କେମିତି ସୁରକ୍ଷିତ ରଖିବେ ଆପଣଙ୍କ ବ୍ୟକ୍ତଗତ ଫଟୋ ଭିଡ଼ିଓ ? ଜାଣନ୍ତୁ କେତେକ ଉପାଦେୟ ଆପ୍ଲିକେସନ୍ ବିଷୟରେ
ଆମେ ଆଜି ଆପଣଙ୍କୁ କହିବୁ କିପରି ଆପଣ ନିଜର ଫଟୋ କିମ୍ବା ଭିଡି଼ଓକୁ ସୁରକ୍ଷିତ ରଖିପାରିବେ । ଆସନ୍ତୁ ଜାଣିବା ଏପରି କିଛି ଆପ୍ ବିଷୟରେ ଯେଉଁଠାରେ ଆପଣ ତଥ୍ୟ ସୁରକ୍ଷା ସହିତ ସର୍ବୋତ୍ତମ ବୈଶିଷ୍ଟ୍ୟ ପାଇବେ ।
ସାଧାରଣତଃ ଆମେ ନିଜର ସ୍ମାର୍ଟଫୋନରେ ନିଜର ଫଟୋ, ଭିଡ଼ିଓ ସବୁ ଗଚ୍ଛିତ ରଖିଥାନ୍ତି । କିନ୍ତୁ ଏମିତି କେତେକ ବ୍ୟକ୍ତିଗତ ଫଟୋ କିମ୍ବା ଭିଡ଼ିଓ ଥାଏ ଯାହାକୁ ଆମେ ସୁରକ୍ଷିତ ରଖିବାକୁ ମନେ କରିଥାନ୍ତି । କେତେକ ଉପଭୋକ୍ତା ଏଥିପାଇଁ ଥାର୍ଡ ପାର୍ଟି ଆପ୍ଲିକେସନ୍ ଡାଉନଲୋଡ୍ କରିଥାନ୍ତି । କିନ୍ତୁ ସେହି ଆପଗୁଡ଼ିକ ସୁରକ୍ଷିତ କି ? ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସେଠାରେ ସୁରକ୍ଷିତ କି ? ଆମେ ଆଜି ଆପଣଙ୍କୁ କହିବୁ କିପରି ଆପଣ ନିଜର ଫଟୋ କିମ୍ବା ଭିଡି଼ଓକୁ ସୁରକ୍ଷିତ ରଖିପାରିବେ । ଆସନ୍ତୁ ଜାଣିବା ଏପରି କିଛି ଆପ୍ ବିଷୟରେ ଯେଉଁଠାରେ ଆପଣ ତଥ୍ୟ ସୁରକ୍ଷା ସହିତ ସର୍ବୋତ୍ତମ ବୈଶିଷ୍ଟ୍ୟ ପାଇବେ ।

ଏ ପ୍ଲସ୍ ଗ୍ୟାଲେରୀ : ଗ୍ୟାଲେରୀ ଆପ୍ ବିଷୟରେ କଥା ପଡ଼ିଲେ, ଏ ପ୍ଲସ୍ ଗ୍ୟାଲେରୀ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଆପ୍ ବହୁତ ଦ୍ରୁତ ଅଟେ, ଯେଉଁଥିରେ ଆପଣ କୌଣସି ଅସୁବିଧା ସମ୍ମୁଖୀନ ନହୋଇ ସହଜରେ କୌଣସି ଫଟୋ କିମ୍ବା ଭିଡିଓ ରଖଇପାରିବେ । ଏଥିରେ ଫଟୋ ଖୋଜିବା ପାଇଁ ମଧ୍ୟ ବିକଳ୍ପ ପାଇପାରିବେ ।
