For Quick Alerts
Turn On Notification  
For Daily Alerts
Oneindia App Download

କ୍ୟାବିନେଟ ଅନୁମୋଦନ ପରେ ସଂସଦରେ ନୂତନ କ୍ରିପ୍ଟୋ ବିଲ୍ ଆଗତ କରିବେ ସରକାର - ନିର୍ମଳା ସୀତାରମଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ୟାବିନେଟର ଅନୁମୋଦନ ପରେ ସରକାର ସଂସଦରେ ଏକ ନୂତନ କ୍ରିପ୍ଟୋ ବିଲ୍ ଆଗତ କରିବେ । ମଙ୍ଗଳବାର ଦିନ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ଗୁଡିକର ଭୁଲ ହାତରେ ପଡ଼ିବାର ଆଶଙ୍କା ଉପରେ ନଜର ରଖାଯାଉଛି ।

|

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ୟାବିନେଟର ଅନୁମୋଦନ ପରେ ସରକାର ସଂସଦରେ ଏକ ନୂତନ କ୍ରିପ୍ଟୋ ବିଲ୍ ଆଗତ କରିବେ । ମଙ୍ଗଳବାର ଦିନ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ଗୁଡିକର ଭୁଲ ହାତରେ ପଡ଼ିବାର ଆଶଙ୍କା ଉପରେ ନଜର ରଖାଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ଡିଜିଟାଲ ମୁଦ୍ରା ପାଇଁ ବିଜ୍ଞାପନ ବନ୍ଦ କରିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

Nirmala Sitharaman

ଅର୍ଥମନ୍ତ୍ରୀ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ଗୁଡିକର ନିୟାମକ ସମ୍ଭାବନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି, ବର୍ତ୍ତମାନ ଆପଣମାନେ କ୍ରିପ୍ଟୋକରେନ୍ସି ସମ୍ବନ୍ଧୀୟ ବିଲ୍କୁ ଅପେକ୍ଷା କରନ୍ତୁ । ରାଜ୍ୟସଭାରେ ଭାଷଣ ଦେଇ ନିର୍ମଳା ସୀତାରମଣ କହିଛନ୍ତି ଯେ ଆମେ ସଂସଦରେ ଏକ ବିଲ୍ ଆଣିବାର ଖୁବ୍ ନିକଟତର । କ୍ୟାବିନେଟ ଦ୍ୱାରା ଏହି ବିଲ୍ ଅନୁମୋଦନ ହେବା ପରେ ଏହାକୁ ଗୃହରେ ଆଗତ କରାଯିବ ।

ସୀତାରମଣ ସୋମବାର ଦିନ କହିଥିଲେ ଯେ ଦେଶରେ ବିଟକଏନ୍ କୁ ମୁଦ୍ରା ଭାବରେ ମାନ୍ୟତା ଦେବା ପାଇଁ କେନ୍ଦ୍ରର କୌଣସି ପ୍ରସ୍ତାବ ନାହିଁ । ଏଥିସହ ସରକାର ବିଟକଏନ୍ କାରବାର ଉପରେ କୌଣସି ତଥ୍ୟ ସଂଗ୍ରହ କରୁନାହାଁନ୍ତି ବୋଲି କହିଛନ୍ତି । ସରକାର କହିଥିଲେ ଯେ ବ୍ୟାଙ୍କ ନୋଟ୍ ର ସଂଜ୍ଞା ଅନୁଯାୟୀ ଡିଜିଟାଲ୍ ମୁଦ୍ରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଏକ ପ୍ରସ୍ତାବ ଆସିଛି ।

ଆସନ୍ତୁ ଜଣାଇବା ଯେ ଅକ୍ଟୋବରରେ ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ର ପ୍ରସ୍ତାବ ଆଣିଥିଲା । ବାସ୍ତବରେ CBDC- ଡିଜିଟାଲ୍ କିମ୍ବା ଭର୍ଚୁଆଲ୍ ମୁଦ୍ରା ହେଉଛି ମୂଳତଃ ଭାରତରେ ରୂପୀ କିମ୍ବା ଫିଆଟ୍ ମୁଦ୍ରାର ଡିଜିଟାଲ୍ ସଂସ୍କରଣ । ଏହି ସମୟରେ ଆରିଆଇ ମାକ୍ରୋ-ଇକୋନୋମିକ ଏବଂ ଆର୍ଥିକ ସ୍ଥିରତା ବିପଦ ସୃଷ୍ଟି କରୁଥିବା କ୍ରିପ୍ଟୋକରେନ୍ସି ଉପରେ ଚିନ୍ତା ପ୍ରକଟ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Government will introduce new crypto bill in Parliament after cabinet approval- Nirmala Sitharaman
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X