ଆସିବ ଆଉ ଏକ ହିଣ୍ଡେନବର୍ଗ ରିପୋର୍ଟ, ଏଥର ଟାର୍ଗେଟ୍ ରେ ରହିଛି କିଏ ?

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗ ଏକ ଜଣାସୁଣା ନାଁ ପାଲଟିଛି । ଜାନୁଆରୀ 24 ରେ ଆସିଥିବା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କୁ ସମ୍ପୂର୍ଣ୍ଣ ବିଚଳିତ କରିଦେଇଥିଲା । ଏପରିକି ଏହାର ପ୍ରଭାବ ଏତେ ଥିଲା ଯେ ଏହି ରିପୋର୍ଟ ପରେ ଗୌତମ ଆଦାନୀ 3000 କୋଟି ଟଙ୍କା କ୍ଷତି ସହିଛନ୍ତି ।
ଏହି ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇ ନଥିଲା ଯେ ହିଣ୍ଡେନବର୍ଗ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛି । ଏପରି ଏକ ଖବର ଆସିଛି ଯାହା ପୁଣି ଭାରତୀୟ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ।
ହିଣ୍ଡେନବର୍ଗ ରିସର୍ଚ୍ଚ ଖୁବ୍ ଶୀଘ୍ର ଅନ୍ୟ ଏକ ଟାର୍ଗେଟ୍ ଉପରେ ଏକ ନୂତନ ରିପୋର୍ଟ ପ୍ରକାଶ କରିବ । ନାଥନ୍ ଆଣ୍ଡରସନ୍ ଙ୍କ ଏହି ଫାର୍ମ କିଛି ଘଣ୍ଟା ପୂର୍ବରୁ ଏକ ଟ୍ୱିଟ୍ ରେ ଏ ନେଇ ସୂଚନା ସେୟାର କରିଛି । ତେବେ ଏହାର ଟ୍ୱିଟରେ ଫାର୍ମ କାହାର ନାମ ରଖିନାହିଁ କିମ୍ବା ସବିଶେଷ ତଥ୍ୟ ସେୟାର କରିନାହିଁ । 'ଶୀଘ୍ର ନୂଆ ରିପୋର୍ଟ - ଆଉ ଏକ ବଡ ରିପୋର୍ଟ' ବୋଲି ଟ୍ୱିଟ୍ ରେ ଲେଖାଅଛି ।
New report soon—another big one.
— Hindenburg Research (@HindenburgRes) March 22, 2023
ନ୍ୟୁୟର୍କ ଗବେଷଣା ସଂସ୍ଥାର ଏହି ଟ୍ୱିଟ୍ ପରେ ପୁଣି ଥରେ ବଜାରରେ ହଇଚଇ ସୃଷ୍ଟି ହୋଇଛି । ତେବେ ପରବର୍ତ୍ତୀ ରିପୋର୍ଟ ପ୍ରକାଶ ପାଇବା ସମୟ କିମ୍ବା ରିପୋର୍ଟ କାହା ସହ ଜଡିତ ସେ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । କିନ୍ତୁ ଏକ ଟ୍ୱିଟ୍ ପରେ ଦୁନିଆର ବଡ ଶିଳ୍ପପତିମାନେ ଟେନସନରେ ଆସିଛନ୍ତି !












Click it and Unblock the Notifications