ଜିଏସଟି ଉପରେ କରୋନା ପ୍ରଭାବ : ଅପ୍ରେଲ ଠାରୁ କମ୍ ହେଲା ମେ' ମାସର ଜିଏସଟି କଲେକ୍ସନ୍
ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏଥର 1 ଲକ୍ଷ 2 ହଜାର 709 କୋଟି ଟଙ୍କା ଜିଏସଟି ବାବଦକୁ ସଂଗ୍ରହ ହୋଇଛି । ସେଥିମଧ୍ୟରୁ CGST 17 ହଜାର 592 କୋଟି, SGST 22 ହଜାର 653 କୋଟି, IGST 53 ହଜାର 199 କୋଟି ।
ନୂଆଦିଲ୍ଲୀ : ଜିଏସଟି ଉପରେ ବି ପଡ଼ିଛି କରୋନା ଛାଟ । ମେ' ମାସରେ କମିଛି ଜିଏସଟି ସଂଗ୍ରହ ପରିମାଣ । ଶନିବାର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜିଏସଟି ସଂଗ୍ରହ ମେ ମାସରେ ପୁଣି ଥରେ ଏକ ଲକ୍ଷ କୋଟି ଅତିକ୍ରମ କରିଛି । ସରକାର କହିଛନ୍ତି ଯେ ମେ ମାସରେ ଜିଏସଟି ସଂଗ୍ରହ 1 ଲକ୍ଷ 2 ହଜାର 709 କୋଟି ରହିଛି । ସୂଚନାଯୋଗ୍ୟ, ଏହା କ୍ରମାଗତ ଅଷ୍ଟମ ଥର ଯାହାକି ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟିରୁ ଅଧିକ ହୋଇଛି । ଅବଶ୍ୟ, ମେ ମାସର ସଂଗ୍ରହ ଅପ୍ରେଲ ତୁଳନାରେ କମ୍ ରହିଛି । କରୋନା ବୃଦ୍ଧି ଯୋଗୁଁ ଲକଡାଉନ୍ ଥିବାରୁ ଏପରି ହୋଇଛି ବୋଲି କୁହାଯାଉଛି ।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏଥର 1 ଲକ୍ଷ 2 ହଜାର 709 କୋଟି ଟଙ୍କା ଜିଏସଟି ବାବଦକୁ ସଂଗ୍ରହ ହୋଇଛି । ସେଥିମଧ୍ୟରୁ CGST 17 ହଜାର 592 କୋଟି, SGST 22 ହଜାର 653 କୋଟି, IGST 53 ହଜାର 199 କୋଟି (ସାମଗ୍ରୀ ଆମଦାନୀରେ ସଂଗ୍ରହ ହୋଇଥିବା 29,599 କୋଟି ଟଙ୍କା ସହିତ) ଏବଂ ସେସ୍ 9,265 କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ 868 କୋଟି ଟଙ୍କା ସହିତ ) ରହିଛି । ଉଲ୍ଲେଖନୀୟ ବିଷୟ ହେଉଛି, ଜିଏସଟି ସଂଗ୍ରହରେ 1 ଲକ୍ଷ କୋଟି ଅତିକ୍ରମ କରିବା ଅର୍ଥନୈତିକ ପୁନରୁଦ୍ଧାର ଦୃଷ୍ଟିରୁ ଏକ ଦୃଢ ସଙ୍କେତ ଅଟେ ।
The gross GST revenue collected in May is Rs 1,02,709 crores of which CGST is Rs 17,592 crores, SGST is Rs 22,653 crores, IGST is Rs 53,199 crores and Cess is Rs 9,265 crores: Ministry of Finance pic.twitter.com/7a40clPVA5
— ANI (@ANI) June 5, 2021












Click it and Unblock the Notifications