆଇଡି ଆଦି ପରିବର୍ତ୍ତନ କରିପାରିବେ ।

UIDAI ଏକ ସୁବିଧା ପ୍ରଦାନ କରୁଛି ଯାହା ବ୍ୟବହାର କରି ଘରୁ ଆପଣଙ୍କ ଆଧାରରେ ଅନେକ ପରିବର୍ତ୍ତନ କରାଯାଇପାରିବ । ଯଦିଓ କିଛି ପରିବର୍ତ୍ତନ ଏବଂ ସୁବିଧା ଅଛି ଯାହା ପାଇଁ ଆପଣଙ୍କୁ ନିକଟତମ ଆଧାର କାର୍ଡ କେନ୍ଦ୍ର ପରିଦର୍ଶନ କରିବାକୁ ପଡିବ ।

Aadhaar-card

ଘରେ ବସି ଆଧାରରେ ଆପଣ କ'ଣ ପରିବର୍ତ୍ତନ କରିପାରିବେ ?

ଆପଣ ନିଜେ ଘରେ ବସି ଆଧାରକାର୍ଡରେ ଭୁଲଥିବା ନାମ, ଲିଙ୍ଗ, ଠିକଣା, ଜନ୍ମ ତାରିଖ ଏବଂ ଭାଷା ଆଦିକୁ ଅନଲାଇନ ମାଧ୍ୟମରେ କରିପାରିବେ । କିନ୍ତୁ ଆଧାରକାର୍ଡରେ ଭୁଲ ଥିବା ପରିବାର ମୁଖ୍ୟଙ୍କ ନାମ, ବାୟୋମେଟ୍ରିକ ଆଦି ପରିବର୍ତ୍ତ ପାଇଁ ଆପଣଙ୍କୁ ଆଧାରକେନ୍ଦ୍ରକୁ ଯିବାକୁ ହେବ ।

ଏହା ମନେରଖିବା ଜରୁରୀ ଯେ, ଅନଲାଇନ୍ ଆଧାର ଅପଡେଟ୍ ପାଇଁ ଆଧାରକାର୍ଡରେ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇଥିବା ବାଧ୍ୟତାମୂଳକ, କାରଣ ଆପଣ ପରିବର୍ତ୍ତନ କରିବା ସମୟରେ ଯାଞ୍ଚ ପାଇଁ ଏହି ନମ୍ବରରେ ଏକ OTP ପାଇବେ ।

ଆପଣଙ୍କର ସ୍ମାର୍ଟଫୋନ୍ ବ୍ୟବହାର କରି କିପରି ଆପଣଙ୍କର ବିବରଣୀ ଅପଡେଟ୍ କରିବେ...

  • ସୋପାନ 1- UIDAI ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ । ଏଠାରେ ସିଧାସଳଖ ଲିଙ୍କ୍ ଅଛି ।
  • ସୋପାନ 2- ହୋମପେଜର ଥିବା 'Proceed to Update Aadhar' ଉପରେ କ୍ଲିକ୍ କରନ୍ତୁ ।
  • ସୋପାନ 3- ଆଧାର ନମ୍ବର ଏବଂ କ୍ୟାପଚା ପରି ବିବରଣୀ ପୁରଣ କରନ୍ତୁ ।
  • ସୋପାନ 4- ଏହାପରେ ଆପଣ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ପାଇବେ । ଏହାକୁ ପ୍ରବେଶ କରନ୍ତୁ ।
  • ସୋପାନ 5-ବର୍ତ୍ତମାନ ଆପଣ ବୈଧ ପ୍ରମାଣ ପତ୍ର ଦେଇ ଆବଶ୍ୟକ ପରିବର୍ତ୍ତନ କରିପାରିବେ ।
  • ସୋପାନ 6- ଶେଷରେ ଅପଡେଟ୍ ଉପରେ କ୍ଲିକ୍ କରି ଆପଣଙ୍କ ପରିବର୍ତ୍ତିତ ଆଧାର କାର୍ଡ ପାଇପାରିବେ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Do you want to update your Aadhar card but don't want to visit any Aadhar Kendra? Here's an easy way to make changes to your Aadhaar such as address, mobile number, email ID, etc.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X