F-Stop ଗ୍ୟାଲେରୀ : ଆପଣଙ୍କ ଫୋନରେ ଫଟୋ ସୁରକ୍ଷିତ ରଖିବା ପାଇଁ F-Stop ଗ୍ୟାଲେରୀ ମଧ୍ୟ ଏକ ଭଲ ବିକଳ୍ପ ଭାବରେ ବିବେଚନା କରାଯାଏ । ଏଥିରେ, ଆପଣ ଆପଣଙ୍କର ଭିଡିଓ ଏବଂ ଫଟୋ ସେଭ୍ କରିପାରିବେ । କିନ୍ତୁ ଏହି ଆପ୍ ଡାଉନଲୋଡ୍ କରିବାକୁ, ଆପଣଙ୍କ ଫୋନର ଆଣ୍ଡ୍ରଏଡ୍ର 5.0 ସଂସ୍କରଣ ହେବା ଆବଶ୍ୟକ ।
ଫୋକସ୍ ପିକଟର୍ ଗ୍ୟାଲେରୀ : ଫୋକସ୍ ପିକଟର୍ ଗ୍ୟାଲେରୀ ଆପ୍ଲିକେସନରେ ଆପଣ ବହୁତ ଭଲ ବୈଶିଷ୍ଟ୍ୟ ପାଇବେ । ଆପଣ ଏହାକୁ ସହଜରେ ନିଜ ଫୋନରେ ଡାଉନଲୋଡ୍ କରିପାରିବେ । ଏହି ଆପର ଡିଜାଇନ୍ ଏବଂ ଇଣ୍ଟରଫେସ୍ ବହୁତ ଭଲ ରହିଛି, ଏଥିସହିତ ବ୍ୟବହାର ଉପଯୋଗୀ ମଧ୍ୟ ହୋଇଛି । ଏହ୍ୟବ୍ୟତୀତ ଆପଣ ଏଥିରେ ଲାଇଭ୍ ୱାଲ୍ ପେପର ବ୍ୟବହାର କରିପାରିବ ।
ଗ୍ୟାଲେରୀ ବୋଲ୍ଟ : ସୁରକ୍ଷା ପାଇଁ ଏହା ଏକ ଉତ୍ତମ ଆପ୍ ଏବଂ ଆପଣ ଏଥିରେ ଆପଣଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ସୁରକ୍ଷିତ ରଖିପାରିବେ । ଏହି ଆପ୍ଲିକସନ୍ ଲକ୍ ସିଷ୍ଟମ୍ ସହିତ ଆସିଥାଏ ଯାହାକୁ ଆପଣ ଫିଙ୍ଗର ପ୍ରିଣ୍ଟ କିମ୍ବା ପାସୱାର୍ଡ ସହିତ ସୁରକ୍ଷିତ ରଖିପାରିବେ ।
ଗୁଗୁଲ୍ ଫଟୋ : ଆପଣ ନିଶ୍ଚିତ ଭାବରେ ଗୁଗୁଲ୍ ଫଟୋ ବିଷୟରେ ଶୁଣିଥିବେ । ଯାହା ଗୁଗୁଲର ନିଜେ ଏକ ବୈଶିଷ୍ଟ୍ୟ । ଏହି ଆପରେ ଆପଣ ଫଟୋକୁ ସହଜରେ ସେଭ୍ କରିବା ସହ ଏହାକୁ ସେୟାର କରିବାର ବିକଳ୍ପ ମଧ୍ୟ ଅଛି । ଏହା ଏକ ପ୍ରକାର ଫଟୋ ଏବଂ ଭିଡିଓ ଷ୍ଟୋରେଜ୍ ଆପ୍ । ଏହା ସହିତ, ଏଥିରେ ଫଟୋ କିମ୍ବା ଭିଡ଼ିଓ ରଖିଲେ ଆପଣଙ୍କ ଫୋନରେ ଫଟୋ ଏବଂ ଭିଡିଓ ରଖିବା ପାଇଁ ଯେଉଁ ସ୍ଥାନ ନେଇଥାଏ ତାହା ଖାଲି ହୋଇଥାଏ ।












Click it and Unblock the Notifications