ଆପଣଙ୍କ ପାଖରେ ନାହିଁ ତ ନକଲି 500 ଟଙ୍କିଆ ନୋଟ୍ ? କିପରି ଚିହ୍ନିବେ ଅସଲି-ନକଲି.. ଜାଣନ୍ତୁ ଆରବିଆଇର ନିୟମ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ବାର୍ଷିକ ରିପୋର୍ଟରେ ନକଲି ନୋଟ୍ କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଆରବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଦ୍ୱାରା ଧରାଯାଇଥିବା 5.45 କୋଟିରୁ ଅଧିକ ମୂଲ୍ୟର ନକଲି ନୋଟ୍ ପ୍ରମାଣିତ କରୁଛି ଦେଶରେ ନକଲି ନୋଟ୍ ବ୍ୟବସାୟ ଚାଲିଛି

ନୂଆଦିଲ୍ଲୀ : ଆପଣଙ୍କ ପକେଟରେ ଥିବା ଟଙ୍କା ନକଲି ନୁହଁ ତ ? ଭଲ ଭାବେ ଦେଖି ନିଅନ୍ତୁ, ହୋଇପାରେ ଆପଣଙ୍କ ପାଖରେ ଥିବା 500 ଟଙ୍କିଆ ନୋଟ୍ ନକଲି ହୋଇପାରେ । ଏ ନେଇ ଆରବିଆଇର ରହିଛି କେତେକ ନିୟମ, ଯେଉଁଥିରିୁ ଆପଣ ଜାଣିୁପାରିବେ ଆପଣହଙ୍କ ପକେଟରେ ଥିବା ନୋଟ୍ ଅସଲି ନା ନକଲି । କିପରି ଜାଣିବେ କେଉଁ ଟଙ୍କା ଅସଲି କେଉଁ ଟଙ୍କା ନକଲି, ସେ ନେଇ ଆମେ ଆପଣଙ୍କୁ ଜଣାଇବୁ କେତେକ ସୂଚକାଙ୍କ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ବାର୍ଷିକ ରିପୋର୍ଟରେ ନକଲି ନୋଟ୍ କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଆରବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଦ୍ୱାରା ଧରାଯାଇଥିବା 5.45 କୋଟିରୁ ଅଧିକ ମୂଲ୍ୟର ନକଲି ନୋଟ୍ ପ୍ରମାଣିତ କରୁଛି ଯେ ଦେଶରେ ନକଲି ନୋଟ୍ ବ୍ୟବସାୟ ଜୋରସୋରରେ ଚାଲିଛି ।

500 notes

ଆରବିଆଇ ରିପୋର୍ଟ ଅନୁଯାୟୀ, 2020-21 ଆର୍ଥିକ ବର୍ଷରେ 5.45 କୋଟିରୁ ଅଧିକ ମୂଲ୍ୟର ନକଲି ନୋଟ ଧରାପଡିଛି । ସମୁଦାୟ 2,08,625 ନକଲି ନୋଟ୍ ଧରାଯାଇଛି, ସେଥିମଧ୍ୟରୁ 8107 ଟି ନୋଟ୍ ଅର୍ଥାତ୍ ପ୍ରାୟ 4 ପ୍ରତିଶତ ନକଲି ନୋଟ୍ ଆରବିଆଇ ଦ୍ୱାରା ଧରାଯାଇଥିବାବେଳେ ଅନ୍ୟ ବ୍ୟାଙ୍କଗୁଡିକ 2,00,518 ନୋଟ୍ ଅର୍ଥାତ୍ ପ୍ରାୟ 96 ପ୍ରତିଶତ ନକଲି ନୋଟ୍ ଧରିଛନ୍ତି ।

