ତେଲ ଦରରେ ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
ଆଜି ମଧ୍ୟ ତେଲ ଦରରେ ବୃଦ୍ଧି ହୋଇଛି । ମଙ୍ଗଳବାର ଦିନ ପୁଣି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲିଟର ପ୍ରତି 80 ପଇସା ଲେଖାଏଁ ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ହେବାର ନାଁ ନେଉନି । ଗତ 15 ଦିନ ମଧ୍ୟରେ ପେଟ୍ରୋଲ-ଡିଜେଲ ଦର ବେଲଗାମ୍ ଭାବେ ବୃଦ୍ଧି ହେଉଛି । ଆଜି ମଧ୍ୟ ତେଲ ଦରରେ ବୃଦ୍ଧି ହୋଇଛି । ମଙ୍ଗଳବାର ଦିନ ପୁଣି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲିଟର ପ୍ରତି 80 ପଇସା ଲେଖାଏଁ ବୃଦ୍ଧି କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ଗତ 15 ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 13 ତମ ଥର ପାଇଁ ବୃଦ୍ଧି ପାଇଛି । ଯାହା ପରେ ବର୍ତ୍ତମାନ ଜାତୀୟ ରାଜଧାନୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 104.61 ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 95.87 ଟଙ୍କାରେ ପହଞ୍ଚିଛି ।
ସେହିପରି ଭୁବନେଶ୍ୱରରେ ଲିଟର ପିଛା 85 ପଇସା ବୃଦ୍ଧି ହୋଇଛି । ଏହା ପରେ ଏବେ ପେଟ୍ରୋଲ ଦର ଲିଟର ପ୍ରତି 111 ଟଙ୍କା 64 ପଇସା ଓ ଡିଜେଲ ଦର 101 ଟଙ୍କା 39 ପଇସା ହୋଇଛି । ସେହିପରି ମୁମ୍ବାଇରେ ମଧ୍ୟ ଆଜି ପେଟ୍ରୋଲ ଲିଟର ପ୍ରତି 84 ପଇସା ଓ ଡିଜେଲ 85 ପଇସା ବୃଦ୍ଧି କରାଯାଇଛି ।
ଗତ 22ରୁ ଏପର୍ଯ୍ୟନ୍ତ ପ୍ରାୟ 11 ଟଙ୍କା ପାଖାପାଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଗତ 21 ତରିଖରେ ପେଟ୍ରୋଲ ଲିଟର ପିଛା 101 ଟଙ୍କା 80 ପଇସା ଓ ଡିଜେଲ ଦର 91 ଟଙ୍କା 62 ପଇସା ଥିଲା । ହେଲେ ଏବେ ପେଟ୍ରୋଲ ଦର 111 ଟଙ୍କା 64 ପଇସା ଓ ଡିଜେଲ ଦର 101 ଟଙ୍କା 39 ପଇସାରେ ପହଞ୍ଚିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications