ଗତବର୍ଷ ତୁଳନାରେ 8ପ୍ରତିଶତ ଅଧିକ ଜିଏସଟି ଆଦାୟ
ଚଳିତବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ଜିଏସଟି ନେଇ ଆସିଛି ଏକ ଖୁସି ଖବର । ସାଧାରଣ ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଏକ ଖୁସି ଖବର ଦେଇଛି । ଜାନୁୟାରୀ 2021 ରେ ରବିବାର ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 1,19,847 ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି ।
ନୂଆଦିଲ୍ଲୀ : 2021-22 ଆର୍ଥିକ ବର୍ଷ ପାଇଁ ଆଜି ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍ । ଆଜି ଦିନ 11ଟାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଚଳିତବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ଜିଏସଟି ନେଇ ଆସିଛି ଏକ ଖୁସି ଖବର । ସାଧାରଣ ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଏକ ଖୁସି ଖବର ଦେଇଛି । ଜାନୁୟାରୀ 2021 ରେ ରବିବାର ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 1,19,847 ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି । ଯାହାକି ଗତବର୍ଷ ତୁଳନାରେ 8ପ୍ରତିଶତ ଅଧିକା ରହିଛି । ଗତ ସପ୍ତାହରେ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଦେଶର ଅର୍ଥନୀତି ଦୁର୍ବଳ ହୋଇଛି । କିନ୍ତୁ ମହାମାରୀ ପରେ ଏହି ଜିଏସଟି ଆଦାୟ ପରେ ଦେଶର ଅର୍ଥନୀତିରେ ସୁଧାର ଆସିଥିବା ନେଇ କୁହାଯାଉଛି ।
ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର 23.9 ପ୍ରତିଶତ ହ୍ରାସ ପାଇଥିବାବେଳେ ଦ୍ୱିତୀୟ ତ୍ରୟ ମାସରେ ଏହା 7.5 ପ୍ରତିଶତ ହ୍ରାସ ପାଇଥିଲା । ସମଗ୍ର ଆର୍ଥିକ ବର୍ଷରେ 7.7 ପ୍ରତିଶତ ହ୍ରାସ ହୋଇଥିବା ଅନୁମାନ କରାଯାଉଛି ବୋଲି ସେ ଆଜି ସୂଚନା ଦେଇଥିଲେ । ଜିଡିପି 2021-22 ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) 11 ପ୍ରତିଶତ ବୃଦ୍ଧି ହେବ ବୋଲି ସର୍ଭେ ଆକଳନ କରିଛି ।












Click it and Unblock the Notifications