ଘରେ ବସି ଜାଣନ୍ତୁ ଆପଣଙ୍କ ପିଏଫ୍ ଆକାଉଣ୍ଟର ଜମା ରାଶି ବିବରଣୀ

ରେଜିଶ୍ଟର ମୋବାଇଲ ନମ୍ବର କିମ୍ବା UAN ନମ୍ବର ଜରିଆରେ ଘରେ ବସି ଜାଣନ୍ତୁ ପିଏଫ୍ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ।

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଦେଶର ବହୁତ ଲୋକ ଆର୍ଥିକ ସଙ୍କଟରେ ପଡ଼ି ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ରୁ ଟଙ୍କା ଉଠାଇ ଥିଲେ | ଏଭଳି ପରିସ୍ଥିତିରେ, ଆପଣଙ୍କର PF ଆକାଉଣ୍ଟରେ କେତେ ଟଙ୍କା ବାକି ଅଛି ତାହା ଜାଣିବା ନିହାତି ଦରକାର | ଏପରି କେତେକ ଲୋକ ନିଜର ପିଏଫ୍ ଆକାଉଣ୍ଟ ସମ୍ବନ୍ଧରେ କୌଣସି ତଥ୍ୟ ଜାଣିନଥାନ୍ତି | ସେମାନଙ୍କ ପିଏଫ୍ ଆକାଉଣ୍ଟରେ କେତେ ଟଙ୍କା ଜମା କରାଯାଇଛି ତାହା ମଧ୍ୟ ସେମାନେ ଜାଣିନଥାନ୍ତି | ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କୁ କେତେକ ସହଜ ଉପାୟ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ନିଜ ପିଏଫ୍ ଆକାଉଣ୍ଟ ବାଲାନ୍ସ ଅତି ସହଜରେ ଜାଣିପାରିବେ | ଏଥିସହିତ ଆପଣଙ୍କ ଆକାଣ୍ଟରେ କେବେ କେତେ ଟଙ୍କା ଜମା କରାଯାଇଥିଲା ତାହା ମଧ୍ୟ ବିବରଣୀ ପାଇପାରିବେ |

EPF

ମିସ୍ କଲ କରି ଜାଣିପାରିବେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ

ଆପଣ ନିଜର ପିଏଫ୍ ଆକାଉଣ୍ଟର ଜମା ରାଶି ବିଷୟରେ ଜାଣିବ ସହ ଆକାଉଣ୍ଟରେ କେତେ ଟଙ୍କା ଜମା ରହିଛି ସେ ବିଷୟରେ ତଥ୍ୟ ପାଇବା ପାଇଁ ଆପଣଙ୍କୁ ଆଉ କାର୍ଯ୍ୟାଳୟର ଚକର କାଟିବାକୁ ପଡ଼ିବନି | ଆପଣ ଘରେ ବସି ଆପଣଙ୍କ ମୋବାଇଲରୁ ଏକ ମିସ୍ କଲ୍ ଜରିଆରେ ପାଇପାରିବେ ସମ୍ପୂର୍ଣ୍ଣ ବିବରଣୀ | ଏଥିପାଇଁ ଆପଣଙ୍କୁ ଆପଣଙ୍କର ପିଏଫ୍ ଆକାଉଣ୍ଟରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ 011-22901046 ରେ ଏକ ମିସ୍ କଲ୍ ଦେବାକୁ ହେବ | ଯାହା ପରେ ଆପଣ EPFO ​​ରୁ ଏକ SMS ପାଇବେ | ଯେଉଁଥିରେ ଆପଣଙ୍କ ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ରାଶି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ |

SMS କରି ମଧ୍ୟ ଜାଣିପାରିବେ ପିଏଫ୍ ର ଜମା ରାଶି

ମିସ୍ କଲ୍ ବ୍ୟତୀତ SMS ଜରିଆରେ ମଧ୍ୟ ପିଏଫ୍ ଆକାଉଣ୍ଟର ଜମା ରାଶଇ ବିଷୟରେ ଅତି ସହଜରେ ଜାଣିପାରିବେ | ଏଥି ପାଇଁ ଆପଣଙ୍କୁ ଆପଣଙ୍କ UAN ନମ୍ବର ଜାଣିଥିବା ଆବଶ୍ୟକ ଏବଂ ଏହି UAN ନମ୍ବରଟି ସକ୍ରିୟ ଥିବା ଆବଶ୍ୟକ |

SMS ମାଧ୍ୟମରେ, ଆପଣଙ୍କୁ ପ୍ରଥମେ EPFOHO UAN ଟାଇପ୍ କରିବାକୁ ପଡିବ ଏବଂ ଏହାକୁ 7738299899 କୁ ପଠାଇବାକୁ ପଡିବ | ଏହା ପରେ ଏକ ମେସେଜ୍ ପାଇବେ, ଯେଉଁଥିରେ ଆପଣଙ୍କ ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ରାଶିର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ |

10ଟି ଭାଷାରେ ପାଇପାରିବେ ଏହି ସେବାର ଲାଭ

SMS ମାଧ୍ୟମରେ, ଆପଣ ଆପଣଙ୍କର PF ଖାତାର ସୂଚନା 10 ଟି ଭାଷାରେ ପାଇପାରିବେ | ଉଦାହରଣ ସ୍ୱରୂପ, ଯଦି ଆପଣ ହିନ୍ଦୀରେ ସୂଚନା ଚାହୁଁଛନ୍ତି, ସର୍ବପ୍ରଥମେ ଆପଣଙ୍କୁ EPFOHO UAN HIN ଟାଇପ୍ କରିବାକୁ ପଡିବ ଏବଂ ତା'ପରେ 7738299899 କୁ ମେସେଜ୍ ପଠାଇବାକୁ ପଡିବ | ଯାହା ପରେ ଆପଣ EPFO ​​ସହିତ ସମାନ ଭାଷାରେ ଏକ ବାର୍ତ୍ତା ପାଇବେ, ଯେଉଁଥିରେ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ରହିବ | କିନ୍ତୁ ଇଂରାଜୀ ଭାଷାରେ ଜାଣିବା ପାଇଁ କୌଣସି କୋଡ୍ ଟାଇପ୍ କରିବାକୁ ପଡିବ ନାହିଁ |

କେଉଁ ଭାଷା ପାଇଁ କେଉଁ କୋଡ୍ -

  • ହିନ୍ଦୀ - HIN
  • ପଞ୍ଜାବୀ - PUN
  • ଗୁଜରାଟୀ - GUJ
  • ମରାଠୀ - MAR
  • କନ୍ନଡ - KAN
  • ତେଲୁଗୁ - TEL
  • ତାମିଲ୍ - TAM
  • ମାଲାୟାଲମ୍ - MAL
  • ବଙ୍ଗଳା - BEN
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+