ଇନ୍ଧନ ମୂଲ୍ୟ : ଲଗାତାର 7 ଦିନ ଧରି ବଢୁଛି ପେଟ୍ରୋଲ-ଡିଜେଲ ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରର ଦାମ୍
କ୍ରମାଗତ ସାତ ଦିନ ଧରି ସୋମବାର (ଅକ୍ଟୋବର 11) ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଛି । ସୋମବାର ପେଟ୍ରୋଲର ମୂଲ୍ୟ ଲିଟର ପିଛା 30 ପଇସା ଏବଂ ଡିଜେଲ 35 ପଇସା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : କ୍ରମାଗତ ସାତ ଦିନ ଧରି ସୋମବାର (ଅକ୍ଟୋବର 11) ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହୋଇଛି । ସୋମବାର ପେଟ୍ରୋଲର ମୂଲ୍ୟ ଲିଟର ପିଛା 30 ପଇସା ଏବଂ ଡିଜେଲ 35 ପଇସା ବୃଦ୍ଧି ପାଇଛି ।

ଆଜି ଦିଲ୍ଲୀରେ ଡିଜେଲ ମୂଲ୍ୟ 30 ପଇସା ଏବଂ ପେଟ୍ରୋଲ 35 ପଇସା ବୃଦ୍ଧି ପାଇଛି । ସୋମବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 104 ଟଙ୍କା 44 ଫଇସା ଏବଂ ଡିଜେଲ ଲିଟର ପିଛା 93 ଟଙ୍କା 17 ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା 110 ଟଙ୍କା 41 ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 101 ଟଙ୍କା 3 ପଇସା ରହିଛି ।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୋମବାର ପେଟ୍ରୋଲ ଲିଟର ପ୍ରତି 30 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲ ଲିଟର ପ୍ରତି 39 ପଇସା ବଢିଛି । ଏହା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 105 ଟଙ୍କା 35 ପଇସା ଏବଂ ଡିଜେଲ ଲିଟର ପ୍ରତି 101 ଟଙ୍କା 62 ପଇସାରେ ବିକ୍ରି ହେଉଛି ।
ଏଥି ସହିତ କୋଲକାତାରେ ପେଟ୍ରୋଲ ଲିଟର ପିଛା 110 ଟଙ୍କା 41 ପଇସାରେ ବିକ୍ରି ହେଉଛି । ଯେଉଁଠାରେ ଡିଜେଲ ଲିଟର ପିଛା 101 ଟଙ୍କା 3 ପଇସା ରହିଛି । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ 101 ଟଙ୍କା 79 ପଇସା ଏବଂ ଡିଜେଲର ମୂଲ୍ୟ 97 ଟଙ୍କା 59 ପଇସାକୁ ବୃଦ୍ଧି ପାଇଛି । ଏଥି ସହିତ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 108 ଟଙ୍କା 8 ପଇସାକୁ ବୃଦ୍ଧି ପାଇଛି ଏବଂ ଡିଜେଲ ଲିଟର ପିଛା 98 ଟଙ୍କା 89 ପଇସାରେ ବିକ୍ରି ହେଉଛି ।












Click it and Unblock the Notifications