ଆପଣଙ୍କର ଆଧାର କାର୍ଡର କୌଣସି ଅପବ୍ୟବହାର ହେଉ ନାହିଁ ତ ? ଜାଣନ୍ତୁ କିପରି କରିବେ ଯାଞ୍ଚ
ଆପଣଙ୍କ ଆଧାରକାର୍ଡ କେଉଁ କେଉଁ ସ୍ଥାନରେ ବ୍ୟବହାର ହୋଇଛି ତାହା ଜାଣିବା ପାଇଁ ଆଧାରର ପରିଚାଳନା କରୁଥିବା ‘The Unique Identification Authority of India' ତଥା UIDAI ଏକ ସୁବିଧା ରଖିଛି ।
ନୂଆଦିଲ୍ଲୀ : ବର୍ତ୍ତମାନ ସାରା ଦେଶରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହାର ହେଉଛି । ମୋବାଇଲ୍ ସିମ୍ କିଣିବା ଠାରୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଆଦି କାର୍ଯ୍ୟ ପାଇଁ ଆଧାରକାର୍ଡ ଆବଶ୍ୟକ ପଡ଼ୁଛି । ଏପରିକି ଏହା ଆପଣଙ୍କ ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର ହୋଇପାରୁଛି । ଏହି ସମୟରେ ଆପଣଙ୍କ ଡକ୍ୟୁମେଣ୍ଟ ସୁରକ୍ଷିତ ରହିବା ନିହାତି ଆବଶ୍ୟକ । ଆଜିକାଲି ଚାଲିଥିବା ସାଇବାର ଠକେଇ କିମ୍ବା ଅନ୍ୟାନ୍ୟ ଉପାୟରେ ଆପଣଙ୍କ ଆଧାର କାର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ଅପବ୍ୟବହାର ହୋଇପାରେ । ଏପରି ପରିସ୍ଥିତିରେ ଆପଣଙ୍କ ଆଧାରକାର୍ଡ କେଉଁ କେଉଁ ସ୍ଥାନରେ ବ୍ୟବହାର ହୋଇଛି ତାହା ଜାଣିବା ପାଇଁ ଆଧାରର ପରିଚାଳନା କରୁଥିବା 'The Unique Identification Authority of India' ତଥା UIDAI ଏକ ସୁବିଧା ରଖିଛି ।

UIDAI ର ଅଫିସିଆଲ୍ ୱେବସାଇଟ୍ ରେ, 'Aadhaar Authentication History'ଟୁଲ ମାଧ୍ୟମରେ ଆପଣ ଆଧାର କାର୍ଡର ସବିଶେଷ ତଥ୍ୟ ଯାଞ୍ଚ କରିପାରିବେ । ଏହି ଟୁଲ୍ ଜରିଆରେ ଆପଣଙ୍କ ଆଧାର ଭେରିଫିକେସନ୍ ପାଇଁ କେଉଁ କେଉଁ ଟାରେ ବ୍ୟବହାର ହୋଇଛି ତାହାର ସବିଶେଷ ତଥ୍ୟ ଦେଇଥାଏ ।
କିପରି ଯାଞ୍ଚ କରିବେ ଆଧାର ଭେରିଫିକେସନ୍ ତାଲିକା
ସୋପାନ 1 : ସର୍ବପ୍ରଥମେ UIDAI ର ଅଫିସିଆଲ୍ ୱେବସାଇଟ୍ https://uidai.gov.in/ କୁ ଯାଆନ୍ତୁ ।
ସୋପାନ 2 : 'My Aadhaar'ଟ୍ୟାବରେ, ଆପଣ ''Aadhaar Services'ର ବିକଳ୍ପ ଦେଖିବେ । ଏଠାରେ 'Aadhaar Authentication History' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 3 : ଏଠାରେ ଏକ ନୂଆ ପେଜ୍ ଖୋଲିବା ପରେ ଆପଣଙ୍କର 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ ।
ସୋପାନ 4 : ଏହା ସହିତ ସେଠାରେ ଥିବା 'CAPTCHA' ପ୍ରବେଶ କରିବେ ।
ସୋପାନ 5 : ଏହା ପରେ 'Generate OTP'ଉପରେ କ୍ଲିକ୍ କରନ୍ତୁ, ଯାହା ପରେ ଅନ୍ୟ ଏକ ପୃଷ୍ଠା ଖୋଲିବ ।
ସୋପାନ 6 : ଏଥିରେ ଆପଣ ଦେଖିବାକୁ ଚାହୁଁଥିବା ସୂଚନାର ଅବଧି ବାଛିବା କିମ୍ବା ପୂର୍ବ କାରବାରର ବିବରଣୀ ଦେଖିବାକୁ ବିକଳ୍ପ ପାଇବେ ।
ସୋପାନ 7 : ଏଠାରେ ଆପଣଙ୍କୁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରକୁ ଆସିଥିବା OTP ପ୍ରବେଶ କରିବାକୁ ହେବ ।
ଏହା ପରେ, ଆପଣ ଗତ କିଛି ଦିନ ମଧ୍ୟରେ ଆପଣଙ୍କ ଆଧାର କାର୍ଡ ଭେରିଫିକେସନର ତାଲିକା ପାଇପାରିବେ । ବ୍ୟବହାର ହୋଇଥିବା ସ୍ଥାନ, ତାରିଖ, ସମୟ ଆଦି ବିବରଣୀ ପାଇବେ । ଧ୍ୟାନ ଦିଅନ୍ତୁ ଯେ ଆପଣ ଏକ ସମୟରେ କେବଳ 50 କାରବାରର ବିବରଣୀ ଜାଣିବାକୁ ସକ୍ଷମ ହେବେ ।
ଏହି କାରବାରଗୁଡିକ ଦେଖି, ଆପଣ ଜାଣିପାରିବେ ଯେ ଆପଣ ଏହି ସମସ୍ତ କାରବାର ନିଜେ କରିଛନ୍ତି କି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ହୋଇଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications