ପୁଣି 80 ପଇସା ଲେଖାଏଁ ବଢିଲା ତେଲ ଦର, 16 ଦିନରେ 14 ଥର ବଢିଛି ପେଟ୍ରୋଲ-ଡିଜେଲ ମୂଲ୍ୟ
ଗତ କିଛି ଦିନ ହେବ ପ୍ରତିଦିନ ଏହି ମୂଲ୍ୟରେ ବୃଦ୍ଧି ହେଉଛି । ବୁଧବାର ଦିନ ପେଟ୍ରୋଲ-ଡିଜେଲ ମୂଲ୍ୟରେ ପୁଣି 80 ପଇସା ଲେଖାଏଁ ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ଦର କମିବାର ନାଁ ନେଉନି । ଗତ କିଛି ଦିନ ହେବ ପ୍ରତିଦିନ ଏହି ମୂଲ୍ୟରେ ବୃଦ୍ଧି ହେଉଛି । ବୁଧବାର ଦିନ ପେଟ୍ରୋଲ-ଡିଜେଲ ମୂଲ୍ୟରେ ପୁଣି 80 ପଇସା ଲେଖାଏଁ ବୃଦ୍ଧି କରାଯାଇଛି ।
ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ଯଥାକ୍ରମେ 105.41 ଟଙ୍କା ଏବଂ 96.67 ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 120.51 ଟଙ୍କା ଏବଂ ଲିଟର ପିଛା 104.77 ଟଙ୍କା ରହିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 86 ପଇସା ବଢିଛି । ଏହାପରେ ପେଚ୍ରୋଲ ଲିଟର ପିଛା 112 ଟଙ୍କା 68 ପଇସାରେ ବିକ୍ରି ହେଉଛି । ସେହିପରି ଡିଦେଲ ଦରରେ ମଧ୍ୟ 85 ପଇସା ବଢିବା ପରେ ଲିଟର ପ୍ରତି ଦାମ ରହିଛି 102 ଟଙ୍କା 35 ପଇସା ।
ଆପଣଙ୍କୁ କହି ରଖୁଛୁ ଗତ 16 ଦିନ ମଧ୍ୟରେ, 14 ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇ ବ୍ୟାରେଲ ପିଛା ପ୍ରାୟ 106 ଡଲାରକୁ ଖସି ଆସିଥିବା ବେଳେ ଦେଶରେ ପେଟ୍ରୋଲ - ଡିଜେର ଦର ବୃଦ୍ଧି ସାଧାରଣ ଜନତାଙ୍କ ପକେଟକୁ ବାଧୁଛି ।












Click it and Unblock the Notifications