• search
For Quick Alerts
Turn On Notification  
For Daily Alerts

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

|

ନୂଆଦିଲ୍ଲୀ : ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଗ୍ରୁପ୍ ମାର୍କେଟ୍ କ୍ୟାପ୍ ଉପରେ ଆଧାରିତ । ରିପୋର୍ଟ ଅନୁଯାୟୀ, ଅପ୍ରେଲ 2020 ଠାରୁ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି । 18 ମାର୍ଚ୍ଚ 2020 ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ 4.91 ବିଲିୟନ ଡ଼ଲାର୍ ଥିଲା ।

gautam Adani-mukesh Ambani

ବ୍ଲୁମବର୍ଗର ସର୍ବସାଧାରଣରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଏହା ପୂର୍ବରୁ ଗୌତମ ଆଦାନୀ 88.8 ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ମୁକେଶ ଅମ୍ବାନୀଙ୍କ 91 ବିଲିୟନ ଡ଼ଲାର୍ ସମ୍ପତ୍ତି ଠାରୁ ପଛରେ ଥିଲେ । ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟରେ ଗତ 20 ମାସ ମଧ୍ୟରେ 1808 ପ୍ରତିଶତରୁ ଅଧିକ ଅର୍ଥାତ୍ 83.89 ବିଲିୟନ ଡ଼ଲାର ବୃଦ୍ଧି ପାଇଛି । ସେହି ଅବଧିରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ 250 ପ୍ରତିଶତ ଅର୍ଥାତ୍ 54.7 ବିଲିୟନ ଡ଼ଲାର ବୃଦ୍ଧି ପାଇଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ବନ୍ଦର ଏବଂ ଆଦାନୀ ଗ୍ରୀନ୍ ଭଳି କମ୍ପାନୀ ସହିତ ଆଦାନୀ କମ୍ପାନୀଗୁଡିକର ଷ୍ଟକ୍ ଆକାଶଛୁଆଁ ହେଉଛି । ମୁକେଶ ଅମ୍ବାନୀଙ୍କ 14.3 ବିଲିୟନ ତୁଳନାରେ ଗୌତମ ଆଦାନୀ ତାଙ୍କ ସମ୍ପତ୍ତିରେ ବର୍ଷକୁ 55 ବିଲିୟନ ଡଲାର ଯୋଡିଛନ୍ତି । ଅନ୍ୟପକ୍ଷରେ, ଗତ 2OC ଚୁକ୍ତି ବାତିଲ ହେବା ପରେ ଅମ୍ବାନୀଙ୍କ କମ୍ପାନୀର ସେୟାର ଚାପରେ ଦେଖାଯାଉଛି ।

Gautam Adani-mukesh Ambani

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଅମ୍ବାନୀ 96.3 ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ଧନୀ ତାଲିକାରେ 11 ତମ ସ୍ଥାନରେ ରହିଥିଲେ । ଏହି ବର୍ଷ ତାଙ୍କ ସମ୍ପତ୍ତି ମୂଲ୍ୟରେ 19.6 ବିଲିୟନ ଡ଼ଲାର ବୃଦ୍ଧି ପାଇଛି । ନିକଟରେ ଅମ୍ବାନୀ 100 ବିଲିୟନ ଡଲାରର ଏଲିଟ୍ କ୍ଲବରେ ଯୋଗ ଦେଇଥିଲେ କିନ୍ତୁ ସେବେଠାରୁ ତାଙ୍କର ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଛି ।

ଏଥି ସହିତ, ଗତ 2 ବର୍ଷ ମଧ୍ୟରେ ଗୌତମ ଆଦାନୀଙ୍କ ସମୁଦାୟ ସମ୍ପତ୍ତି ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, 84.4 ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଆଦାନୀ ବିଶ୍ୱର ଧନୀ ତାଲିକାରେ 13 ତମ ସ୍ଥାନରେ ରହିଥିଲେ । ଏହି ସପ୍ତାହରେ ତାଙ୍କର ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଥିବାରୁ ତାଙ୍କର ସ୍ଥିତି ବୃଦ୍ଧି ପାଇଛି । ଚଳିତ ବର୍ଷ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟରେ 50.7 ବିଲିୟନ ଡ଼ଲାର ବୃଦ୍ଧି ପାଇଛି । ଅର୍ଥାତ୍, ଚଳିତ ବର୍ଷ ତାଙ୍କ ସମ୍ପତ୍ତି ମୂଲ୍ୟ ଅମ୍ବାନୀଙ୍କ ସମ୍ପତ୍ତିର ଅଢେଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Gautam Adani become Asia's richest person
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X