ମେ' ମାସରେ 11 ଥର ବଢିଲାଣି ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜି ବଢିଛି କେତେ ଟଙ୍କା
ଦୁଇ ଦିନର ବ୍ରେକ୍ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଜି ପୁଣି ଥରେ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଦିଲ୍ଲୀରେ ପେଟ୍ରୋଲ 19 ପଇସା ଏବଂ ଡିଜେଲ 29 ପଇସା ମହଙ୍ଗା ହୋଇଛି ।
ନୂଆଦିଲ୍ଲୀ : ଦୁଇ ଦିନର ବ୍ରେକ୍ ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଜି ପୁଣି ଥରେ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଦିଲ୍ଲୀରେ ପେଟ୍ରୋଲ 19 ପଇସା ଏବଂ ଡିଜେଲ 29 ପଇସା ମହଙ୍ଗା ହୋଇଛି । ସାରା ଦେଶରେ ପେଟ୍ରୋଲ ମୂଲ୍ୟ 17 ରୁ 20 ପଇସା ଏବଂ ଡିଜେଲ ଦର 28 ରୁ 31 ପଇସା ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଶେଷ ଥର ପାଇଁ ମଙ୍ଗଳବାର ଦିନ ଡିଜେଲର ମୂଲ୍ୟ 29 ରୁ 31 ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ 24 ରୁ 27 ପଇସା ବୃଦ୍ଧି ପାଇଥିଲା ।

ମେ ମାସରେ 11ଥର ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର
ମେ ମାସରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ ଦରରେ 11 ଥର ବୃଦ୍ଧି ହୋଇଛି । କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ହେତୁ ଦିଲ୍ଲୀରେ ପେଟ୍ରୋଲ ହାର ମାତ୍ର 11 ଦିନରେ 2.64 ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଚଳିତ ମାସରେ 3.07 ଟଙ୍କା ବୃଦ୍ଧି ପାଇଛି ।
ଆଜିର ପେଟ୍ରୋଲ ମୂଲ୍ୟ
ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 93 ଟଙ୍କା 4 ପଇସା, ମୁମ୍ବାଇରେ 99.32 ଟଙ୍କା, : ଚେନ୍ନାଇରେ 94.71 ଟଙ୍କା, କୋଲକାତାରେ 93.11 ଟଙ୍କା, ବାଙ୍ଗାଲୋର 96. 14 ଟଙ୍କା, ଭୋପାଳରେ 101 ଟଙ୍କା 11 ଫଇସା, ପାଟନାରେ 95.41 ଟଙ୍କା ଥିବାବେଳେ ଲକ୍ଷ୍ନୌରେ 90.79 ଟଙ୍କା ରହିଛି ।
ଆଜିର ଡିଜେଲ ମୂଲ୍ୟ
ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା 83.80 ଟଙ୍କା, ମୁମ୍ବାଇରେ 91.01 ଟଙ୍କା: ଚେନ୍ନାଇରେ 88.62 ଟଙ୍କା, କୋଲକାତାରେ 86.64 ଟଙ୍କା, ବାଙ୍ଗାଲୋରରେ ଲିଟର ପିଛା 88.84 ଟଙ୍କା ପାଟନାରେ 95.41 ଟଙ୍କା, ଲକ୍ଷ୍ନୌରେ 84.26 ଟଙ୍କା ଥିବାବେଳେ ଭୋପାଳରେ ଲିଟର ପିଛା 92.21 ଟଙ୍କାରେ ବିକ୍ରି ହେଉଛି ।












Click it and Unblock the Notifications