ଶହେ ଛୁଇଁବାକୁ ଅଳ୍ପ ବାକି, ଜାଣନ୍ତୁ ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ଦର
ସୋମବାର ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ଡିଜେଲର ମୂଲ୍ୟ 30 ରୁ 31 ପଇସା ଏବଂ ପେଟ୍ରୋଲର ମୂଲ୍ୟ 28 ରୁ 29 ପଇସା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ସାରା ଦେଶ କରୋନା ମହମାରୀ ସମୟରେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ପେଟ୍ରୋଲ-ଡିଜେଲ ଦରର କ୍ରମାଗତ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଦାଉ ସାଝିଛି । ସୋମବାର ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ଡିଜେଲର ମୂଲ୍ୟ 30 ରୁ 31 ପଇସା ଏବଂ ପେଟ୍ରୋଲର ମୂଲ୍ୟ 28 ରୁ 29 ପଇସା ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୁକ୍ରବାର ଦିନ ପେଟ୍ରୋଲରେ ଲିଟର ପିଛା 27 ପଇସା ଏବଂ ଡିଜେଲରେ ଲିଟର ପିଛା 23 ପଇସା ବୃଦ୍ଧି ହୋଇଥିଲା । ମୂଲ୍ୟ ବୃଦ୍ଧି ହେତୁ ଅନେକ ସହରରେ ଡିଜେଲର ମୂଲ୍ୟ 100 ଟଙ୍କା ଅତିକ୍ରମ କରିଛି । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରଠାରୁ ମୋଟ 25 ଥର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ମେ ମାସରେ କେବଳ 16 ଥର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହୋଇଛି ।
ସୋମବାର ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 29 ପଇସା ବଢି 97 ଟଙ୍କା 16 ପଇସା ଏବଂ ଡିଜେଲ ଦର 32 ପଇସା ବଢି 95 ଟଙ୍କା 11 ପଇସା ହୋଇଛି ।
ଆଜିର ପେଟ୍ରୋଲ ମୂଲ୍ୟ
ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 96.41 ଟଙ୍କା, ମୁମ୍ବାଇରେ 102.58 ଟଙ୍କା, ଚେନ୍ନାଇରେ ଲିଟର ପିଛା 97.69 ଟଙ୍କା, କୋଲକାତାରେ 96.34 ଟଙ୍କା, ବେଙ୍ଗାଲୁରୁରେ 99.63 ଟଙ୍କା ଭୋପାଳରେ 104.59 ଟଙ୍କା, ଲଦାଖରେ 101.95 ଟଙ୍କା, ଲକ୍ଷ୍ନୌରେ 93.35 ଟଙ୍କା, ଜୟପୁର ପିଛା 103.03 ଟଙ୍କା, ଚଣ୍ଡିଗଡ଼ରେ 92.73 ଟଙ୍କା ଏବଂ ଶ୍ରୀ ଗଙ୍ଗନଗର ଲିଟର ପିଛା 107.06 ଟଙ୍କା ରହିଛି ।
ଆଜିର ଡିଜେଲ ମୂଲ୍ୟ
ସେହିପରି ଦିଲ୍ଲୀରେ ଲିଟର ପିଛା 87.28 ଟଙ୍କା, ମୁମ୍ବାଇରେ 94.70 ଟଙ୍କା, ଚେନ୍ନାଇରେ 91.92 ଟଙ୍କା, କୋଲକାତାରେ 90.12 ଟଙ୍କା, ଭୋପାଳରେ ଲିଟର ପିଛା 95.91 ଟଙ୍କା, ଲଦାଖରେ 93.90 ଟଙ୍କା, ବେଙ୍ଗାଲୁରୁ 92.52 ଟଙ୍କା, ଜୟପୁରରେ 96.24 ଟଙ୍କା, ଚଣ୍ଡିଗଡ଼ରେ 86.92 ଟଙ୍କା ଏବଂ ଶ୍ରୀଗଙ୍ଗାନଗରରେ 100.15 ଟଙ୍କାରେ ପହଞ୍ଚିଛି ।












Click it and Unblock the Notifications