fuel Price : ଆଜି ବୃଦ୍ଧି ହୋଇନାହିଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ, କିଛି ସହରରେ ମୂଲ୍ୟ 100 ପାର୍
ଲଗାତାର ତିନି ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ବୃଦ୍ଧି ପାଇନାହିଁ । ବୁଧବାର ଦିନ ପେଟ୍ରୋଲ ଦର 22 ରୁ 25 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର 24 ରୁ 27 ପଇସା ବୃଦ୍ଧି କରାଯାଇଥିଲା ।
ନୂଆଦିଲ୍ଲୀ : ତୈଳ କମ୍ପାନୀଗୁଡିକ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି ନ ଥିବାରୁ ଗୁରୁବାର ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ତିନି ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ବୃଦ୍ଧି ପାଇନାହିଁ । ବୁଧବାର ଦିନ ପେଟ୍ରୋଲ ଦର 22 ରୁ 25 ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର 24 ରୁ 27 ପଇସା ବୃଦ୍ଧି କରାଯାଇଥିଲା । କ୍ରମାଗତ ଭାବେ ତେଲ ଦର ବୃଦ୍ଧି ହେତୁ ପେଟ୍ରୋଲ ମାତ୍ର 6 ଦିନରେ ଲିଟର ପିଛା 1.68 ପଇସା ମହଙ୍ଗା ହୋଇଛି ।

କେତେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ 100 ପାର୍
ଆଜି ତୈଳ ମୂଲ୍ୟ ବୃଦ୍ଧି ହୋଇନଥିଲେ ମଧ୍ୟ କେତେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ 100 ଅତିକ୍ରମ କରିଛି । ମହାରାଷ୍ଟ୍ରର ନାନ୍ଦେଡରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା 54 ପଇସାରେ ବିକ୍ରି ହେଉଥିବାବେଳେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା 102 ଟଙ୍କା, ଜୈସଲମେର୍ ରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା 97 ପଇସା ରହିଛି । ସେହିପରି ମଧ୍ୟପ୍ରଦେଶର ଅନୁପପୁରରେ ପେଟ୍ରୋଲର ମୂଲ୍ୟ 102 ଟଙ୍କା 12 ପଇସା, ନଗରାବନ୍ଧରେ 103 ଟଙ୍କା 31 ପଇସା, ରିୱାରେ 102 ଟଙ୍କା 30 ପଇସା ଏବଂ ଭୋପାଳରେ ଲିଟର ପିଛା 100 ଟଙ୍କା 8 ପଇସା ରହିଛି ।
ଆଜିର ପେଟ୍ରୋଲ ଦର (ଲିଟର ପ୍ରତି)
ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 92 ଟଙ୍କା 5 ପଇସା, ମୁମ୍ବାଇରେ 98.36 ଟଙ୍କା, କୋଲକାତାରେ 92.16 ଟଙ୍କା, ଚେନ୍ନାଇରେ 93.84 ଟଙ୍କା, ବାଙ୍ଗାଲୋର ପିଛା 95.11 ଟଙ୍କା, ଭୋପାଳରେ 100.08 ଟଙ୍କା, ଲକ୍ଷ୍ନୌରେ 89.96 ଟଙ୍କା, ପାଟନାରେ 94.28 ଟଙ୍କା ଏବଂ ହାଇଦ୍ରାବାଦରେ 95.67 ଟଙ୍କା ରହିଛି ।
ଆଜିର ଡିଜେଲ ଦର (ଲିଟର ପ୍ରତି)
ଦିଲ୍ଲୀରେ ଡିଜେଲ ଲିଟର ପିଛା 82.61 ଟଙ୍କା, ମୁମ୍ବାଇରେ 89.75 ଟଙ୍କା, ଚେନ୍ନାଇରେ 87.49 ଟଙ୍କା , କୋଲକାତାରେ 86.45 ଟଙ୍କା, ବାଙ୍ଗାଲୋରରେ ଲିଟର ପିଛା 87.57 ଟଙ୍କା, ପାଟନାରେ 87.84 ଟଙ୍କା ଏବଂ ହାଇଦ୍ରାବାଦରେ ଡିଜେଲ ଲିଟର ପ୍ରତି 90.06 ଟଙ୍କା ରହିଛି ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications