Fuel Price : ପୁଣି ବଢିଲା ପେଟ୍ରୋଲ - ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କ'ଣ ରହିଛି ତୈଳ ଦର
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 24 ପଇସା ଏବଂ ଡିଜେଲ ଲିଟର ପ୍ରତି 32 ପଇସା ବୃଦ୍ଧି ହୋଇଛି । ଏହା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 94 ଟଙ୍କା 40 ପଇସା ଏବଂ ଡିଜେଲ ଲିଟର ପିଛା 92 ଟଙ୍କା 19 ପଇସା ରହିଛି ।
ନୂଆଦିଲ୍ଲୀ : ତୈଳ କମ୍ପାନୀଗୁଡିକ ଆଜି ସାଧାରଣ ଲୋକଙ୍କୁ ପୁଣି ଏକ ଝଟକା ଦେଇଛନ୍ତି । ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଲିଟର ପିଛା 18 ରୁ 25 ପଇସା ଏବଂ ଡିଜେଲ ଲିଟର ପିଛା 28 ରୁ 32 ପଇସା ମହଙ୍ଗା ହୋଇଛି । ବୁଧବାର ଦିନ ତୈଳ ଦରରେ କୌଣସି ବୃଦ୍ଧି ହୋଇନଥିଲା । ମଙ୍ଗଳବାର ଦିନ ଡିଜେଲର ମୂଲ୍ୟ ଲିଟର ପିଛା 25 ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 23 ପଇସା ବୃଦ୍ଧି ହୋଇଥିଲା ।

ସୂଚନାଯୋଗ୍ୟ, ମେ ମାସରେ ପେଟ୍ରୋଲ ଏବଂ ଡିଜେଲ 15 ଥର ମହଙ୍ଗା ହୋଇଛି । କ୍ରମାଗତ ଭାବେ ତୈଲ ମୂଲ୍ୟ ବୃଦ୍ଧି ହେତୁ 15 ଥରରେ ପେଟ୍ରୋଲ ମୂଲ୍ୟ 3.34 ଟଙ୍କା ଏବଂ ଡିଜେଲ 3.86 ଟଙ୍କା ମହଙ୍ଗା ହୋଇଛି ।
ତେଲ ଦର ବୃଦ୍ଧି ପାଇବା ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 24 ପଇସା ଏବଂ ଡିଜେଲ ଲିଟର ପ୍ରତି 32 ପଇସା ବୃଦ୍ଧି ହୋଇଛି । ଏହା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 94 ଟଙ୍କା 40 ପଇସା ଏବଂ ଡିଜେଲ ଲିଟର ପିଛା 92 ଟଙ୍କା 19 ପଇସା ରହିଛି ।
ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 93.68 ଟଙ୍କା, ମୁମ୍ବାଇରେ 99.94 ଟଙ୍କା, ଚେନ୍ନାଇରେ 95.28 ଟଙ୍କା, କୋଲକାତା 93.72 ଟଙ୍କା, ବାଙ୍ଗାଲୋରରେ 96.80 ଟଙ୍କା, ଭୋପାଳରେ ଲିଟର ପିଛା 101.77 ଟଙ୍କା, ଲକ୍ଷ୍ନୌରେ ଲିଟର ପିଛା 91.21 ଟଙ୍କା ଏବଂ ପାଟନା 95.85 ଟଙ୍କା ରହିଛି ।
ଏହା ବ୍ୟତୀତ ଦିଲ୍ଲୀରେ ଡିଜେଲ ଲିଟର ପିଛା 84.61 ଟଙ୍କା, ମୁମ୍ବାଇରେ 91.87 ଟଙ୍କା, ଚେନ୍ନାଇରେ 89.39 ଟଙ୍କା, କୋଲକାତାରେ 87.46 ଟଙ୍କା, ବାଙ୍ଗାଲୋରରେ 89.70 ଟଙ୍କା, ପାଟନାରେ 89.87 ଟଙ୍କା ଏବଂ ଲକ୍ଷ୍ନୌରେ 85.00 ଟଙ୍କା ରହିଛି ।












Click it and Unblock the Notifications