For Quick Alerts
Turn On Notification  
For Daily Alerts
Oneindia App Download

ଅଗଷ୍ଟରେ ସଂଗ୍ରହ ହେଲା 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି, ଜୁଲାଇ ତୁଳନାରେ କମ୍

2021 ପାଇଁ ଜିଏସଟି ସଂଗ୍ରହ ଆକଳନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟରେ ଜିଏସଟି ସଂଗ୍ରହ 1 ଲକ୍ଷ କୋଟି ଅତିକ୍ରମ କରିଛି ।

|

ନୂଆଦିଲ୍ଲୀ : 2021 ପାଇଁ ଜିଏସଟି ସଂଗ୍ରହ ଆକଳନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟରେ ଜିଏସଟି ସଂଗ୍ରହ 1 ଲକ୍ଷ କୋଟି ଅତିକ୍ରମ କରିଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଅଗଷ୍ଟ 2021 ରେ ଜିଏସଟି ସଂଗ୍ରହ 1.12 ଲକ୍ଷ କୋଟି ଥିବାବେଳେ ଜୁଲାଇରେ ଏହି ସଂଖ୍ୟା 1.16 ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥାତ୍ ଜୁଲାଇ ତୁଳନାରେ ଅଗଷ୍ଟରେ ଜିଏସଟି ସଂଗ୍ରହ ହ୍ରାସ ପାଇଛି । ଅନ୍ୟପକ୍ଷରେ, ଯଦି ଆପଣ ଏହାକୁ ଅଗଷ୍ଟ 2020 ସହିତ ତୁଳନା କରନ୍ତି, ତେବେ ଏହା 30 ପ୍ରତିଶତ ବୃଦ୍ଧି ପାଇଛି ।

GST

ସରକାରୀ ତଥ୍ୟ ଅନୁଯାୟୀ ଅଗଷ୍ଟରେ ମୋଟ ଜିଏସଟି ସଂଗ୍ରହର 20 ହଜାର 522 କୋଟି କେନ୍ଦ୍ରୀୟ ଜିଏସଟି ହୋଇଥିବାବେଳେ ରାଜ୍ୟ ଜିଏସଟି ରହିଛି 26 ହଜାର 605 କୋଟି । ଯେତେବେଳେ କି ଇଣ୍ଟିଗ୍ରେଟେଡ୍ ଜିଏସଟି ରହିଛି 56 ହଜାର 247 କୋଟି । ସେହିପରି ଦ୍ରବ୍ୟ ଆମଦାନୀରୁ ଆଇ ଜିଏସଟି 26 ହଜାର 884 କୋଟି ସଂଗ୍ରହ ହୋଇଥିବା ବେଳଏ ସେସ୍ ଜରିଆରେ 8 ହଜାର 646 କୋଟି ସରକାରୀ ଖାତାରେ ଜମା ହୋଇଛି ।

ଆପଣଙ୍କୁ କହିରଖୁଛୁ ଯେ କରୋନା ପରେ ଜୁନ୍ ଶେଷରେ ବାଣିଜ୍ୟ ପ୍ରତିବନ୍ଧକ ହଟାଯିବା ପରେ ଜୁଲାଇରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଅତିକ୍ରମ କରିଥିଲା । ଏଥି ସହିତ, ଯେଉଁ ଗତି ସହିତ ଅର୍ଥନୀତି ଟ୍ରାକକୁ ଫେରୁଛି, ଅନୁମାନ କରାଯାଉଛି ଯେ ଆଗାମୀ ଦିନରେ ଜିଏସଟି ସଂଗ୍ରହରେ ଅଧିକ ବୃଦ୍ଧି ପାଇବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
GST Collection for Month of August Crosses 1 Lakh Crore
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X