ଚାରି ଦିନ ପରେ ଖସିଲା ସୁନା ଦର, ଜାଣନ୍ତୁ କଣ ରହିଛି ବଜାର ଦର...
19 ମାର୍ଚ୍ଚ 2021 ରେ ସୁନାର ଫ୍ୟୁଚର ମୂଲ୍ୟ 0.16 ପ୍ରତିଶତ ହ୍ରାସ ପାଇଛି ଏବଂ MCX ସୁନାରେ 72ଟଙ୍କା ହ୍ରାସ ପାଇ 10 ଗ୍ରାମ ପ୍ରତି 44ହଜାର 879 ଟଙ୍କା ହୋଇଛି ।
ନୂଆଦିଲ୍ଲୀ : ଆଜି ସୁନା ଓ ରୂପା ମୂଲ୍ୟ ପୁଣି ବଦଳିଛି । ସପ୍ତାହର ଶେଷ ବାଣିଜ୍ୟ ଦିନରେ ସୁନାଦର ଖସିଛି । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ସୁନାରେ ବିନିଯୋଗ କରିବାକୁ କିମ୍ବା କିଣିବାକୁ ଯାଉଛନ୍ତି, ତେବେ ସୁନାର ସର୍ବଶେଷ ମୂଲ୍ୟ ବିଷୟରେ ସଚେତନ ରୁହନ୍ତୁ । ଆପଣଙ୍କୁ କହିରଖୁଛୁ, ଗତ ଚାରି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା, କିନ୍ତୁ ସପ୍ତାହର ଶେଷ ବାଣିଜ୍ୟ ଦିନ ଅର୍ଥାତ୍ ଶୁକ୍ରବାର ଦିନ ସୁନା ପୁଣି ଥରେ ଖସିଛି । 19 ମାର୍ଚ୍ଚ 2021 ରେ ସୁନାର ଫ୍ୟୁଚର ମୂଲ୍ୟ 0.16 ପ୍ରତିଶତ ହ୍ରାସ ପାଇଛି ଏବଂ MCX ସୁନାରେ 72ଟଙ୍କା ହ୍ରାସ ପାଇ 10 ଗ୍ରାମ ପ୍ରତି 44ହଜାର 879 ଟଙ୍କା ହୋଇଛି ।

ଶସ୍ତା ହେଲା ସୁନା
ଏହି ସପ୍ତାହରେ ସୁନା ଦର ବୃଦ୍ଧି ପାଇଥିଲା, କିନ୍ତୁ ସପ୍ତାହର ଶେଷ ବାଣିଜ୍ୟ ଦିନରେ ସୁନା ପୁଣି ହ୍ରାସ ପାଇଛି । ଆଜି ସୁନା ଦର ହ୍ରାସ ପାଇଛି । ବିବାହ ଋତୁ ପୂର୍ବରୁ ସୁନା ଦର ହ୍ରାସ ଗ୍ରାହକ ମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଗତ କିଛି ଦିନ ପରେ ଆଜି ସୁନା ମୂଲ୍ୟ ହ୍ରାସ ପାଇଲା ଏବଂ 24 କ୍ୟାରେଟ୍ ଶୁଦ୍ଧତା ସୁନା 45000 ଟଙ୍କାରୁ ତଳକୁ ଖସିଛି ।
କଣ ରହିଛି ସୁନା ମୂଲ୍ୟ
ଆଜି ସୁନା ମୂଲ୍ୟ 10 ଗ୍ରାମ ପ୍ରତି 45000 ଟଙ୍କା ତଳକୁ ଖସି ଆସିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ତଥା ଏମସିଏକ୍ସରେ ଏପ୍ରିଲ ବିତରଣ ପାଇଁ ସୁନା ମୂଲ୍ୟ 0.62 ପ୍ରତିଶତ ହ୍ରାସ ପାଇଛି । ଏପ୍ରିଲ 5 ରେ ବିତରଣ ପାଇଁ ସୁନାର ଫ୍ୟୁଚର ମୂଲ୍ୟ 72 ଟଙ୍କା ହ୍ରାସ ପାଇ 10 ଗ୍ରାମ ପ୍ରତି ସୁନା 44ହଜାର 879 ଟଙ୍କାରେ ପହଞ୍ଚିଛି । ଏଥି ସହିତ, ଜୁନ୍ 5 ରେ ଡେଲିଭରି ହେବାକୁ ଥିବା ସୁନା ମୂଲ୍ୟ 94 ଟଙ୍କା ହ୍ରାସ ହୋଇ 10 ଗ୍ରାମ ପ୍ରତି 45 ହଜାର 215 ଟଙ୍କା ହୋଇଛି । ଅଗଷ୍ଟରେ ବିତରଣ ହେବାକୁ ଥିବା ସୁନା ମୂଲ୍ୟ 693 ଟଙ୍କା ହ୍ରାସ ପାଇ 10 ଗ୍ରାମ ପିଛା 44 ହଜାର 985 ଟଙ୍କା ହୋଇଛି ।

ଯଦି ସୁନା ରେକର୍ଡ ସ୍ତରରୁ ଏପର୍ଯ୍ୟନ୍ତ ମୂଲ୍ୟର ହ୍ରାସ ବିଷୟରେ ଆଲୋଚନା କରିବା, ତେବେ ସୁନା 11ହଜାର 311 ଟଙ୍କା ପ୍ରତି 10 ଗ୍ରାମ ଶସ୍ତା ହୋଇଛି । 7 ଅଗଷ୍ଟ 2020 ରେ, ସୁନା ସର୍ବାଧିକ 10 ଗ୍ରାମରେ 56200 ଟଙ୍କା ସ୍ତରରେ ପହଞ୍ଚିଥିଲା । ସୁନା ମୂଲ୍ୟରେ ଏହି ବୃଦ୍ଧି ପରେ ସୁନା ପୁଣି ହ୍ରାସ ପାଇବାରେ ଲାଗିଲା ଏବଂ ମୂଲ୍ୟ 11ହଜାର 300ଟଙ୍କାରୁ ଅଧିକ ମୂଲ୍ୟ ଖସି 45ହଜାର ଟଙ୍କାରେ ପହଞ୍ଚିଛି ।












Click it and Unblock the Notifications