ନକଲି 500 ନୋଟରେ 31.3 ପ୍ରତିଶତ ବୃଦ୍ଧି

ପୂର୍ବ ବର୍ଷ ତୁଳନାରେ ଜବତ ହୋଇଥିବା 500 ଟଙ୍କାର ଜାଲି ନୋଟ ତୁଳନାରେ 31.3 ପ୍ରତିଶତ ବୃଦ୍ଧି ହୋଇଛି । 2019-20 ଆର୍ଥିକ ବର୍ଷରେ 500 ଟଙ୍କାର 30,054 ନକଲି ନୋଟ୍ ଧରାଯାଇଥିବାବେଳେ ଆର୍ଥିକ ବର୍ଷ 2020-21 ରେ 39,453ଟି ନକଲି ନୋଟ୍ ଜବତ ହୋଇଛି । ଯଦିଓ ଅନ୍ୟ ପ୍ରକାରର ନକଲି ମୁଦ୍ରାରେ ହ୍ରାସ ଘଟିଛି । ଜବତ ହୋଇଥିବା ନକଲି ନୋଟରେ 2, 5 ଏବଂ 10 ଟଙ୍କା ଠାରୁ 2000 ଟଙ୍କା ପର୍ଯ୍ୟନ୍ତ ନୋଟ୍ ଅନ୍ତର୍ଭୁକ୍ତ ।

କିପରି ଚିହ୍ନଟ କରିବେ 500 ଟଙ୍କିଆ ନୋଟ୍ ?

ଯଦି ଆପଣଙ୍କ ପାଖରେ ଗୋଟିଏ ବି 500 ଟଙ୍କିଆ ନୋଟ୍ ମଧ୍ୟ ଜାଲ୍ ରହେ ତେବେ ଆପଣଙ୍କର ସିଧାସଳଖ 500 ଟଙ୍କା କ୍ଷତି । ଏହି କ୍ଷତି ନ ସହିବାକୁ ହେଲେ ଆପଣଙ୍କୁ ପ୍ରକୃତ ଏବଂ ନକଲି ନୋଟ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଜରୁରୀ । ବିମୁଦ୍ରୀକରଣ ପରେ ପୁରୁଣା 500 ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ବର୍ତ୍ତମାନ ଆପଣଙ୍କୁ ନୂଆ ନୋଟକୁ ଭଲ ଭାବେ ଜାଣିବାକୁ ହେବ । 500 ଟଙ୍କା ଅସଲି ନୋଟ୍ ଚିହ୍ନିବା ପାଇଁ ଆରବିଆଇ ଦ୍ୱାରା 15 ଟି ମୁଖ୍ୟ ସୂଚନା ଅଛି । ଯାହା ମାଧ୍ୟମରେ ଆପଣ ସହଜରେ ଜାଣିପାରିବେ କେଉଁ ନୋଟ୍ ଅସଲି ଏବଂ କେଉଁଟି ନକଲି ।

500 notes

ଏହି ସମସ୍ତ ଜରୁରୀ ସୂଚନାକୁ ଧ୍ୟାନ ଦିଅନ୍ତୁ :

  1. ନୋଟକୁ ଲାଇଟ୍ ତଥା ଆଲୋକ ସାମ୍ନା ରଖିଲେ ଏଥିରେ 500 ଲେଖାଥିବା ଦେଖିବାକୁ ମିଳିବ ।
  2. ଯଦି ନୋଟ୍ ଆଖି ସାମ୍ନାରେ 45 ଡିଗ୍ରୀ କୋଣରେ ରଖାଯାଏ, ତେବେ ଏଠାରେ 500 ଲେଖାଥିବା ଦେଖି ପାରିବେ ।
  3. ଏଠାରେ ଦେବନାଗରୀରେ 500 ଲେଖାରହିଥିବ ।
  4. ପୁରୁଣା ନୋଟ୍ ତୁଳନାରେ ମହାତ୍ମା ଗାନ୍ଧୀଙ୍କ ଛବିର ସ୍ଥିତିରେ ସାମାନ୍ୟ ଭିନ୍ନ ରହିଛି ।
  5. ନୋଟ୍ କୁ ହାଲୁକା ଫୋଲ୍ଡ ତଥା ମୋଡ଼ିଲେ ଏଥିରେ ଥିବା ସିକ୍ୟୁରିଟି ଥ୍ରେଡ୍ ସବୁଜରୁ ନୀଳ ହୋଇଯାଏ ।
  6. ପୁରୁଣା ନୋଟ୍ ତୁଳନାରେ ରାଜ୍ୟପାଳଙ୍କ ଦସ୍ତଖତ, ଗ୍ୟାରେଣ୍ଟି ଧାରା, ପ୍ରତିଶୃତି ଧାରା ଏବଂ ଆରବିଆଇ ଲୋଗୋ ଡାହାଣକୁ ସ୍ଥାନାନ୍ତରିତ ହୋଇଥିବା ଦେଖିପାରିବେ ।
  7. ଏଠାରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଏବଂ ଇଲେକ୍ଟ୍ରୋଟାଇପ୍ ୱାଟର ମାର୍କ ମଧ୍ୟ ରହିଛି ।
  8. ଯଦି ଆମେ ଉପରେ ବାମ ପାଖରେ ଏବଂ ନୋଟର ତଳେ ଡାହାଣ ପାଖରେ ଦେଖିବା ତାହାଲେ ସେଠାରେ ଥିବା ନମ୍ବର ବାମ ପାଖରୁ ଡାହାଣ ପାଖକୁ ଆକାରରେ ବଢୁଥିବାର ଦେଖିପାରିବା ।
  9. ଏଠାରେ ଲେଖାଯାଇଥିବା 500 ନମ୍ବରର ରଙ୍ଗ ବଦଳିଯାଏ । ଏହାର ରଙ୍ଗ ସବୁଜରୁ ନୀଳ ହୋଇଯାଏ ।
  10. ଡାହାଣ ପାର୍ଶ୍ୱରେ ଅଶୋକା ସ୍ତମ୍ଭ ରହିଛି । ଜାହାଣ ପାର୍ଶ୍ୱରେ ସର୍କଲ୍ ବାକ୍ସରେ 500 ଲେଖା ରହିଥିବ ।


ନୋଟର ପଛ ପାର୍ଶ୍ୱରେ ଥିବା ଚିହ୍ନଟ ଚିହ୍ନ

  1. ନୋଟର ମୁଦ୍ରଣ ବର୍ଷ ଲେଖାରହିଥିବ ।
  2. ନୋଟର ମଧ୍ୟଭାଗରେ ଲଗ୍ୱେଜ ପ୍ୟାନେଲ ରହିଛି ।
  3. ସ୍ୱଚ୍ଛ ଭାରତର ଲୋଗୋ ସ୍ଲୋଗାନ ସହିତ ମୁଦ୍ରିତ ହୋଇଛି ।
  4. ଭାରତୀୟ ପତାକା ସହିତ ଲାଲକିଲ୍ଲାର ଚିତ୍ର ଛପା ଯାଇଛି ।
  5. ଦେବନାଗରୀରେ 500 ମୁଦ୍ରିତ ହୋଇଛି ।

ଦୃଷ୍ଟିହୀନ ବ୍ୟକ୍ତି ସ୍ପର୍ଶ ଦ୍ୱାରା ଚିହ୍ନି ପାରିବେ କିପରି

ଦୃଷ୍ଟିହୀନଙ୍କ ପାଇଁ ଭାରତୀୟ ମୁଦ୍ରାରେ କିଛି ବିଶେଷ ପରିଚୟ ଚିହ୍ନ ମଧ୍ୟ ଅଛି, ଯାହାକୁ ସେମାନେ ସ୍ପର୍ଶ ଦ୍ୱାରା ଚିହ୍ନଟ କରିପାରିବେ । 500 ଟଙ୍କା ନୋଟରେ ଅଶୋକ ସ୍ତମ୍ଭ, ମହାତ୍ମା ଗାନ୍ଧୀଙ୍କ ଚିତ୍ର, ବ୍ଲିଡ ଲାଇନ , ପରଖିବାର ଚିହ୍ନ ବହୁତ ଭଲଭାବରେ ମୁଦ୍ରିତ କରାଯାଇଛି । ଯାହାକୁ ଦୃଷ୍ଟିହୀନ ବ୍ୟକ୍ତି ସ୍ପର୍ଶ କରି ଚିହ୍ନି ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+