ପୁଣି ବଢ଼ିଲା ସୁନା ଦାମ , ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ....
ପୁଣି ବଢ଼ିଲା ସୁନା ଆଉ ରୁପା ଦାମ । ଗୁରୁବାର ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ତା ସହିତ ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୨.୧୧ ଲକ୍ଷରେ ପହଞ୍ଚିଛି । ତେବେ ଆମେରିକାର ମୁଦ୍ରାସ୍ଫୀତି ଏବଂ ଭେନେଜୁଏଲାର ରାଜନୈତିକ ଉତ୍ତେଜନା ଭିତରେ ସୁନା ଏବଂ ରୂପା ମୂଲ୍ୟରେ ଆଗାମୀ ଦିନରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।ଆଜି ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପ୍ରତି ୧୦ ହଜାର ୧୧୩ ରହିଛି ।

ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୨ହଜାର ୩୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୩ ହଜାର ୪୮୪ ଟଙ୍କା ରହିଛି । ଗତକାଲି ତୁଳନାରେ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୨୫୦ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଗତକାଲି ଅପେକ୍ଷା ୩୩୦ ଟଙ୍କା ବୃଦ୍ଧି ପାଇଛି ।
ଏହାସହ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୩,୩୦୦ଟଙ୍କା ବୃଦ୍ଧି ପାଇଛି ।ଆଜି ଭାରତରେ ରୂପା ମୂଲ୍ୟ ଗ୍ରାମ ପିଛା ୨୧୧ ଟଙ୍କା ଏବଂ କିଲୋଗ୍ରାମ ପିଛା ୨ ଲକ୍ଷ ୧୧ ହଜାର ଟଙ୍କାରେ ପହଞ୍ଚିଛି, ଯାହାକି ଗତକାଲି ୨୦୮ ଟଙ୍କା ଏବଂ କିଲୋଗ୍ରାମ ପିଛା ୨ ଲକ୍ଷ ୮ ହଜାର ଟଙ୍କା ଥିଲା ।












Click it and Unblock the Notifications