ଅପ୍ରେଲରୁ ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା

ଆଉ ବିକ୍ରି ହୋଇପାରିବ ନାହିଁ ହଲମାର୍କ ନଥିବା ସୁନା । ଏହା ଉପରେ ଲାଗିବ କଟକଣା । ଅପ୍ରେଲ ମାସରୁ ଏହା ଉପରେ ଆସିବ ପ୍ରତିବନ୍ଧକ ।

Gold

ନୂଆଦିଲ୍ଲୀ : ଆଉ ବିକ୍ରି ହୋଇପାରିବ ନାହିଁ ହଲମାର୍କ ନଥିବା ସୁନା । ଏହା ଉପରେ ଲାଗିବ କଟକଣା । ଅପ୍ରେଲ ମାସରୁ ଏହା ଉପରେ ଆସିବ ପ୍ରତିବନ୍ଧକ । ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଚିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ଯେଉଁ ଗହଣାରେ 6 ଅଙ୍କ ବିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେ ଗହଣା ବିକ୍ରି ହୋଇ ପାରିବ ନାହିଁ । ହଲମାର୍କ ନିୟମକୁ କଡାକଡି କରିବା ପାଇଁ ନିକଟରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି । ଏଥିସହିତ ଭାରତୀୟ ମାନକ ବ୍ୟୁରୋର ବିଭିନ୍ନ କାର୍ଯ୍ୟକ୍ରମର ସେ ସମୀକ୍ଷା ମଧ୍ୟ କରିଥିଲେ ।

ଏଚୟୁଆଇଡି ହେଉଛି ଏକ ସ୍ୱତନ୍ତ୍ର ପରିଚୟ ନମ୍ବର । ସେହିପରି ସୁନା ହଲମାର୍କିଂ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେଶନ । ପୂର୍ବରୁ 2021 ଜୁନ 16 ପର୍ଯ୍ୟନ୍ତ ସୁନା ହଲମାର୍କିଂ ସ୍ୱେଚ୍ଛାଧୀନ ଥିଲା । ଏହାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ନିଆଯାଇ ଥିଲା । ପ୍ରଥମ ପର୍ଯ୍ୟାୟରେ 256 ଜିଲ୍ଲାରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 32 ଟି ଜିଲ୍ଲାକୁ ସେଥିରେ ସାମିଲ କରାଯାଇଥିଲା । ମୋଟ 288 ଜିଲ୍ଲାରେ ଏହା ଲାଗୁ କରାଯାଇଛି । ବର୍ତ୍ତମାନ ଆଉ 55 ଟି ଜିଲ୍ଲାରେ ଏହି ନିୟମକୁ ଲାଗୁ କରିବା କାମ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+