ଦୁଇ ଦିନ ପରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଘରେ ବସି କିପରି ଜାଣିବେ ଆପଣଙ୍କ ସହରର ଦର
ଦୁଇ ଦିନ ବ୍ରେକ୍ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀଗୁଡିକ ସୋମବାର ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା 26 ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 33 ପଇସା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ଦୁଇ ଦିନ ବ୍ରେକ୍ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀଗୁଡିକ ସୋମବାର ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା 26 ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 33 ପଇସା ବୃଦ୍ଧି ପାଇଛି । ଆପଣଙ୍କୁ କହିରଖୁଛୁ, ଶେଷ ଥର ପାଇଁ ଶୁକ୍ରବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇଥିଲା । ସେବେ ପେଟ୍ରୋଲ 28 ପଇସା ଏବଂ ଡିଜେଲ ଲିଟର ପିଛା 31 ପଇସା ମହଙ୍ଗା ହୋଇଥିବାବେଳେ ଗୁରୁବାର ଦିନ ପେଟ୍ରୋଲର ମୂଲ୍ୟ 25 ପଇସା ଏବଂ ଡିଜେଲ 30 ପଇସା ବୃଦ୍ଧି ପାଇଥିଲା । ଉଲ୍ଲେଖଥାଉ କି, ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା 102 ଟଙ୍କା ରହିଛି, କିଛି ଦିନ ଧରି ଏଠାରେ ଦର ସ୍ଥିର ରହିଛି ।

ଆଜିର ପେଟ୍ରୋଲ ଦର
ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଠାରେ ପେଟ୍ରୋଲ ଲିଟର ପ୍ରତି 91 ଟଙ୍କା 53 ପଇସା ରହିଛି । ସେହିପରି ମୁମ୍ବାଇରେ ଲିଟର ପିଛା 97 ଟଙ୍କା 86 ପଇସା, କୋଲକାତାରେ 91 ଟଙ୍କା 66 ପଇସା, ଚେନ୍ନାଇରେ 93ଟଙ୍କା 60 ପଇସା, ବାଙ୍ଗାଲୁରୁରେ 94 ଟଙ୍କା 57 ପଇସା, ଭୋପାଳରେ 99 ଟଙ୍କା 55 ପଇସା, ପାଟନାରେ 93 ଟଙ୍କା 77 ପଇସା, ଚଣ୍ଡିଗଡ଼ରେ 88ଟଙ୍କା 5 ପଇସା ଏବଂ ଲକ୍ଷ୍ନୌରେ 89 ଟଙ୍କା 56 ପଇସା ରହିଛି ।
ଆଜିର ଡିଜେଲ ଦର
ଦିଲ୍ଲୀରେ ଜିଡେଲ ଲିଟର ପିଛା 82 ଟଙ୍କା 06 ପଇସା, ମୁମ୍ବାଇରେ 89 ଟଙ୍କା 17 ପଇସା, କୋଲକାତାରେ 84 ଟଙ୍କା 90 ପଇସା, ଚେନ୍ନାଇରେ 86 ଟଙ୍କା 96 ପଇସା, ବାଙ୍ଗାଲୋରରେ 86 ଟଙ୍କା 99 ପଇସା, ପାଟନାରେ ପ୍ରତି ଲିଟର ପିଛା 87 ଟଙ୍କା 27 ପଇସା, ଲକ୍ଷ୍ନୌରେ 82 ଟଙ୍କା 43 ପଇସା, ଏବଂ ଚଣ୍ଡିଗଡ଼ରେ 81 ଟଙ୍କା 73 ପଇସା ରହିଛି ।
ଏହିପରି ଜାଣନ୍ତୁ ପେଟ୍ରୋଲ ଏବଂ ଡିଜେଲ ଦର
ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ'ଣ, ଆପଣ ଏହାକୁ ମୋବାଇଲ ମାଧ୍ୟମରେ ଜାଣିପାରିବେ । ଆପଣ ପ୍ରଥମେ IOC ର ଆପ୍ ଡାଉନଲୋଡ୍ କରନ୍ତୁ କିମ୍ବା ଆପଣ ମୋବାଇଲରେ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖି ଏହାକୁ 9224992249 ନମ୍ବରକୁ ପଠାନ୍ତୁ, ଆପଣ SMS ରେ ସମସ୍ତ ସୂଚନା ପାଇବେ । ଏହା ଜଣା ଯେ ପ୍ରତ୍ୟେକ ସହରର RSP ସଂଖ୍ୟା ଭିନ୍ନ ହେବ, ଯାହାକୁ ଆପଣ IOC ୱେବସାଇଟରୁ ଜାଣିପାରିବେ ।












Click it and Unblock the Notifications