Get Updates
Get notified of breaking news, exclusive insights, and must-see stories!

କାହିଁକି କମୁନାହିଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ? ଜାଣନ୍ତୁ, କଣ ଉତ୍ତର ରଖିଲେ ପେଟ୍ରୋଲିୟମ ମନ୍ତ୍ରୀ

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନରେ ଆଣିବାକୁ ପ୍ରସ୍ତୁତ ନହେବେ ମୂଲ୍ୟ ହ୍ରାସ ହୋଇପାରିବ ନାହିଁ ।

ନୂଆଦିଲ୍ଲୀ : ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢିବା ନେଇ ସାଧାରଣ ନାଗରିକ ଅସନ୍ତୁଷ୍ଟ ଅଛନ୍ତି । ସରକାର କେବେ ଏଭଳି ପଦକ୍ଷେପ ନେବେ, ଯାହାଫଳରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇପାରିବ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନରେ ଆଣିବାକୁ ପ୍ରସ୍ତୁତ ନହେବେ ମୂଲ୍ୟ ହ୍ରାସ ହୋଇପାରିବ ନାହିଁ ।

Hardeep Singh Puri

ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଯଦି ଆପଣଙ୍କର ପ୍ରଶ୍ନ ହେଉଛି ପେଟ୍ରୋଲ ମୂଲ୍ୟ କାହିଁକି ହ୍ରାସ ହେଉନାହିଁ, ତେବେ ଏହାର ଉତ୍ତର ହେଉଛି - କାରଣ ରାଜ୍ୟମାନେ ଏହାକୁ ଜିଏସଟି ଅଧୀନରେ ଆଣିବାକୁ ଚାହୁଁନାହାଁନ୍ତି ।

ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରି ହରଦୀପ ସିଂହ ପୁରୀ କହିଛନ୍ତି ଯେ ମମତା ସରକାର ଇନ୍ଧନ ଉପରେ ଭାରି ଟିକସ ଲାଗୁ କରୁଛନ୍ତି, ସେଥିପାଇଁ ପଶ୍ଚିମବଙ୍ଗରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 100 ଅତିକ୍ରମ କରିଛି । ଆପଣଙ୍କୁ କହି ରଖୁଛୁ, କୋଲକାତାର ପେଟ୍ରୋଲ ଲିଟର ପିଛା 101 ଟଙ୍କା 62 ପଇସା ଏବଂ ଡଜେଲ ଲିଟର ପ୍ରତି 91 ଟଙ୍କା 71 ପଇସା ରହିଛି । କେବଳ ବଙ୍ଗଳା ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା 100 ଟଙ୍କା ଅତିକ୍ରମ କରିଛି ।

ପୁରୁଣା ଚାର୍ଜ ନେଉଛନ୍ତି କେନ୍ଦ୍ର ସରକାର

ହରଦୀପ ସିଂହ ପୁରୀ କହିଛନ୍ତି ଯେ କେନ୍ଦ୍ର ସରକାର ତୈଳ ମୂଲ୍ୟ ଉପରେ ପୁରୁଣା ଚାର୍ଜ ନେଉଛନ୍ତି । ପୁରୀଙ୍କ ଅନୁଯାୟୀ, "କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା 32 ଟଙ୍କା ଆଦାୟ କରୁଛନ୍ତି । ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ବ୍ୟାରେଲ ପିଛା 19 ଡଲାର ଥିଲା, ସେତେବେଳେ ଆମେ ଲିଟର ପିଛା 32 ଟଙ୍କା ଆଦାୟ କରିଥିଲୁ ଏବଂ ଆଜି ମଧ୍ୟ ଆମେ ସମାନ ଚାର୍ଜ ନେଉଛୁ, ଯେତେବେଳେ ବ୍ୟାରେଲ ପିଛା ₹ 75 କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+