ଅଧିକ ଶୀତରେ ଖରାପ ହୋଇପାରେ ଆପଣଙ୍କ ମୋବାଇଲ ! ପଢନ୍ତୁ କିଭଳି ରଖିବେ ସୁରକ୍ଷିତ
ଶୀତଦିନରେ ସାଧାରଣତଃ ସ୍ମାର୍ଟଫୋନର ବ୍ୟାଟରୀ ଶୀଘ୍ର ଶେଷ ହୋଇଯାଏ ଏବଂ ସ୍କ୍ରିନ୍ ଅସ୍ପଷ୍ଟ ଦେଖାଯାଏ । ତେଣୁ ଏହି ସମୟରେ ଆପଣଙ୍କ ସ୍ମାର୍ଟ ଫୋନର କିପରି ଯତ୍ନ ନେବେ ତାହା ଜାଣନ୍ତୁ...
ସାରା ଦେଶରେ ଏବେ ଲାଗି ରହିଛି ଶୀତ ଲହରୀ । ପାଣିପାଗ ବିଶେଷଜ୍ଞ ଆକଳନ ଅନୁସାରେ ଗତ ବର୍ଷ ତୁଳନାରେ ଏଥର ଅଧିକ ଥଣ୍ଡା ହେବାର ସମ୍ଭାବନା ରହିଛି । ଏହି ପରିସ୍ଥିତିରେ ଆପଣ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଏନ୍ୟ କେତେକ ନିତ୍ୟ ବ୍ବୟହାର୍ଯ୍ୟ ଜିନିଷର ଯତ୍ନ ନେବାକୁ ପଡ଼ିଥାଏ । ଏହା ମଧ୍ୟରୁ ଗୋଟିଏ ହେଉଛି ସ୍ମାର୍ଟଫୋନ୍ । ଶୀତଦିନରେ ସାଧାରଣତଃ ସ୍ମାର୍ଟଫୋନର ବ୍ୟାଟରୀ ଶୀଘ୍ର ଶେଷ ହୋଇଯାଏ ଏବଂ ସ୍କ୍ରିନ୍ ଅସ୍ପଷ୍ଟ ଦେଖାଯାଏ । ତେଣୁ ଏହି ସମୟରେ ଆପଣଙ୍କ ସ୍ମାର୍ଟ ଫୋନର କିପରି ଯତ୍ନ ନେବେ ତାହା ଜାଣନ୍ତୁ...
ଶୀତଦିନ ସ୍ମାର୍ଟଫୋନ୍ ଉପରେ କିପରି ପ୍ରଭାବ ପକାଇଥାଏ ...
ଯେପର୍ଯ୍ୟନ୍ତ ତାପମାତ୍ରା ଶୂନ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ଥାଏ, ସେ ପର୍ଯ୍ୟନ୍ତ ଫୋନ୍ ଠିକ୍ କାର୍ଯ୍ୟ କରିଥାଏ । କିନ୍ତୁ ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା ମାଇନସ୍ ଆଡ଼କୁ ଗତି କରେ ସେତେବେଳେ ସ୍ମର୍ଟଫୋନର ବ୍ୟାଟେରୀକୁ ଅଧିକ ପ୍ରଭାବିତ ହୋଇଥାଏ । ଏହି ଭଳି ପରିସ୍ଥିତିରେ ଆପଣଙ୍କ ଫୋନ୍ ସୁରକ୍ଷିତ ରଖିବା ପାଇଁ ଆମେ ଆପଣଙ୍କୁ ଦେବୁ କିଛି ଟିପ୍ସ...

କିପରି ନେବେ ଫୋନର ଯତ୍ନ
- ଆପଣଙ୍କ ଫୋନକୁ ଶୀତରୁ ରକ୍ଷା କରିବା ପାଇଁ ଏହାକୁ ବେଶୀ ସମୟ ବାହାରେ ବ୍ୟବହାର କରନ୍ତୁ ନାହିଁ ।
- ଫୋନକୁ ଏକ ଗରମ ଜ୍ୟାକେଟରେ ରଖନ୍ତୁ |
- ଫୋନକୁ ସର୍ବଦା କଭର କରି ରଖନ୍ତି, ଯେପରିକି ଏହାର ତାପମାତ୍ରା ଠିକ୍ ରହିବ ।
- ଯଦି ଆପଣ ଜରୁରୀକାଳୀନ ସମୟରେ ଏକ ଲମ୍ବା ଆଉଟଗୋଇଂ କଲ କରୁଛନ୍ତି, ତେବେ ଫୋନକୁ ଏକ ପାୱାର ବ୍ୟାଙ୍କ ସହିତ ସଂଯୋଗ କରନ୍ତୁ |
ସ୍କ୍ରିନ ଅସ୍ପଷ୍ଟ ଦେଖାଯାଏ
LCD ସ୍କ୍ରିନ ଥିବା ସ୍ମାର୍ଟଫୋନ୍ ଶୀତ ଋତୁରେ ସାମାନ୍ୟ ଅସ୍ପଷ୍ଟ ଦେଖାଯାଏ | ଯେଉଁଥିପାଇଁ ସ୍କ୍ରିନ୍ ରେ ଫଟୋ, ଭିଡ଼ିଓ କିମ୍ବା ଲେଖା ଠିକ୍ ଭାବରେ ଦେଖାଯାଏ ନାହିଁ । ବିଶେଷଜ୍ଞଙ୍କ ମତ ଅନୁସାରେ ଥଣ୍ଡା ସମୟରେ ଫୋନକୁ ପକେଟରେ ରଖିବା ଉଚିତ୍ । ଏଥିସହିତ ଫୋନରେ ଏକ ଭଲ କଭର ପକାଇବା ସହ ଏହାକୁ ସୁରକ୍ଷିତ ରଖିପାରିବେ ।
କାହିଁକି ବ୍ୟାଟେରୀ ଶୀଘ୍ର ଡିସଚାର୍ଜ ହୁଏ
ଅଧିକାଂଶ ଫୋନ୍ ବ୍ୟାଟେରୀ ଲିଥିୟମ୍ ଆୟନରେ ନିର୍ମିତ । ଏପରି ପରିସ୍ଥିତିରେ, ତାପମାତ୍ରା କମ୍ ହେଲେ ଏହାର ଆଭ୍ୟନ୍ତରୀଣ ବୈଦୁତିକ ପ୍ରତିରୋଧ ବୃଦ୍ଧି ପାଇଥାଏ । ଯେଉଁଥିପାଇଁ ବ୍ୟାଟେରୀ କ୍ଷମତା ହ୍ରାସ ହୁଏ ଏବଂ ଏହା ଶୀଘ୍ର ଶେଷ ହୋଇଯାଏ ।












Click it and Unblock the Notifications