ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି, ଭୋପାଳରେ ଅତିକ୍ରମ କଲା 100 ଟଙ୍କା

ମେ ମାସରେ ପେଟ୍ରୋଲ-ଡିଜେଲ ବର୍ତ୍ତମାନ ପର୍ଯ୍ୟନ୍ତ 9 ଥର ମହଙ୍ଗା ହୋଇଛି । କ୍ରମାଗତ ଭାବେ ତୈଳ ମୂଲ୍ୟ ବୃଦ୍ଧି ହେତୁ ଦିଲ୍ଲୀରେ ପେଟ୍ରୋଲ ଦର ମାତ୍ର 9 ଦିନରେ 2.18 ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଚଳିତ ମାସରେ 2.49 ଟଙ୍କା ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ : ରବିବାର ତୈଳ ଦରରେ ସାଧାରଣ ଲୋକଙ୍କୁ ଝଟକା ଦେବା ପରେ ତୈଳ କମ୍ପାନୀଗୁଡିକ ଆଜି କିଛିଟା ରିହାତି କରିଛନ୍ତି । ସୋମବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । 16 ମେ ରେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା 24 ପଇସା ଏବଂ ଡିଜେଲ ଲିଟର ପିଛା 27 ପଇସା ବୃଦ୍ଧି କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ମେ ମାସରେ ଏପର୍ଯ୍ୟନ୍ତ ତୈଳ ମୂଲ୍ୟରେ 9 ଥର ବୃଦ୍ଧି କରାଯାଇଛି । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି ।

petrol

ମେ ମାସରେ ପେଟ୍ରୋଲ-ଡିଜେଲ ବର୍ତ୍ତମାନ ପର୍ଯ୍ୟନ୍ତ 9 ଥର ମହଙ୍ଗା ହୋଇଛି । କ୍ରମାଗତ ଭାବେ ତୈଳ ମୂଲ୍ୟ ବୃଦ୍ଧି ହେତୁ ଦିଲ୍ଲୀରେ ପେଟ୍ରୋଲ ଦର ମାତ୍ର 9 ଦିନରେ 2.18 ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଚଳିତ ମାସରେ 2.49 ଟଙ୍କା ବୃଦ୍ଧି ପାଇଛି । ତେବେ କେତେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟ 100 ଅତିକ୍ରମ କରିସାରିଛି ।

ପେଟ୍ରୋଲ 100 ଟଙ୍କାରୁ ଅଧିକ

ମହାରାଷ୍ଟ୍ରର ନାନ୍ଦେଡରେ ପେଟ୍ରୋଲ 100.54 ଟଙ୍କା, ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଲିଟର ପିଛା 102 ଟଙ୍କା, ଜୈସଲମେରରେ ଲିଟର ପିଛା 100.97 ଟଙ୍କା, ମଧ୍ୟପ୍ରଦେଶର ଅନୁପପୁରରେ ଲିଟର ପିଛା 102.12 ଟଙ୍କା, ନଗରାବନ୍ଧରେ ଲିଟର ପିