ପେଟ୍ରୋଲ ଡିଜେଲ ମୂଲ୍ୟ : 12 ଦିନରେ 7.20 ଟଙ୍କା ବୃଦ୍ଧି ପାଇଲାଣି ଦର
ଗତ 12 ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 7.20 ଟଙ୍କା ବୃଦ୍ଧି ପାଇଛି । ଶନିବାର (ଅପ୍ରେଲ 02) ରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେଲ ପୁଣି ଲିଟର ପିଛା 80 ପଇସା ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ : ଗତ 12 ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 7.20 ଟଙ୍କା ବୃଦ୍ଧି ପାଇଛି । ଶନିବାର (ଅପ୍ରେଲ 02) ରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେଲ ପୁଣି ଲିଟର ପିଛା 80 ପଇସା ବୃଦ୍ଧି କରାଯାଇଛି ।

ଏହି କ୍ରମାଗତ ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 102.61 ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 93.07 ରୁ 93.87 ଟଙ୍କାକୁ ବୃଦ୍ଧି ପାଇଛି । ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଛି । 22 ମାର୍ଚ୍ଚରେ ଟିକସ ସଂଶୋଧନରେ ସାଢେ ଚାରି ମାସର ବ୍ୟବଧାନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏହା ଦଶମ ବୃଦ୍ଧି ।
ସେହିପରି ଯଦି ଆମେ ଭୁବନେଶ୍ୱର କଥା ଆଲୋଚନା କରିବା ତେବେ, ଭୁବନେଶ୍ୱରରେ ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି 85 ପଇସା ଲେଖାଏଁ ବଢିଛି । ଏହା ପରେ ଏଠାରେ ପେଟ୍ରୋଲ ଲିଟର 109 ଟଙ୍କା 68 ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ 99 ଟଙ୍କା 387 ପଇସରେ ବିକ୍ରି ହେଉଛି ।
କେଉଁ ଦିନ ବଢିଛି କେତେ ଟଙ୍କା ?
ଆଫଣଙ୍କୁ କହି ରଖୁଛୁ 22 ମାର୍ଚ୍ଚରୁ 02 ଅପ୍ରେଲ 2022 ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କେବଳ 24 ମାର୍ଚ୍ଚ ଏବଂ 01 ଅପ୍ରେଲରେ ବୃଦ୍ଧି କରାଯାଇ ନାହିଁ । ଅର୍ଥାତ୍ ଅବଶିଷ୍ଟ 10 ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି କରାଯାଇଛି । ମାର୍ଚ୍ଚ 22, ମାର୍ଚ୍ଚ 23, ମାର୍ଚ୍ଚ 25, ମାର୍ଚ୍ଚ 26, ମାର୍ଚ୍ଚ 27, ମାର୍ଚ୍ଚ 28, ମାର୍ଚ୍ଚ 29, ମାର୍ଚ୍ଚ 30, ମାର୍ଚ୍ଚ 31 ଏବଂ ଏପ୍ରିଲ 02, ପେଟ୍ରୋଲ-ଡିଜେଲରେ ପ୍ରତିଦିନ 80 ପଇସା ବୃଦ୍ଧି ହୋଇଛି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ











Click it and Unblock the Notifications