ଚୋରି କିମ୍ବା ହଜିଯାଇଛି କି ଆପଣଙ୍କ ମୋବାଇଲ ? ପୋଲିସ ଭଳି ଆପଣ ନିଜେ କରି ପାରିବେ ଟ୍ରାକ୍

ଯଦି ଆମ ଫୋନ୍ ହଜିଯାଏ ତେବେ ଆମ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମୋବାଇଲକୁ ଖୋଜି ପାଇବା ପାଇଁ ଆମେ ବେଳେ ବେଳେ ପୋଲିସର ସହାୟତା ନେବା ସହ ପୋଲିସ୍ ଏହାକୁ ଟ୍ରାକ୍ କରିବା ପାଇଁ ପୋଲିସ୍ ଚେଷ୍ଟା କରିଥାଏ । ଆପଣ ନିଜେ ମଧ୍ୟ ଫୋନକୁ ଟ୍ରାକ୍ କରିପାରିବେ ।

ଆଜିକାଲିର ଆଧୁନିକ ଦୁନିଆରେ ଆମେ ସମସ୍ତେ ପ୍ରାୟ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି । ସାନରୁ ବଡ଼ ସମସ୍ତେ ସ୍ମାର୍ଟଫୋନ୍ ସହ ଅତି ନିବିଡ଼ ଭାବେ ଜଡ଼ିତ ରହୁଛନ୍ତି । କିଛି ଲୋକ ବ୍ୟକ୍ତଗତ କାର୍ଯ୍ୟପାଇଁ ବ୍ୟବହାର କରୁଥିବେ ବେଳେ ଅନ୍ୟ କିଛି ଲୋକ ବୃତ୍ତିଗତ କାର୍ଯ୍ୟରେ ଏହାକୁ ବ୍ୟବହାର କରୁଛେ । ବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଫିସର କାର୍ଯ୍ୟ ଏହା ଜରିଆରେ କରିବା ସହ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୋବାଇଲରେ ଗଚ୍ଛିତ କରି ରଖିଥାନ୍ତି । ଏହି ପରିସ୍ଥିତିରେ ଯଦି ଆମ ଫୋନ୍ ହଜିଯାଏ ତେବେ ଆମ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମୋବାଇଲକୁ ଖୋଜି ପାଇବା ପାଇଁ ଆମେ ବେଳେ ବେଳେ ପୋଲିସର ସହାୟତା ନେବା ସହ ପୋଲିସ୍ ଏହାକୁ ଟ୍ରାକ୍ କରିବା ପାଇଁ ପୋଲିସ୍ ଚେଷ୍ଟା କରିଥାଏ । ଆପଣ ନିଜେ ମଧ୍ୟ ହଜିଯାଇଥିବା ଫୋନକୁ ଟ୍ରାକ୍ କରିପାରିବେ । ଆମେ ଆପଣଙ୍କୁ ଜଣାଇବୁ କିପରି ନିଜେ ନିଜେ ମୋବାଇଲ ଟ୍ରାକ୍ କରିପାରିବେ...

Mobile-tracker

IMEI ନମ୍ବରରୁ ମିଳିପାରିବ ହଜିଯାଇଥିବା ଫୋନ୍

ହଜିଯାଇଥିବା ମୋବାଇଲ୍ ଫୋନ୍ ଖୋଜିବା ଏକ କଷ୍ଟସାଧ୍ୟ କାର୍ଯ୍ୟ । କିନ୍ତୁ ଯଦି ଆପଣ ଏହି ଛୋଟ ଉପାୟ ଜାଣିଛନ୍ତି, ତେବେ ଆପଣଙ୍କର ହଜିଯାଇଥିବା ଫୋନ୍ କିଛି ମିନିଟରେ ଫେରିପାଇବେ ।
ଏଥିପାଇଁ ଆପଣ ନିଜ ଫୋନର IMEI (ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି) ନମ୍ବର ଜାଣିବା ଆବଶ୍ୟକ । ଏହା ସହିତ ଏକ ମୋବାଇଲ ଆପ୍ ଜରିଆରେ ନିଜର ମୋବାଇଲକୁ ଟ୍ରାକ୍ କରିପାରିବେ ।

ଏହି ଆପ୍ ଇନଷ୍ଟଲ୍ କରି କରନ୍ତୁ ଟ୍ରାକ୍

ଅନ୍ୟ ଏକ ଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ IMEI ଫୋନ୍ ଟ୍ରାକର୍ ଆପ୍ ଇନଷ୍ଟଲ କରନ୍ତୁ । ଏହା ପରେ, ଏହି ଆପରେ IMEI ଦେଇ ଟ୍ରାକ୍ କରନ୍ତୁ | ଆପଣ ଏକ ମେସେଜ୍ ମାଧ୍ୟମରେ ଆପଣଙ୍କ ଫୋନର ଲୋକେସନ୍ ଜାଣିପାରିବେ । ଫୋନ୍ ହଜିଯିବା ମାତ୍ରେ, ଆପଣ IMEI ନମ୍ବର ସହିତ ପୋଲିସ ନିକଟରେ ଅଭିଯୋଗ କରିପାରିବେ । ଏହି ନମ୍ବରରୁ ପୋଲିସ ଫୋନକୁ ମଧ୍ୟ ଟ୍ରାକ କରିଥାଏ ।

ମୋବାଇଲ୍ ଟ୍ରାକର ଆପରେ IMEI ନମ୍ବର ଦିଅନ୍ତୁ

ଆପଣଙ୍କୁ ଏହି ଆପରେ ଆପଣଙ୍କ ଫୋନର IMEI ନମ୍ବର ଦେବାକୁ କରିବାକୁ ପଡିବ । ଯାହା ଦ୍ୱାରା ଆପଣ ଏହାକୁ ସହଜରେ ଟ୍ରାକ୍ କରିପାରିବେ । ଏହାର ବିଶେଷ କଥା ହେଉଛି ଯଦି କେହି ଆପଣଙ୍କ ଫୋନରୁ ସିମ୍, ଇଣ୍ଟରନେଟ୍ ଏବଂ ଜିପିଏସ୍ ବନ୍ଦ ଥାଏ, ତେବେ ମଧ୍ୟ ଏହି ଆପ୍ ମାଧ୍ୟମରେ ଫୋନକୁ ଟ୍ରାକ୍ କରିପାରିବେ ।

Mobile-tracker

କିପରି ଜାଣିବେ IMEI ନମ୍ବର

ଆପଣଙ୍କ ଫୋନ କିଣିବା ସମୟରେ ଫୋନ୍ ବାକ୍ସ ଉପରେ ଏକ ଷ୍ଟିକରରେ ମୋବାଇଲର ମଡେଲ ନମ୍ବର ଏବଂ କ୍ରମିକ ସଂଖ୍ୟା ଲେଖାଥିବ । ଏଥିରେ 15 ଅଙ୍କ ବିଶିଷ୍ଟ ଏକ ନମ୍ବ ପାଇବେ । ଏକ ବାର୍ କୋର୍ଡ ଉପରେ ଏହା ଲେଖାଥିବା ଦେଖିବାକୁ ପାଇବେ ।

ଫୋନ୍ କିଣିବା ପରେ ଏହି କାମ ନିଶ୍ଚୟ କରନ୍ତୁ

ମନେରଖନ୍ତୁ ଯେ ଫୋନ୍ କିଣିବା ପରେ IMEI ନମ୍ବରକୁ ଲେଖି ଏକ ସୁରକ୍ଷିତ ସ୍ଥାନରେ ରଖନ୍ତୁ | ଏହା ବ୍ୟତୀତ, କୌଣସି ନୂତନ ଫୋନ୍ କିଣିବା ସହିତ, ସେହି ଫୋନରେ ମୋବାଇଲ ଟ୍ରାକର ଆପ୍ ଇନଷ୍ଟଲ କରି ରଖନ୍ତୁ, କାରଣ ଯଦି ଆପଣଙ୍କର ହଜିଯାଇଥିବା ଫୋନରେ ଏପରି ଫୋନ୍ ଟ୍ରାକିଂ ଆପ୍ ନାହିଁ ତେବେ ଆପଣଙ୍କ ଫୋନ୍ ଖୋଜିବା କଷ୍ଟକର ହେବ | ତେଣୁ ଆପଣ ଏହାକୁ କିଣିବା ମାତ୍ରେ ଫୋନରେ ଗୁଗୁଲ୍ ଟ୍ରାକର୍ କିମ୍ବା ଫୋନ୍ ଟ୍ରାକର ଆପ୍ ଇନଷ୍ଟଲ୍ କରନ୍ତୁ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+