ଖସିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ ରହିଛି କେତେ ଦର

ହ୍ରାସ ପାଇଛି ସୁନା ଦର । ଆଜି 100 ଗ୍ରାମ ପ୍ରତି ସୁନା ମୂଲ୍ୟ 8000 ଟଙ୍କା ହ୍ରାସ ପାଇଛି । ବୁଧବାର ଦିନ ସୁନା ହାର ଭାରତରେ 10 ଗ୍ରାମ ପିଛା 800 ଟଙ୍କା ହ୍ରାସ ପାଇଛି ।

ନୂଆଦିଲ୍ଲୀ : ହ୍ରାସ ପାଇଛି ସୁନା ଦର । ଆଜି 100 ଗ୍ରାମ ପ୍ରତି ସୁନା ମୂଲ୍ୟ 8000 ଟଙ୍କା ହ୍ରାସ ପାଇଛି । ବୁଧବାର ଦିନ ସୁନା ହାର ଭାରତରେ 10 ଗ୍ରାମ ପିଛା 800 ଟଙ୍କା ହ୍ରାସ ପାଇଛି । ଏହା ପରେ, ଆଜି 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 43 ହଜାର ଟଙ୍କା ଥିବାବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 44 ହଜାର ଟଙ୍କା ରହିଛି । ମାର୍ଚ୍ଚ 19 ତାରିଖରୁ ସୁନା ମୂଲ୍ୟ ହ୍ରାସ ପାଉଛି ବୋଲି ଗୋଲ୍ଡ ରିଟର୍ଣ୍ଣ ୱେବସାଇଟ୍ ରିପୋର୍ଟ ପ୍ରକାଶ କରିଛି ।

Gold

ଦେଶର ବିଭିନ୍ନ ସହରରେ ସୁନାର ମୂଲ୍ୟ ଭିନ୍ନ ରହିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସ୍ଥାନରେ ସୁନା ମୂଲ୍ୟରେ କିଛିଟା ପାର୍ଥକ୍ୟ ରହିଛି । ଫେବୃଆରୀ ପ୍ରାରମ୍ଭରେ ସୁନା ମୂଲ୍ୟ ସର୍ବାଧିକ ରେକର୍ଡ ହୋଇଥିଲା କିନ୍ତୁ ମାର୍ଚ୍ଚରେ ଏହା ହ୍ରାସ ପାଇ କ୍ରେତାମାନଙ୍କ ପାଇଁ ଖୁସି ଆଣିଛି । 22 କ୍ୟାରେଟ୍ ସୁନା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟରେ ମଧ୍ୟ ପାର୍ଥକ୍ୟ ଅଛି ।

ଭୁବନେଶ୍ୱରେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 41 ହଜାର 900 ଟଙ୍କା ଥିବାବେଳେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 45 ହଜାର 700 ଟଙ୍କା ରହିଛି । ସେହିପରି ଦିଲ୍ଲୀରେ 22 କ୍ୟାରେଟ୍ ସୁନାର ମୂଲ୍ୟ 44 ହଜାର 50 ଟଙ୍କା ଓ 24 କ୍ୟାରେଟ୍ ସୁନାର ମୂଲ୍ୟ 48 ହଜାର 50 ଟଙ୍କା ରହିଛି । ଏହା ବ୍ୟତୀତ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ 43 ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ 24 କ୍ୟାରେଟ୍ ସୁନା ପାଇଁ ଗ୍ରାହକଙ୍କୁ 44 ହଜାର ଟଙ୍କ ଦେବାକୁ ପଡ଼ିବ ।

ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଉଭୟ 22-କ୍ୟାରେଟ୍ ଏବଂ 24-କ୍ୟାରେଟ୍ ସୁନା ମୂଲ୍ୟରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି), ଟିସିଏସ୍ ଏବଂ ଅନ୍ୟାନ୍ୟ ଟ୍ୟାକ୍ସ ଅନ୍ତର୍ଭୁକ୍ତ ନୁହେଁ । ଅଳଙ୍କାର ଦୋକାନଗୁଡ଼ିକରେ ସୁନା ମୂଲ୍ୟ ଏହି ହାରଠାରୁ ଭିନ୍ନ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+