For Quick Alerts
Turn On Notification  
For Daily Alerts
Oneindia App Download

fuel Price : ଆଜି ବୃଦ୍ଧି ହୋଇନାହିଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ, କିଛି ସହରରେ ମୂଲ୍ୟ 100 ପାର୍

ଲଗାତାର ତିନି ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ବୃଦ୍ଧି ପାଇନାହିଁ । ବୁଧବାର ଦିନ ପେଟ୍ରୋଲ ଦର 22 ରୁ 25 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର 24 ରୁ 27 ପଇସା ବୃଦ୍ଧି କରାଯାଇଥିଲା ।

|

ନୂଆଦିଲ୍ଲୀ : ତୈଳ କମ୍ପାନୀଗୁଡିକ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି ନ ଥିବାରୁ ଗୁରୁବାର ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ତିନି ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ବୃଦ୍ଧି ପାଇନାହିଁ । ବୁଧବାର ଦିନ ପେଟ୍ରୋଲ ଦର 22 ରୁ 25 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର 24 ରୁ 27 ପଇସା ବୃଦ୍ଧି କରାଯାଇଥିଲା । କ୍ରମାଗତ ଭାବେ ତେଲ ଦର ବୃଦ୍ଧି ହେତୁ ପେଟ୍ରୋଲ ମାତ୍ର 6 ଦିନରେ ଲିଟର ପିଛା 1.68 ପଇସା ମହଙ୍ଗା ହୋଇଛି ।

petrol

କେତେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ 100 ପାର୍

ଆଜି ତୈଳ ମୂଲ୍ୟ ବୃଦ୍ଧି ହୋଇନଥିଲେ ମଧ୍ୟ କେତେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ 100 ଅତିକ୍ରମ କରିଛି । ମହାରାଷ୍ଟ୍ରର ନାନ୍ଦେଡରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା 54 ପଇସାରେ ବିକ୍ରି ହେଉଥିବାବେଳେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା 102 ଟଙ୍କା, ଜୈସଲମେର୍ ରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା 97 ପଇସା ରହିଛି । ସେହିପରି ମଧ୍ୟପ୍ରଦେଶର ଅନୁପପୁରରେ ପେଟ୍ରୋଲର ମୂଲ୍ୟ 102 ଟଙ୍କା 12 ପଇସା, ନଗରାବନ୍ଧରେ 103 ଟଙ୍କା 31 ପଇସା, ରିୱାରେ 102 ଟଙ୍କା 30 ପଇସା ଏବଂ ଭୋପାଳରେ ଲିଟର ପିଛା 100 ଟଙ୍କା 8 ପଇସା ରହିଛି ।

ଆଜିର ପେଟ୍ରୋଲ ଦର (ଲିଟର ପ୍ରତି)

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 92 ଟଙ୍କା 5 ପଇସା, ମୁମ୍ବାଇରେ 98.36 ଟଙ୍କା, କୋଲକାତାରେ 92.16 ଟଙ୍କା, ଚେନ୍ନାଇରେ 93.84 ଟଙ୍କା, ବାଙ୍ଗାଲୋର ପିଛା 95.11 ଟଙ୍କା, ଭୋପାଳରେ 100.08 ଟଙ୍କା, ଲକ୍ଷ୍ନୌରେ 89.96 ଟଙ୍କା, ପାଟନାରେ 94.28 ଟଙ୍କା ଏବଂ ହାଇଦ୍ରାବାଦରେ 95.67 ଟଙ୍କା ରହିଛି ।

ଆଜିର ଡିଜେଲ ଦର (ଲିଟର ପ୍ରତି)

ଦିଲ୍ଲୀରେ ଡିଜେଲ ଲିଟର ପିଛା 82.61 ଟଙ୍କା, ମୁମ୍ବାଇରେ 89.75 ଟଙ୍କା, ଚେନ୍ନାଇରେ 87.49 ଟଙ୍କା , କୋଲକାତାରେ 86.45 ଟଙ୍କା, ବାଙ୍ଗାଲୋରରେ ଲିଟର ପିଛା 87.57 ଟଙ୍କା, ପାଟନାରେ 87.84 ଟଙ୍କା ଏବଂ ହାଇଦ୍ରାବାଦରେ ଡିଜେଲ ଲିଟର ପ୍ରତି 90.06 ଟଙ୍କା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Fuel Price Update : Petrol And Diesel Price Unchanged Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X