Fuel Price : ପୁଣି ତେଲ ଦରରେ ଲାଗିଲା ନିଆଁ, ମୁମ୍ବାଇରେ 100 ପାର୍ ହେଲା ପେଟ୍ରୋଲ
ତୈଳ ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା 24 ରୁ 27 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା 26 ରୁ 30 ପଇସା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ଦୁଇ ଦିନର ଆରାମ ପରେ ଶୁକ୍ରବାର ଦିନ ପୁଣି ବଢିଛି ପେଟ୍ରୋଲ-ଡିଜେଲ ଦର । ତୈଳ ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା 24 ରୁ 27 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା 26 ରୁ 30 ପଇସା ବୃଦ୍ଧି ପାଇଛି । ଦୁଇ ଦିନ ପୂର୍ବେ ମଙ୍ଗଳବାର ଦିନ ଦେଶର ବିଭିନ୍ନ ସହରରେ ପେଟ୍ରୋଲର ମୂଲ୍ୟ 26 ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 23 ପଇସା ବୃଦ୍ଧି କରାଯାଇଥିଲା ।

ଜୁନ୍ ମାସରେ ଦ୍ୱିତୀୟ ଥର ପାଇଁ ତେଲ ମୂଲ୍ୟ ବୃଦ୍ଧି ହୋଇଛି । ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ମେ ମାସରେ ପେଟ୍ରୋଲ ଏବଂ ଡିଜେଲ 16 ଥର ମହଙ୍ଗା ହୋଇଥିବାବେଳେ ଜୁନରେ ଦ୍ୱିତୀୟ ଥର ପାଇଁ ବଢିଛି ଇନ୍ଧନ ତୈଳର ମୂଲ୍ୟ । ଏହି ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା 4.17 ଟଙ୍କା ବୃଦ୍ଧି ଘଟିଥିଲା। ଏଥି ସହିତ ଡିଜେଲ ଦରରେ 4.60 ଟଙ୍କା ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ଅନେକ ସହରରେ ଲିଟର ପିଛା 100ଟଙ୍କା ଅତିକ୍ରମ କରିଛି ।
ଆଜିର ପେଟ୍ରୋଲ ମୂଲ୍ୟ
ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 94.76 ଟଙ୍କା, ମୁମ୍ବାଇରେ 100.98 ଟଙ୍କା, ଚେନ୍ନାଇରେ ଲିଟର ପିଛା 96.23 ଟଙ୍କା, ବେଙ୍ଗାଲୁରୁରେ 97.92 ଟଙ୍କା, କୋଲକାତାରେ 94.76 ଟଙ୍କା, ଲକ୍ଷ୍ନୌରେ 92.04 ଟଙ୍କା, ପାଟନାରେ 96.90 ଟଙ୍କା ଏବଂ ଚଣ୍ଡିଗଡ଼ରେ ଲିଟର ଲିଟର ପିଛା 91.14 ଟଙ୍କା ରହିଛି ।
ଆଜିର ଡିଜେଲ ମୂଲ୍ୟ
ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା 91.14 ଟଙ୍କା, ମୁମ୍ବାଇ: ଲିଟର ପିଛା 92.99 ଟଙ୍କା, ଚେନ୍ନାଇରେ 90.38 ଟଙ୍କା, କୋଲକାତାରେ 88.51 ଟଙ୍କା, ବେଙ୍ଗାଲୁରୁରେ 90.81 ଟଙ୍କା, ଲକ୍ଷ୍ନୌରେ 86.05 ଟଙ୍କା ଏବଂ ପାଟନାରେ ଲିଟର ପ୍ରତି 90.94 ଟଙ୍କା ରହିଛି ।












Click it and Unblock the Notifications