Get Updates
Get notified of breaking news, exclusive insights, and must-see stories!

ସରିଲା ନିର୍ବାଚନ ପର୍ବ, ପୁଣି ବଢିଲା ପେଟ୍ରୋଲ ଦର

ପାଞ୍ଚଟି ରାଜ୍ୟ ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଦଳିବ ଏବଂ ଦର ବୃଦ୍ଧି ପାଇବ ବୋଲି ଯାହା ଆଶା କରାଯା୍ଉଥିଲା, ତାହା ସତ ହୋଇଛି । ମଙ୍ଗଳବାର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲର ମୂଲ୍ୟ 15 ପଇସା ଏବଂ ଡିଜେଲ 18 ପଇସା ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟ ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଦଳିବ ଏବଂ ଦର ବୃଦ୍ଧି ପାଇବ ବୋଲି ଯାହା ଆଶା କରାଯା୍ଉଥିଲା, ତାହା ସତ ହୋଇଛି । ମଙ୍ଗଳବାର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲର ମୂଲ୍ୟ 15 ପଇସା ଏବଂ ଡିଜେଲ 18 ପଇସା ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପରେ ମଧ୍ୟ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି ନଥିଲେ, କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ତେଲର ମୂଲ୍ୟ ବୃଦ୍ଧି ପାଇଛି । ପ୍ରତିଦିନ ସକାଳ 6 ଟାରେ ନୂଆ ମୂଲ୍ୟ ପ୍ରକାଶ ପାଇଥାଏ ।

petrol

ଆଜିର ପେଟ୍ରୋଲ ମୂଲ୍ୟ (ଲିଟର ପିଛା)

ଦର ବୃଦ୍ଧି ପରେ ଜାତୀୟ ରାଜଧାନା ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 90 ଟଙ୍କା 55 ପଇସା, ମୁମ୍ବାଇରେ 96 ଟଙ୍କା 95 ଟଙ୍କା, କୋଲକାତାରେ 90 ଟଙ୍କା 76 ପଇସା, ଚେନ୍ନାଇରେ 92 ଟଙ୍କା 55 ପଇସା ରହିଥଇବା ବେଳେ ବେଙ୍ଗାଲୁରୁରେ 93 ଟଙ୍କା 60 ପଇସା ଏବଂ ଭୋପାଳରେ 98 ଟଙ୍କା 57 ପଇସା, ଲକ୍ଷ୍ନୌରେ 88 ଟଙ୍କା 84 ପଇସା, ନୋଏଡାରେ ଲିଟର ପିଛା 88 ଟଙ୍କା 92 ପଇସା ଓ ପାଟନାରେ ଲିଟର ପିଛା 92 ଟଙ୍କା 87 ପଇସା ରହିଛି ।

ଆଜିର ଡିଜେଲ ମୂଲ୍ୟ

ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପ୍ରତି 80 ଟଙ୍କା 91 ପଇସା, ମୁମ୍ବାଇସରେ ଲିଟର ପିଛା 87 ଟଙ୍କା 98 ପଇସା, ଚେନ୍ନାଇରେ 83 ଟଙ୍କା 78 ପଇସା, ବାଙ୍ଗାଲୋରରେ 85 ଟଙ୍କା 90 ପଇସା, ପାଟନାରେ 85 ଟଙ୍କା 81 ପଇସା, ଲକ୍ଷ୍ନୌରେ 81 ଟଙ୍କା 31 ପଇସା, ନୋଏଡାରେ 81 ଟଙ୍କା 39 ପଇସା ଏବଂ ଭୋପାଳରେ ପ୍ରତି ଲିଟର 89 ଟଙ୍କା 17 ପଇସା ରହିଛି ।

ସୂଚନାଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଦିନ ପରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ବନ୍ଦ ହୋଇଯାଇଥିଲା । ଏହା ପୂର୍ବରୁ କ୍ରମାଗତ ଭାବେ ତୈଳ ଦର ବଢ଼ି ଚାଲିଥିଲା । ଶେଷ ଥର ପାଇଁ 27 ଫେବୃଆରୀରେ ପେଟ୍ରୋଲର ଲିଟର ପିଛା ଦାମ 24 ପଇସା ଓ ଡିଜେଲ ଦାମ 17 ପଇସା ବୃଦ୍ଧି ହୋଇଥିଲା । ଏହି ଦୁଇ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବୃଦ୍ଧି ହୋଇଥଇଲେ ମଧ୍ୟ ଭାରତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତି ରହିଥିଲା ।

ବର୍ଷକ ମଧ୍ୟରେ ପେଟ୍ରୋଲର ଲିଟର ପିଛା ଦର ପ୍ରାୟ 21 ଟଙ୍କା ୫୮ ପଇସା ଟଙ୍କା ବଢ଼ିଥିବା ବେଳେ ଡିଜେଲର ଲିଟର ପିଛା ଦାମ 19 ଟଙ୍କା 18 ପଇସା ବଢିଛି ।

ଏହିପରି ଜାଣନ୍ତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ'ଣ ରହିଛି, ଆପଣ ଏହାକୁ ମୋବାଇଲ ମାଧ୍ୟମରେ ଜାଣିପାରିବେ । ଏଥିଲାଗି ଆପଣ ପ୍ରଥମେ IOC ର ଆପ୍ ଡାଉନଲୋଡ୍ କରନ୍ତୁ କିମ୍ବା ଆପଣ ମୋବାଇଲରେ RSP ଏବଂ ଆପଣଙ୍କ ସହରର କୋଡ୍ ଲେଖି ଏହାକୁ 9224992249 ନମ୍ବରକୁ ପଠାନ୍ତୁ, ଆପଣ SMS ରେ ସମସ୍ତ ସୂଚନା ପାଇବେ । ଜାଣିରଖନ୍ତୁ, ପ୍ରତ୍ୟେକ ସହରର RSP ନମ୍ବର ଅଲଗା ଅଲଗା ରହିଥାଏ, ଏହାକୁ ଆପଣ IOC ୱେବସାଇଟରୁ ଜାଣିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+