Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଶହେ ଟପିଲା ପେଟ୍ରୋଲ ଦର, ପୁଣି ବଢିଲା 35 ପଇସା

ଆଜି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ପୁଣି 35 ପଇସା ବୃଦ୍ଧି ହୋଇଛି । ଏହା ପରେ ରାଜଧାନୀରେ ପେଟ୍ରୋଲ ଦର 99 ଟଙ୍କା 95 ପଇସାରେ ପହଞ୍ଚିଛି । ରାଜ୍ୟରେ ମାଲକାନଗିରିରେ ଦର ସର୍ବାଧିକ ରହିଛି ।

ଭୁବନେଶ୍ୱର : ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ ସାଧାଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ଆଜି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ପୁଣି 35 ପଇସା ବୃଦ୍ଧି ହୋଇଛି । ଏହା ପରେ ରାଜଧାନୀରେ ପେଟ୍ରୋଲ ଦର 99 ଟଙ୍କା 95 ପଇସାରେ ପହଞ୍ଚିଛି । ରାଜ୍ୟରେ ମାଲକାନଗିରିରେ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ 105 ଟଙ୍କା 2 ପଇସା ରହିଥିବା ବେଳେ ଡିଜେଲ୍ 102 ଟଙ୍କା ରହିଛି । ସେହିଭଳି ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ ଦର 108 ଟଙ୍କା 86 ପଇସା ରହିଛି ।

petrol

ପେଟ୍ରୋଲ ଦରରେ ବୃଦ୍ଧି ପରେ ରାଜ୍ୟର 25 ଜିଲ୍ଲାରେ ପେଟ୍ରୋଲ୍ ଦର 100 ଟଙ୍କା ଉପରେ ରହିଛି । କଟକରେ ପେଟ୍ରୋଲ୍ ଲିଟର ପିଛା 100 ଟଙ୍କା 27 ପଇସା ରହିଥିବା ବେଳେ ଡିଜେଲ୍ 97 ଟଙ୍କା 50 ପଇସାରେ ବିକ୍ରି ହେଉଛି ।

ପେଟ୍ରୋଲ ଓ ଡିଜେଲର ମହଙ୍ଗା ମାଡ଼ ପରେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କରୋନା ପାଇଁ ଲକ୍‌ଡାଉନ୍‌ ହେଉଥିବା ଯୋଗୁ ଅନେକ ଲୋକଙ୍କ ଆୟ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି । ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ରାଜନୀତି ନ କରି ତୈଳ ଦର ହ୍ରାସ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+