ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
ଶିଳ୍ପପତି ଗୌତମ ଆଦାନୀଙ୍କ ଧନ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ସେ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ସର୍ବଶେଷ ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ 137 ବିଲିୟନ ଡ଼ଲାର ।
ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନୀଙ୍କ ଧନ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ସେ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର ସର୍ବଶେଷ ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ 137 ବିଲିୟନ ଡ଼ଲାର । ଏଲନ୍ ମସ୍କ ଏବଂ ଜେଫ୍ ବେଜୋସଙ୍କ ପରେ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି । ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କ ସମ୍ପତ୍ତି 251 ବିଲିୟନ ଡ଼ଲାର୍ ହୋଇଥିବାବେଳେ ଆମାଜନ ସିଇଓ ଜେଫ୍ ବେଜୋସଙ୍କ ସମ୍ପତ୍ତି 153 ବିଲିୟନ ଡ଼ଲାର ଅଟେ ।

ଗୌତମ ଆଦାନୀ LVMH ମୋଏଟ୍ ହେନେସି ଲୁଇସ୍ ବିଟ୍ଟନ ଙ୍କୁ ପଛରେ ପକାଇଛନ୍ତି । ବିଶ୍ୱର ତିନି ଧନୀ ବ୍ୟକ୍ତିଙ୍କ ତାଲିକାରେ କୌଣସି ଏସୀୟ ବ୍ୟକ୍ତି ସ୍ଥାନିତ ହେବାରେ ଏହା ପ୍ରଥମ । ସୂଚନାଯୋଗ୍ୟ ଯେ ଗୌତମ ଆଦାନୀ ହେଉଛନ୍ତି ଆଦାନୀ ଗ୍ରୁପ୍ର ସହ-ପ୍ରତିଷ୍ଠାତା, ଯାହା ଦେଶର ବୃହତ୍ତମ ବନ୍ଦର ଅପରେଟର କମ୍ପାନୀ ଅଟେ ।
ଗୌତମ ଆଦାନୀ ଦେଶର ବୃହତ୍ତମ କୋଇଲା ବାଣିଜ୍ୟ କମ୍ପାନୀର ମାଲିକ ଅଟନ୍ତି । ଗତ ବର୍ଷ 31 ମାର୍ଚ୍ଚ 2021 ରେ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ 5.3 ବିଲିୟନ ଡ଼ଲାର ଥିଲା । ଗତ ସପ୍ତାହରେ, ଆଦାନୀଙ୍କ କମ୍ପାନୀ NDTV ର ସେୟାର କିଣିବା ନେଇ ଚର୍ଚ୍ଚାକୁପ ଆସିଥିଲା । ଆଦାନୀଙ୍କ କମ୍ପାନୀ NDTV ରେ 29 ପ୍ରତିଶତ ଅଂଶଧନ କିଣିଛି । ଯଦିଓ ଏହା NDTV ଦ୍ୱାରା କୁହାଯାଇଛି ଯେ ଏହି ଡିଲ୍ SEBI ର ନିୟମ ଅନୁଯାୟୀ ଅଟେ, କିନ୍ତୁ NDTV ଏହାକୁ ପ୍ରତ୍ୟାଖ୍ୟାନ କରିଛି ।












Click it and Unblock the Notifications