ଅଯଥା ମେସେଜ୍-କଲ୍ ରୁ ମିଳିବ ମୁକ୍ତି, ମୋବାଇଲରେ ଜାଣିପାରିବେ କିଏ କରୁଛି ଆପଣଙ୍କୁ ହଇରାଣ

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ରହିଛି । ଏହା ସହିତ ବ୍ୟସ୍ତ ବହୁଳ ଜୀବନରେ ଅଯଥା ସ୍ପାମ୍ କଲ୍ ଏବଂ ମେସେଜ କାରଣରୁ ଉପଭୋକ୍ତାଙ୍କୁ ହଇରାଣ ହେବାକୁ ପଡ଼ୁଛି । କିନ୍ତୁ ବର୍ତ୍ତମାନ ଆପଣ ଏହି ନକଲି କଲ୍ ଓ ମେସେଜରୁ ପାଇପାରିବେ ମୁକ୍ତି । କଲ୍ କିମ୍ବା ମେସେଜ ଆସିବା ମାତ୍ରେ ଆପଣ ଜାଣିପାରିବେ ଯେ ଏହା ଅନାବଶ୍ୟକ ତଥା ସ୍ପାମ୍ କଲ୍ । ଏ ନେଇ ଫେକ୍ କଲ୍, ପ୍ରମୋସନାଲ୍ କଲ୍ ଏବଂ SMS ପାଇଁ TRAI ନିୟମରେ ପରିବର୍ତ୍ତନ କରିଛି ।
ଆଜି ଠାରୁ ଅର୍ଥାତ୍ 1 ମେ ରୁ ଏହି ନୂଆ ନିୟମ ଲାଗୁ ହୋଇଯିବ । ଲୋକଙ୍କୁ ଅଯଥା କଲରୁ ମୁକ୍ତି ଦେବା ପାଇଁ TRAI ଏକ AI ସେଟଅପ୍ କରିବ । ଫଳରେ ଉପଭୋକ୍ତାମାନେ ଅଯଥା କଲ୍ ଏବଂ SMS ରୁ ସୁରକ୍ଷିତ ରହିବେ । ଟେଲିକମ୍ ଅଥରିଟି ସମସ୍ତ କମ୍ପାନୀକୁ ସ୍ମାର୍ଟଫୋନ୍ କଲ୍ ଏବଂ ମେସେଜିଂ ସେବାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସ୍ପାମ୍ ଫିଲ୍ଟର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ଫିଲ୍ଟର ଡିଭାଇସ୍ ସାହାଯ୍ୟରେ ଆପଣ ଅଯଥା ଏବଂ ଫେକ୍ କଲ୍ ତଥା SMS ଚିହ୍ନଟ କରିବାରେ ସକ୍ଷମ ହେବେ ।
ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଖୁବ ଶୀଘ୍ର ଏଆଇ ଫିଲ୍ଟର ସେବା ଆରମ୍ଭ କରିବେ ବୋଲି ଘୋଷଣା କରିସାରିଛନ୍ତି । TRAI ଘୋଷଣା କରିଛି ଯେ ଏହି ସୁବିଧା ଆଜିଠାରୁ ଆରମ୍ଭ ହେବ ।
ଫେକ୍ କଲ ଏବଂ ମେସେଜ ଉପରେ ରୋକ୍ ଲଗାଇବା ପାଇଁ TRAI କାର୍ଯ୍ୟ କରିଆସୁଛି । ଯେକୌଣସି ଉପଭୋକ୍ତା ଏବଂ ମୋବାଇଲ୍ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ନେବା, ସେମାନଙ୍କ ତଥ୍ୟ ହ୍ୟାକ୍ କରିବା ନେଇ ଏହା ହେଉଛି ସହଜ ଉପାୟ । ଏହା ଉପରେ ରୋକ ଲଗାଇବାକୁ TRAI ଉଦ୍ୟମ କରୁଛି ।
ଏପରିକି ମୋବାଇଲ୍ ନମ୍ବରକୁ ଆସୁଥିବା ପ୍ରମୋସନାଲ୍ କଲ୍ ବନ୍ଦ କରାଯାଉ ବୋଲି ଟ୍ରାଇ ଦାବି କରିଛି । ନୂତନ ବୈଶିଷ୍ଟ୍ୟରେ କଲ କରୁଥିବା ବ୍ୟକ୍ତିର ଫଟୋ ଏବଂ ନାମ ମୋବାଇଲ୍ ଫୋନରେ ଦେଖାଯିବ । ଯାହା ଦ୍ୱାରା ଉପଭୋକ୍ତାମାନେ ଜାଣିପାରିବେ କିଏ କଲ୍ କରୁଛି ।












Click it and Unblock the Notifications