ସାଧାରଣ ଲୋକ ଉପରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ପରେ ବଢିଲା ଏଲପିଜି ଗ୍ୟାସ ଦର
ମଙ୍ଗଳବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 80 ପଇସା ବୃଦ୍ଧି ପାଇଥିବାବେଳେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ 50 ଟଙ୍କା ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ନିର୍ବାଚନ ସରିବା ପରେ ସାଧାରଣ ଜନତା ଦରଦାମ ବୃଦ୍ଧିର ଅନୁଭବ କରିବା ଆରମ୍ଭ କରି ଦେଇଛନ୍ତି । ପୂର୍ବରୁ ଅମୁଲ ଏବଂ ମଦର ଡାଏରୀ ପରି ବଡ ଦୁଗ୍ଧ ଉତ୍ପାଦନକାରୀମାନେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲେ ଏବଂ ବର୍ତ୍ତମାନ ଇନ୍ଧନ ମୂଲ୍ୟରେ ବୃଦ୍ଧି ପରେ ସାଧାଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଦ୍ୱିଗୁଣିତ ହୋଇଛି ।

ମଙ୍ଗଳବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 80 ପଇସା ବୃଦ୍ଧି ପାଇଥିବାବେଳେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ 50 ଟଙ୍କା ବୃଦ୍ଧି କରାଯାଇଛି । ଇନ୍ଧନ ମୂଲ୍ୟରେ ଏହି ବୃଦ୍ଧି ମାସ ମାସ ଧରି ଚାଲିଥିବା ନିର୍ବାଚନ ଋତୁ ପରେ ହିଁ ଆସିଛି । LPG ସିଲିଣ୍ଡର ଦର ଗତ ବର୍ଷ ଅକ୍ଟୋବର ମାସରେ ଶେଷ ଥର ପାଇଁ ବୃଦ୍ଧି ପାଇଥିଲା ।
ଏଲପିଜି ମୂଲ୍ୟରେ ବୃଦ୍ଧି ପରେ, ଜାତୀୟ ରାଜଧାନୀ ଦିଲ୍ଲୀରେ 14.2 କିଲୋଗ୍ରାମ ଓଜନ ବିଶିଷ୍ଟ ସବସିଡିଯୁକ୍ତ ସିଲିଣ୍ଡର 949.50 ଟଙ୍କାରେ ଉପଲବ୍ଧ ହେବ । ଏହା ବ୍ୟତୀତ 19 କିଲୋଗ୍ରାମ ବ୍ୟବସାୟିକ LPG ସିଲିଣ୍ଡରର ମୂଲ୍ୟ 2003.50 ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହିତ 5 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ 349 ଟଙ୍କା ହୋଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications