ଆଧାରକାର୍ଡ ହଜିଯାଇଛି କି, କିପରି ବନାଇବେ ନୂଆ ଆଧାରକାର୍ଡ

ଯଦି ଆପଣଙ୍କ ଆଧାରକାର୍ଡ ହଜିଯାଇଛି ଆଉ ଏନେଇ ଆପଣ ଚିନ୍ତିତ ଅଛନ୍ତି, ଆପଣଙ୍କ ସୁବିଧା ପାଇଁ ଆମେ ଆପଣଙ୍କୁ କହିବୁ କିପରି ଏଥିରୁ ମୁକ୍ତି ପାଇବେ ।

ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍ ନମ୍ବର, ପାନ୍ କାର୍ଡ ଇତ୍ୟାଦି ସମସ୍ତ ଜିନିଷ ଆଧାର କାର୍ଡ ସହିତ ଲିଙ୍କ୍ କରାଯାଇଥାଏ । ଯଦି ଆପଣ କୌଣସି ସରକାରୀ ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆଧାର କାର୍ଡ ଥିବା ଜରୁରୀ । ଯଦି ଆପଣଙ୍କ ଆଧାରକାର୍ଡ ହଜିଯାଇଛି ଆଉ ଏନେଇ ଆପଣ ଚିନ୍ତିତ ଅଛନ୍ତି, ଆପଣଙ୍କ ସୁବିଧା ପାଇଁ ଆମେ ଆପଣଙ୍କୁ କହିବୁ କିପରି ଏଥିରୁ ମୁକ୍ତି ପାଇବେ ।

Aadhaar-card

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡଧାରୀଙ୍କୁ ଏକ ନୂଆ କାର୍ଡ ଦେଇଥାଏ । ଏଥିପାଇଁ ଅଳ୍ପ ପରିମାଣ ଖର୍ଚ୍ଚ ହୋଇଥାଏ । ଏଥିରେ ଆପଣଙ୍କୁ ନୂଆ ଆଧାରକାର୍ଡ ପ୍ରିଣ୍ଟ ହୋଇ ମିଳିଥାଏ । ନୂଆ ଆଧାର କାର୍ଡ ପାଇବା ପାଇଁ ଆପଣଙ୍କୁ ଆବେଦନ କରିବାକୁ ହେବ । ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣ ଆଧାର କାର୍ଡ ହଜିଯାଇଛି, ତେବେ ଆପଣ କିପରି ନୂଆ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ ?

ନୂଆ ଆଧାର କାର୍ଡ ପାଇବା ପାଇଁ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ -

ପ୍ରଥମ ସୋପାନ : ପ୍ରଥମେ UIDAI ୱେବସାଇଟ୍ କୁ ଲଗ୍ ଇନ୍ କରନ୍ତୁ ।

ଦ୍ୱିତୀୟ ସୋପାନ : ତା'ପରେ Retrieve lost or forgotten EID/UID ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

ତୃତୀୟ ସୋପାନ : ଆପଣଙ୍କ ସାମ୍ନାରେ ଏକ ନୂତନ ପେଜ୍ ଖୋଲିବ । ଏଠାରେ ଆପଣଙ୍କର ବିବରଣୀ ପୁରଣ କରନ୍ତୁ । ଉପଭୋକ୍ତା ଆଧାର ନଂ (UID) / Enrolment ID (EID), ପୂରା ନାମ, ମୋବାଇଲ୍ ନମ୍ବର (ପଞ୍ଜୀକୃତ) କିମ୍ବା ଇମେଲ୍ ID ପ୍ରବେଶ କରିବା ପରେ, Captcha Verification କରନ୍ତୁ ।

ଚତୁର୍ଥ ସୋପାନ : ଏହା ପରେ ଆପଣ OTP ପାଇବା ନେଇ କ୍ଲିକ୍ କରିପାରିବେ କିମ୍ବା TOTP ପ୍ରବେଶ କରିପାରିବେ । OTP ବ୍ୟବହାରକାରୀଙ୍କ ରେଜିଷ୍ଟର ମୋବାଇଲ୍ ନମ୍ବରକୁ ଯିବ । କିନ୍ତୁ, TOTP ଉପଭୋକ୍ତା ପାଇଁ mAADHAAR ଆପ୍ ସାହାଯ୍ୟରେ Time-Based-One-Time-Password ପାଇବେ ।

ପଞ୍ଚମ ସୋପାନ : ଏହା ପରେ ସମସ୍ତ ଆବଶ୍ୟକୀୟ ବିବରଣୀ ପୁରଣ କରନ୍ତୁ । ଏହା ପରେ ଆପଣଙ୍କୁ ସିଧାସଳଖ ପେମେଣ୍ଟ ଗେଟୱେ ପୃଷ୍ଠାକୁ ଯାଇ ଆପଣଙ୍କୁ 50 ଟଙ୍କା ଦେବାକୁ ହେବ ।

ଷଷ୍ଠ ସୋପାନ : ଏହା ପରେ 15 ଦିନ ମଧ୍ୟରେ ଆପଣ ପ୍ରିଣ୍ଟିଂ ହୋଇଥିବା ଆଧାର କାର୍ଡ ପାଇପାରିବେ ।

ଆଧାର କାର୍ଡର ଅନ୍ୟାନ୍ୟ ବିବରଣୀ ମଧ୍ୟ ଠିକ୍ କରନ୍ତୁ

ଆମେ ଆପଣଙ୍କୁ କହି ରଖୁଛୁ ଯେ, ନୂଆ ଆଧାର ପାଇଁ ଆବେଦନ କରିବା ବ୍ୟତୀତ, ଯଦି ଆପଣ ଆଧାର କାର୍ଡର ଠିକଣା ବଦଳାଇବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଅନଲାଇନ୍ ମାଧ୍ୟମରେ କିମ୍ବା ଆଧାର କେନ୍ଦ୍ରକୁ ଯାଇ ପରିବର୍ତ୍ତନ କରିପାରିବେ । ଠିକଣା ବଦଳାଇବା ପାଇଁ UIDAI ୱେବସାଇଟରେ ତାଲିକା 44 ରେ ଥିବା ଯେକୌଣସି ଡକ୍ୟୁମେଣ୍ଟକୁ ଆପଣ ବ୍ୟବହାର କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+