Get Updates
Get notified of breaking news, exclusive insights, and must-see stories!

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଭୁବନେଶ୍ୱରେ 26 ପଇସା ବଢିଲା ପେଟ୍ରୋଲ

ଶନିବାର ଦିନ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଶନିବାର ଦିନ ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ପ୍ରଥମ ଥର ପାଇଁ ଲିଟର ପିଛା 100 ଟଙ୍କା ଅତିକ୍ରମ କରିଛି । ଶନିବାର ଦିନ ପେଟ୍ରୋଲ ଦର 26 ପଇସା ଏବଂ ଡିଜେଲ ମୂଲ୍ୟ 30 ପଇସା ବୃଦ୍ଧି କରାଯାଇଛି ।

ନୂଆଦିଲ୍ଲୀ : ଶନିବାର ଦିନ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଶନିବାର ଦିନ ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ପ୍ରଥମ ଥର ପାଇଁ ଲିଟର ପିଛା 100 ଟଙ୍କା ଅତିକ୍ରମ କରିଛି । ଶନିବାର ଦିନ ପେଟ୍ରୋଲ ଦର 26 ପଇସା ଏବଂ ଡିଜେଲ ମୂଲ୍ୟ 30 ପଇସା ବୃଦ୍ଧି କରାଯାଇଛି ।

petrol

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 93.94 ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା 91.87 ଟଙ୍କାରେ ପହଞ୍ଚିଛି । ଏହା ବ୍ୟତୀତ ଚେନ୍ନାଇରେ ପେଟ୍ରୋଲ 95.51 ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା 89.65 ଟଙ୍କାରେ ବିକ୍ରି ହେଉଛି । ମେ 4 ତାରିଖରୁ ତୈଳ ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ହୋଇଛି । ମେ ମାସରେ କ୍ରମାଗତ ଭାବେ 15 ତମ ଥର ତେଲ ଦର ବୃଦ୍ଧି ହୋଇଛି । ନୂତନ ବୃଦ୍ଧି ସହିତ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି ।

ଆଜି ତେଲ ଦର ବୃଦ୍ଧି ହେବା ପରେ ଓଡ଼ିଶାର ରାଜଧାନୀରେ ପେଟ୍ରୋଲ 26 ପଇସା ଓ ଡିଜେଲ 30 ପଇସା ବୃଦ୍ଧି ହୋଇଛି । ଏହା ପରେ ରାଜଧାନୀରେ ପେଟ୍ରୋଲ ଦର ଲିଟର ପିଛା 94 ଟଙ୍କା 60 ପଇସା ଏବଂ ଡିଜେଲ ଦର ଲିଟର ପ୍ରତି 92 ଟଙ୍କା 49 ପଇସା ରହିଛି । ଏହା ପୂର୍ବରୁ 27 ତାରିଖରେ ଶେଷ ଥର ପାଇଁ ଓଡ଼ିଶାରେ ତେଲ ଦର ବୃଦ୍ଧି ହୋଇଥିଲା । ସେବେ ପେଟ୍ରୋଲ ଦର ଲିଟର ପ୍ରତି 94 ଟଙ୍କା 40 ପଇସା ଓ ଡିଜେଲ ଦର ଲିଟର ପିଛା 92 ଟଙ୍କା 19 ପଇସା ରହିଥିଲା ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପେଟ୍ରୋଲ 100 ଟଙ୍କା ଅତିକ୍ରମ କରିଛି । ବିଭିନ୍ନ ରାଜ୍ୟରେ ତେଲ ଦର ସେଠାରେ ଆଦାୟ କରାଯାଉଥିବା ଟ୍ୟାକ୍ସ ଉପରେ ନିର୍ଭର କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+