For Quick Alerts
Turn On Notification  
For Daily Alerts
Oneindia App Download

ନଅ ଟଙ୍କାରେ ପାଆନ୍ତୁ ଗ୍ୟାସ୍ ସିଲିଣ୍ଡର : ଅପ୍ରେଲ 30 ଯାଏଁ ରହିଛି ଏହି ସୁଯୋଗ

ଯଦିଓ ଅପ୍ରେଲରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି ତଥାପି ନଭେମ୍ବରରେ 594 ଟଙ୍କା ତୁଳନାରେ ଏହା ବହୁତ ଅଧିକ ରହିଛି । କିନ୍ତୁ ଏକ ଉପାୟ ଅଛି, ଯାହା ଦ୍ୱାରା ଆପଣ 809 ଟଙ୍କାର ସିଲିଣ୍ଡର ମାତ୍ର 9 ଟଙ୍କାରେ କିଣି ପାରିବେ ।

|

ଗତ କିଛି ମାସ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଆକାଶ ଛୁଆଁ ହେଇଛି । ପେଟ୍ରୋଲ ଓ ଡିଜେଲ ଉପରେ ଏଲପିଜି ଗ୍ୟାସର ମହଙ୍ଗା ମାଡ଼ ଗ୍ରାହକଙ୍କ ବୋଝ ଉପର ନଳିତା ବିଡ଼ା ସଦୃଶ ହୋଇପଡ଼ିଛି । କିନ୍ତୁ ଏହି ସମୟ ମଧ୍ୟରେ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । ଅପ୍ରେଲ 2021 ରୁ ଇଣ୍ଡିଆନ୍ ଅଏଲ୍ ଲିମିଟେଡ୍ ଘରୋଇ LPG ସିଲିଣ୍ଡର ମୂଲ୍ୟ 10 ଟଙ୍କା ହ୍ରାସ କରିଛି । ଏହି ହ୍ରାସ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 809 ଟଙ୍କା ହୋଇଥିଲା । ଯଦିଓ ଅପ୍ରେଲରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି ତଥାପି ନଭେମ୍ବରରେ 594 ଟଙ୍କା ତୁଳନାରେ ଏହା ବହୁତ ଅଧିକ ରହିଛି । କିନ୍ତୁ ଏକ ଉପାୟ ଅଛି, ଯାହା ଦ୍ୱାରା ଆପଣ 809 ଟଙ୍କାର ସିଲିଣ୍ଡର ମାତ୍ର 9 ଟଙ୍କାରେ କିଣି ପାରିବେ । ତେବେ ଜାଣନ୍ତୁ କିପରି ପାଇବେ ଏହାର ସୁବିଧା ।

lpg

ଏହି ଅଫର ଅନୁଯାୟୀ ଗ୍ରାହକମାନେ ମାତ୍ର 9 ଟଙ୍କାରେ ଏଲପିଜି ସିଲିଣ୍ଡର ପାଇପାରିବେ । ଫିଣ୍ଟେକ୍ କମ୍ପାନୀ ଏକ କ୍ୟାସବ୍ୟାକ୍ ଅଫର୍ ଆରମ୍ଭ କରିଛି, ଯାହା ଅଧୀନରେ ଯଦି ଆପଣ ପେଟିଏମ୍ ରୁ 809 ଟଙ୍କା ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ 800 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ ।

ଜାଣନ୍ତୁ କେବେ ଯାଏଁ ରହିଛି ସୁଯୋଗ

ଆପଣଙ୍କୁ କହିରଖୁଛୁ ଏହି ଅଫର 30 ଅପ୍ରେଲ 2021 ପର୍ଯ୍ୟନ୍ତ ଉପଲବ୍ଧ । ଏହାର ଅର୍ଥ ହେଉଛି ଆପଣ ଏହି ମାସରେ ବିଶେଷ ଅଫର ପାଇପାରିବେ । କିନ୍ତୁ ଏହି ଯୋଜନା ପାଇବା ପାଇଁ କିଛି ସର୍ତ୍ତ ମଧ୍ୟ ଅଛି । କ୍ୟାସବ୍ୟାକ୍ ଅଫରର ଲାଭ କେବଳ ସେହି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଏହି ସର୍ତ୍ତଗୁଡିକ ପୂରଣ କରନ୍ତି । ଆସନ୍ତୁ ଜାଣିବା କଣ ଏହି ସର୍ତ୍ତ ।

ପ୍ରଥମ ଥର ବୁକ କରୁଥିବା ଗ୍ରାହକ ହେବେ ଉପକୃତ

ଏହି ଅଫର କେବଳ ସେହି ଗ୍ରାହକଙ୍କ ପାଇଁ ବୈଧ, ଯେଉଁମାନେ ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ LPG ସିଲିଣ୍ଡର ବୁକ୍ କରିବେ । ଏହି ଯୋଜନା ଅଧୀନରେ, ଯେତେବେଳେ ଆପଣ ଗ୍ୟାସ୍ ବୁକିଂ କରନ୍ତି ଏବଂ ସିଲିଣ୍ଡର ପାଇଁ ଦେୟ ଦିଅନ୍ତି, ସେତେବେଳେ ଆପଣଙ୍କୁ 800 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇଁ ଏକ ସ୍କ୍ରାଚ୍ କାର୍ଡ ମିଳିବ । ଏହି ଅଫର ସ୍ୱୟଂଚାଳିତ ଭାବରେ ଆପଣଙ୍କର ପ୍ରଥମ LPG ବୁକିଂ ପାଇଁ ପ୍ରଯୁଜ୍ୟ ହେବ ।

ଅତିକମରେ କେତେ ପାଇବେ କ୍ୟାସବ୍ୟାକ୍

ଏପରି ଏକ ସର୍ତ୍ତ ମଧ୍ୟ ଅଛି ଯେ ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ଅତି କମରେ 500 ଟଙ୍କା ପେମେଣ୍ଟ କରିବାକୁ ହେବ । ବର୍ତ୍ତମାନ ସିଲିଣ୍ଡରର ମୂଲ୍ୟ 809 ଟଙ୍କା, ତେବେ ଏହି ସର୍ତ୍ତ ପୂରଣ ହେବାରେ କୌଣସି ଅସୁବିଧା ନାହିଁ । ଜାଣିରଖନ୍ତୁ, କ୍ୟାସବ୍ୟାକ୍ ପରିମାଣ 10 ଟଙ୍କା ରୁ 800 ଟଙ୍କା ମଧ୍ୟରେ ହୋଇପାରେ । ଲାଭ ପାଇବାକୁ ହେଲେ ଆପଣଙ୍କୁ ସାତ ଦିନ ମଧ୍ୟରେ ସ୍କ୍ରାଚ୍ କାର୍ଡ ବ୍ୟବହାର କରିବାକୁ ହେବ ।

କିପରି ବୁକ୍ କରିବେ

ଯଦି ଆପଣ କ୍ୟାସବ୍ୟାକ୍ ପାଇଁ ଯୋଗ୍ୟ, ତେବେ ଆପଣଙ୍କର ପେଟିଏମ୍ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ ଏବଂ 'Show More' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ତା'ପରେ ରିଚାର୍ଜ ଏବଂ ପେ ବିଲ୍ ଉପରେ କ୍ଲିକ୍ କରନ୍ତୁ । ଏଥିରେ 'Book A Cylider'ପପ୍ ଅପ୍ ଆସିବ । ଏହାପରେ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ସଂସ୍ଥା ବାଛନ୍ତୁ ଏବଂ ଦେୟ ଦେବା ପୂର୍ବରୁ ପ୍ରୋମୋ କୋଡ୍ - FIRSTLPG ପ୍ରବେଶ କରିବାକୁ ଭୁଲନ୍ତୁ ନାହିଁ । ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କର କ୍ୟାସବ୍ୟାକ୍ ପାଇବା ପାଇଁ ସ୍କ୍ରାଚ୍ କାର୍ଡ ଦେୟ ଏବଂ ବ୍ୟବହାର କରନ୍ତୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Get LPG Cylinder in 9 rupees Only, Know More How to Avail the Offer
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X