ଆପଣଙ୍କ ଆଧାର କାର୍ଡରେ ତ୍ରୁଟି ରହିଛି କି ? ଜାଣନ୍ତୁ ଘରେ ବସି କିପରି ଏହାର ସଂଶୋଧନ କରିବେ...

ଆପଣ ନିଜର ଆଧାରକାର୍ଡରେ କୌଣସି ପରିବର୍ତ୍ତନ ବା କାର୍ଡ କରିବା ସମୟରେ ହୋଇଯାଇଥିବା ଭୁଲର ସଂଶୋଧନ କରିବାକୁ ଚାହୁଁଛନ୍ତି କି ? ଘରେ ବସି କରନ୍ତୁ ଅପଡେଟ୍ ।

ଆପଣ ନିଜର ଆଧାରକାର୍ଡରେ କୌଣସି ପରିବର୍ତ୍ତନ ବା କାର୍ଡ କରିବା ସମୟରେ ହୋଇଯାଇଥିବା ଭୁଲର ସଂଶୋଧନ କରିବାକୁ ଚାହୁଁଛନ୍ତି କି ? ଏଥିପାଇଁ ଆପଣଙ୍କୁ ଆଉ ଆଧାରକାର୍ଡ ସେଣ୍ଟର କିମ୍ବା ସାଧଆରଣ ସୁବିଧା କେନ୍ଦ୍ର ଯିବାକୁ ପଡ଼ିବ ନାହିଁ । ଆପଣ ଘରେ ବସି ମୋବାଇଲ ସାହାଯ୍ୟରେ ଆପଣଙ୍କ ଆଧାରକାର୍ଡରେ ଛିକଣା, ମୋବାଇଲ ନମ୍ବର, ଇମେଲ ଆଇଡି ଆଦି ପରିବର୍ତ୍ତନ କରିପାରିବେ ।

UIDAI ଏକ ସୁବିଧା ପ୍ରଦାନ କରୁଛି ଯାହା ବ୍ୟବହାର କରି ଘରୁ ଆପଣଙ୍କ ଆଧାରରେ ଅନେକ ପରିବର୍ତ୍ତନ କରାଯାଇପାରିବ । ଯଦିଓ କିଛି ପରିବର୍ତ୍ତନ ଏବଂ ସୁବିଧା ଅଛି ଯାହା ପାଇଁ ଆପଣଙ୍କୁ ନିକଟତମ ଆଧାର କାର୍ଡ କେନ୍ଦ୍ର ପରିଦର୍ଶନ କରିବାକୁ ପଡିବ ।

Aadhaar-card

ଘରେ ବସି ଆଧାରରେ ଆପଣ କ'ଣ ପରିବର୍ତ୍ତନ କରିପାରିବେ ?

ଆପଣ ନିଜେ ଘରେ ବସି ଆଧାରକାର୍ଡରେ ଭୁଲଥିବା ନାମ, ଲିଙ୍ଗ, ଠିକଣା, ଜନ୍ମ ତାରିଖ ଏବଂ ଭାଷା ଆଦିକୁ ଅନଲାଇନ ମାଧ୍ୟମରେ କରିପାରିବେ । କିନ୍ତୁ ଆଧାରକାର୍ଡରେ ଭୁଲ ଥିବା ପରିବାର ମୁଖ୍ୟଙ୍କ ନାମ, ବାୟୋମେଟ୍ରିକ ଆଦି ପରିବର୍ତ୍ତ ପାଇଁ ଆପଣଙ୍କୁ ଆଧାରକେନ୍ଦ୍ରକୁ ଯିବାକୁ ହେବ ।

ଏହା ମନେରଖିବା ଜରୁରୀ ଯେ, ଅନଲାଇନ୍ ଆଧାର ଅପଡେଟ୍ ପାଇଁ ଆଧାରକାର୍ଡରେ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇଥିବା ବାଧ୍ୟତାମୂଳକ, କାରଣ ଆପଣ ପରିବର୍ତ୍ତନ କରିବା ସମୟରେ ଯାଞ୍ଚ ପାଇଁ ଏହି ନମ୍ବରରେ ଏକ OTP ପାଇବେ ।

ଆପଣଙ୍କର ସ୍ମାର୍ଟଫୋନ୍ ବ୍ୟବହାର କରି କିପରି ଆପଣଙ୍କର ବିବରଣୀ ଅପଡେଟ୍ କରିବେ...

  • ସୋପାନ 1- UIDAI ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ । ଏଠାରେ ସିଧାସଳଖ ଲିଙ୍କ୍ ଅଛି ।
  • ସୋପାନ 2- ହୋମପେଜର ଥିବା 'Proceed to Update Aadhar' ଉପରେ କ୍ଲିକ୍ କରନ୍ତୁ ।
  • ସୋପାନ 3- ଆଧାର ନମ୍ବର ଏବଂ କ୍ୟାପଚା ପରି ବିବରଣୀ ପୁରଣ କରନ୍ତୁ ।
  • ସୋପାନ 4- ଏହାପରେ ଆପଣ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ପାଇବେ । ଏହାକୁ ପ୍ରବେଶ କରନ୍ତୁ ।
  • ସୋପାନ 5-ବର୍ତ୍ତମାନ ଆପଣ ବୈଧ ପ୍ରମାଣ ପତ୍ର ଦେଇ ଆବଶ୍ୟକ ପରିବର୍ତ୍ତନ କରିପାରିବେ ।
  • ସୋପାନ 6- ଶେଷରେ ଅପଡେଟ୍ ଉପରେ କ୍ଲିକ୍ କରି ଆପଣଙ୍କ ପରିବର୍ତ୍ତିତ ଆଧାର କାର୍ଡ ପାଇପାରିବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+