ସାଧାରଣ ଲୋକ ଉପରେ ପେଟ୍ରୋଲ-ଡିଜେଲ ମହଙ୍ଗା ମାଡ଼, ପୁଣି ବଢିଲା ତେଲ ଦର
ଆଜି ମଧ୍ୟ ତୈଳ କମ୍ପାନୀ ମାନେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି 80 ପଇସା ବୃଦ୍ଧି ହୋଇଛି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦେଶରେ ପେଟ୍ରୋଲ୍-ଡିଜେଲ ଦରରେ ଅହେତୁକ ବୃଦ୍ଧି ପାଇଥିବା ପରିଲକ୍ଷିତ ହେଉଛି । ମାର୍ଚ୍ଚ 22 ତାରିଖ ଠାରୁ ପ୍ରାୟ ପ୍ରତ୍ୟେକ ଦିନ ଇନ୍ଧନ ଦର ବୃଦ୍ଧି ପାଉଛି । ଏଥି ମଧ୍ୟରେ ଆଜି ମଧ୍ୟ ତୈଳ କମ୍ପାନୀ ମାନେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି 80 ପଇସା ବୃଦ୍ଧି ହୋଇଛି ।

ନୂଆ ଦର ପରେ ଭୂବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 86 ପଇସା ବଢିବା ସହ ଦର 108 ଟଙ୍କା 65 ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପ୍ରତି 85 ପଇସା ବୃଦ୍ଧି ପାଇ 98 ଟଙ୍କା 42 ପଇସା ହୋଇଛି ।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 101 ଟଙ୍କା 81 ପଇସା ଓ ଡିଜେଲ ଲିଟର ପ୍ରତି 93 ଟଙ୍କା 07 ପଇସାରେ ବିକ୍ରି ହେଉଛି ।
ଆପଣଙ୍କୁ କହି ରଖୁଛୁ ମାର୍ଚ୍ଚ 22 ତାରିଖ ଠାରୁ ଗତ 10 ଦିନ ମଧ୍ୟରେ 9 ଥର ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି । ଯାହାକି ସାଧାରଣ ଜନତାଙ୍କ ପକେଟ ଉପରେ ବୋଝ ସାଜିଛି । ଗତ 10 ଦିନରେ ଲିଟର ପ୍ରତି ପ୍ରାୟ 6 ଟଙ୍କା 40 ପଇସା ବୃଦ୍ଧି ପାଇଛି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications