ଜୁଲାଇରେ ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ, ଆଦାୟ ହେଲା 1.49 ଲକ୍ଷ କୋଟି
ଜୁଲାଇରେ ଜିଏସଟି ସଂଗ୍ରହ 28 ପ୍ରତିଶତ ବୃଦ୍ଧି ହୋଇ 1.49 ଲକ୍ଷ କୋଟିରେ ପହଞ୍ଚିଛି । ଜୁଲାଇ ମାସ ପାଇଁ ଜିଏସଟି ସଂଗ୍ରହ 1 ଲକ୍ଷ 48 ହଜାର 995 କୋଟିରେ ରେକର୍ଡ କରାଯାଇଛି ।
ନୂଆଦିଲ୍ଲୀ : ବଢୁଛି ଜିଏସଟି ଆଦାୟ ପରିମାଣ । ଜୁଲାଇରେ ଜିଏସଟି ସଂଗ୍ରହ 28 ପ୍ରତିଶତ ବୃଦ୍ଧି ହୋଇ 1.49 ଲକ୍ଷ କୋଟିରେ ପହଞ୍ଚିଛି । ଜୁଲାଇ ମାସ ପାଇଁ ଜିଏସଟି ସଂଗ୍ରହ 1 ଲକ୍ଷ 48 ହଜାର 995 କୋଟିରେ ରେକର୍ଡ କରାଯାଇଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ 28 ପ୍ରତିଶତ ଅଧିକ । 2017 ରେ ଜିଏସଟି ଲାଗୁ ହେବା ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ରାଜସ୍ୱ ଆଦାୟ ।

ଅର୍ଥ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ସାମଗ୍ରିକ CGST ହେଉଛି 25 ହଜାର751 କୋଟି, SGST 32 ହଜାର 807 କୋଟି, IGST 79 ହଜାର 518 କୋଟି (ସାମଗ୍ରୀ ଆମଦାନୀରେ ସଂଗ୍ରହ ହୋଇଥିବା 41 ହଜାର 420 କୋଟି ଟଙ୍କା ସହିତ) ଏବଂ ସେସ 10 ହଜାର 920 କୋଟି (ଆମଦାନୀରେ ସଂଗ୍ରହ ହୋଇଥିବା 995 କୋଟି ଟଙ୍କା ସହିତ) ରହିଛି । ଜୁନ୍ 2022 ରେ ସମୁଦାୟ ଜିଏସଟି ସଂଗ୍ରହ ଥିଲା 1.44 ଲକ୍ଷ କୋଟି ଟଙ୍କା । କ୍ରମାଗତ ପାଞ୍ଚ ମାସ ପାଇଁ ମାସିକ ଜିଏସଟି ରାଜସ୍ୱ 1.4 ଲକ୍ଷ କୋଟିରୁ ଅଧିକ ରହିଛି, ଯାହା ପ୍ରତି ମାସରେ ସ୍ଥିର ଅଭିବୃଦ୍ଧି ଦେଖାଉଛି ।
ଉଲ୍ଲେଖନୀୟ ଯେ, ଅପ୍ରେଲ ମାସରେ ପ୍ରଥମ ଥର ପାଇଁ ଜିଏସଟି ରାଜସ୍ୱ ସଂଗ୍ରହ 1.5 ଲକ୍ଷ କୋଟି ମାର୍କ ଅତିକ୍ରମ କରି 1.68 ଲକ୍ଷ କୋଟି ଟଙ୍କା ରହିଥିଲା ।












Click it and Unblock the Notifications