Get Updates
Get notified of breaking news, exclusive insights, and must-see stories!

ଅଗଷ୍ଟରେ ସଂଗ୍ରହ ହେଲା 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି, ଜୁଲାଇ ତୁଳନାରେ କମ୍

2021 ପାଇଁ ଜିଏସଟି ସଂଗ୍ରହ ଆକଳନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟରେ ଜିଏସଟି ସଂଗ୍ରହ 1 ଲକ୍ଷ କୋଟି ଅତିକ୍ରମ କରିଛି ।

ନୂଆଦିଲ୍ଲୀ : 2021 ପାଇଁ ଜିଏସଟି ସଂଗ୍ରହ ଆକଳନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟରେ ଜିଏସଟି ସଂଗ୍ରହ 1 ଲକ୍ଷ କୋଟି ଅତିକ୍ରମ କରିଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଅଗଷ୍ଟ 2021 ରେ ଜିଏସଟି ସଂଗ୍ରହ 1.12 ଲକ୍ଷ କୋଟି ଥିବାବେଳେ ଜୁଲାଇରେ ଏହି ସଂଖ୍ୟା 1.16 ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥାତ୍ ଜୁଲାଇ ତୁଳନାରେ ଅଗଷ୍ଟରେ ଜିଏସଟି ସଂଗ୍ରହ ହ୍ରାସ ପାଇଛି । ଅନ୍ୟପକ୍ଷରେ, ଯଦି ଆପଣ ଏହାକୁ ଅଗଷ୍ଟ 2020 ସହିତ ତୁଳନା କରନ୍ତି, ତେବେ ଏହା 30 ପ୍ରତିଶତ ବୃଦ୍ଧି ପାଇଛି ।

GST

ସରକାରୀ ତଥ୍ୟ ଅନୁଯାୟୀ ଅଗଷ୍ଟରେ ମୋଟ ଜିଏସଟି ସଂଗ୍ରହର 20 ହଜାର 522 କୋଟି କେନ୍ଦ୍ରୀୟ ଜିଏସଟି ହୋଇଥିବାବେଳେ ରାଜ୍ୟ ଜିଏସଟି ରହିଛି 26 ହଜାର 605 କୋଟି । ଯେତେବେଳେ କି ଇଣ୍ଟିଗ୍ରେଟେଡ୍ ଜିଏସଟି ରହିଛି 56 ହଜାର 247 କୋଟି । ସେହିପରି ଦ୍ରବ୍ୟ ଆମଦାନୀରୁ ଆଇ ଜିଏସଟି 26 ହଜାର 884 କୋଟି ସଂଗ୍ରହ ହୋଇଥିବା ବେଳଏ ସେସ୍ ଜରିଆରେ 8 ହଜାର 646 କୋଟି ସରକାରୀ ଖାତାରେ ଜମା ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ କରୋନା ପରେ ଜୁନ୍ ଶେଷରେ ବାଣିଜ୍ୟ ପ୍ରତିବନ୍ଧକ ହଟାଯିବା ପରେ ଜୁଲାଇରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଅତିକ୍ରମ କରିଥିଲା । ଏଥି ସହିତ, ଯେଉଁ ଗତି ସହିତ ଅର୍ଥନୀତି ଟ୍ରାକକୁ ଫେରୁଛି, ଅନୁମାନ କରାଯାଉଛି ଯେ ଆଗାମୀ ଦିନରେ ଜିଏସଟି ସଂଗ୍ରହରେ ଅଧିକ ବୃଦ୍ଧି ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+