Fuel Price : ପେଟ୍ରୋଲ-ଡିଜେଲ ଦରରେ ପୁଣି ନିଆଁ, ମୁମ୍ବାଇରେ ଲିଟର 102 ରୁ ଅଧିକ

ଭୁବନେଶ୍ୱରେ ପେଟ୍ରୋଲ ଲିଟର ପ୍ରତି 30 ପଇସା ବଢି 96 ଟଙ୍କା 60 ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପ୍ରତି 30 ପଇସା ବୃଦ୍ଧି ହୋଇ 94 ଟଙ୍କା 53 ପଇସା ହୋଇଛି ।

ନୂଆଦିଲ୍ଲୀ : ଶୁକ୍ରବାର ଦିନ ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି । ତୈଳ କମ୍ପାନୀଗୁଡିକ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା 29 ପଇସା ଏବଂ ଡିଜେଲ ଲିଟର ପିଛା 28 ପଇସା ମହଙ୍ଗା ହୋଇଛି । ବୁଧବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା 25 ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 26 ପଇସା ବୃଦ୍ଧି ହୋଇଥିଲା । ସୂଚନାଯୋଗ୍ୟ, 5 ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 23 ତମ ଥର ବୃଦ୍ଧି ପାଇଛି, ମେ ମାସରେ କେବଳ 16 ଥର ବଢିଛି । ମୂଲ୍ୟ ବୃଦ୍ଧି ହେତୁ ପେଟ୍ରୋଲ 5.46 ଟଙ୍କା ଏବଂ ଡିଜେଲ 5.99 ଟଙ୍କା ମହଙ୍ଗା ହୋଇଛି ।

petrol

ଭୁବନେଶ୍ୱରେ ପେଟ୍ରୋଲ ଲିଟର ପ୍ରତି 30 ପଇସା ବଢି 96 ଟଙ୍କା 60 ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପ୍ରତି 30 ପଇସା ବୃଦ୍ଧି ହୋଇ 94 ଟଙ୍କା 53 ପଇସା ହୋଇଛି ।

ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 95.85 ଟଙ୍କା, ମୁମ୍ବାଇରେ 102.04 ଟଙ୍କା, ଚେନ୍ନାଇରେ ଲିଟର ପିଛା 97.19 ଟଙ୍କା, କୋଲକାତାରେ 95.80 ଟଙ୍କା, ବେଙ୍ଗାଲୁରୁରେ 99.05 ଟଙ୍କା, ଲକ୍ଷ୍ନୌ ରେ 93.09 ଟଙ୍କା, ଜୟପୁରରେ 102.44 ଟଙ୍କା, ଚଣ୍ଡିଗଡ଼ରେ ଲିଟର ପିଛା 92.19 ଟଙ୍କା ଏବଂ ଶ୍ରୀଗଙ୍ଗନଗରରେ 106.94 ଟଙ୍କା, ଅନୁପପୁରରେ 106.59 ଟଙ୍କା ରହିଛି ।

ଅପରପକ୍ଷରେ ଆଜି ଡିଜେଲ ଲିଟର ପିଛା ଦିଲ୍ଲୀରେ 86.75 ଟଙ୍କା, ମୁମ୍ବାଇରେ 94.15 ଟଙ୍କା, ଚେନ୍ନାଇରେ 91.42 ଟଙ୍କା, : କୋଲକାତାରେ 89.6 ଟଙ୍କା, ବେଙ୍ଗାଲୁରୁରେ 91.97 ଟଙ୍କା, ଜୟପୁରରେ 95.67 ଟଙ୍କା, ପିଛା ଚଣ୍ଡିଗଡ଼ରେ 86.4 ଟଙ୍କା, ଶ୍ରୀ ଗଙ୍ଗନଗର: 99.8 ଟଙ୍କା ଏବଂ ଅନୁପପୁର ଲିଟର ପିଛା 97.74 ଟଙ୍କା ରହିଛି ।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ବୃଦ୍ଧି ବିରୋଧରେ ଆଜି କଂଗ୍ରେସ ସାରା ଦେଶରେ ବିରୋଧ କରିବ । ମୂଲ୍ୟ ବୃଦ୍ଧି ବିରୋଧରେ ଆଜି ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି ।

ଅପରପକ୍ଷରେ ସୋମବାର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି 'ଏହି ସମୟରେ ସରକାରଙ୍କ ଆୟ ଯଥେଷ୍ଟ ହ୍ରାସ ପାଇଛି । କମ୍ ଆୟ ହେତୁ ଖର୍ଚ୍ଚ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ହ୍ରାସ ହୋଇପାରିବ ନାହିଁ କାରଣ ସରକାର ଅତିରିକ୍ତ ବୋଝର ସମ୍ମୁଖୀନ ହେଉଛନ୍ତି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+