ତୈଳ ବଜାରରେ ନିଆଁ, 137 ଦିନ ପରେ ବଢିଲା ପେଟ୍ରୋଲ - ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ ତେଲ ଦର
ଆଜି ଘରୋଇ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା 80 ପଇସା ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ : ମହଙ୍ଗା ବଜାରରେ ସାଧାରଣ ଲୋକଙ୍କ ପକେଟକୁ ପୁଣି ଏକ ବୋଝ ଆସିଛି । ଆଜି ଘରୋଇ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା 80 ପଇସା ବୃଦ୍ଧି କରାଯାଇଛି ଏବଂ ଆଶଙ୍କା କରାଯାଉଛି ଯେ ବର୍ତ୍ତମାନ ଏହି ବୃଦ୍ଧି କ୍ରମାଗତ ଭାବରେ ଜାରି ରହିବ । ଏହି ବୃଦ୍ଧି ପଛର କାରଣକୁ ରୁଷୋ-ୟୁକ୍ରେନ ଯୁଦ୍ଧର ପ୍ରଭାବ ବୋଲି କୁହାଯାଉଛି, କାରଣ ଏହି ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ଲଗାତାର ଅସ୍ଥିରତା ଦେଖାଦେଇଛି ।

ଆପଣଙ୍କୁ କହି ରଖୁଛୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 137 ଦିନ ପରେ ବୃଦ୍ଧି ପାଇଛି । ଏହା ପୂର୍ବରୁ ନଭେମ୍ବର 4 ରେ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ଆଜି ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ 96.21 ଟଙ୍କା ଏବଂ ଡିଜେଲ ଲିଟର ପିଛା 87.47 ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଦର 110.82 ଟଙ୍କାରେ ପହଞ୍ଚିଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 96 ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା 91 ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 101 ଟଙ୍କା 78 ପଇସାରୁ ବୃଦ୍ଧି ପାଇ 102 ଟଙ୍କା 74 ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା 91 ଟଙ୍କା 62 ପଇସାରୁ ବୃଦ୍ଧି ପାଇ 92 ଟଙ୍କା 53 ପଇସାରେ ପହଞ୍ଚିଛି ।
କିପରି ଜାଣିବେ ଆପଣଙ୍କ ସହରର ତେଲ ଦର
- ଏହି ୱେବସାଇଟ୍ ଉପରେ କ୍ଲିକ୍ କରନ୍ତୁ https://iocl.com/petrol-diesel-price କିମ୍ବା ଗୁଗୁଲ୍ ପ୍ଲେ ଷ୍ଟୋରରୁ IOC ର ଆପ୍ ଡାଉନଲୋଡ୍ କରନ୍ତୁ ।
- 9224992249 କୁ SMS କରନ୍ତୁ ।
- ଏଥିପାଇଁ ଆପଣଙ୍କୁ RSP- ସ୍ପେସ୍-ପେଟ୍ରୋଲ୍ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ SMS କରିବାକୁ ପଡିବ ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications