ମାର୍ଚ୍ଚରେ ଭାଙ୍ଗିଲା ଜିଏସଟି ସଂଗ୍ରହର ସମସ୍ତ ରେକର୍ଡ, ସଂଗ୍ରହ ହେଲା 1.42 ଲକ୍ଷ କୋଟିରୁ ଅଧିକ ରାଜସ୍ୱ
ଗତ ମାସରେ ଅର୍ଥାତ୍ ମାର୍ଚ୍ଚ 2022 ରେ ସରକାରଙ୍କ ଜିଏସଟି ସଂଗ୍ରହ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ମାର୍ଚ୍ଚରେ ଜିଏସଟି ମାଧ୍ୟମରେ ମୋଟ 1 ଲକ୍ଷ 42 ହଜାର 095 କୋଟି ଟଙ୍କା ରାଜସ୍ୱ ଆସିଛି ।
ନୂଆଦିଲ୍ଲୀ : ଗତ ମାସରେ ଅର୍ଥାତ୍ ମାର୍ଚ୍ଚ 2022 ରେ ସରକାରଙ୍କ ଜିଏସଟି ସଂଗ୍ରହ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ମାର୍ଚ୍ଚରେ ଜିଏସଟି ମାଧ୍ୟମରେ ମୋଟ 1 ଲକ୍ଷ 42 ହଜାର 095 କୋଟି ଟଙ୍କା ରାଜସ୍ୱ ଆସିଛି । ଏହା ପ୍ରଥମ ଥର ପାଇଁ ଗୋଟିଏ ମାସ ମଧ୍ୟରେ ଜିଏସଟି ସଂଗ୍ରହ 1.42 ଲକ୍ଷ କୋଟି ସ୍ତରକୁ ଛୁଇଁଛି । ପୂର୍ବରୁ ଏକ ମାସ ମଧ୍ୟରେ କେବେବି ଜିଏସଟି ସଂଗ୍ରହ ଏହି ସଂଖ୍ୟାରେ ପହଞ୍ଚି ନଥିଲା ।

ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ଦିନ ମାର୍ଚ୍ଚ ମାସ ପାଇଁ ଜିଏସଟି ସଂଗ୍ରହ ଆକଳନ ପ୍ରକାଶ କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚରେ ମୋଟ ଜିଏସଟି ସଂଗ୍ରହ 1ଲକ୍ଷ 42 ହଜାର 095 କୋଟି ଟଙ୍କା ହୋଇଛି । ଏଥିମଧ୍ୟରୁ CGST ହେଉଛି 25,830 କୋଟି, SGST ହେଉଛି 32,378 କୋଟି ଏବଂ IGST ହେଉଛି 74,470 କୋଟି ଟଙ୍କା । ସେସରୁ 9417 କୋଟି ଟଙ୍କା ଆସିଛି ।
ଏହାପୂର୍ବରୁ, ଏକ ମାସ ମଧ୍ୟରେ ସର୍ବାଧିକ ଜିଏସଟି ସଂଗ୍ରହ ଜାନୁଆରୀ 2022 ରେ 1,40,986 କୋଟିରେ ରେକର୍ଡ କରାଯାଇଥିଲା । ଫେବୃଆରୀରେ ଜିଏସଟି ସଂଗ୍ରହ 1,33,026 କୋଟି ଟଙ୍କା ଥିଲା ।












Click it and Unblock the Notifications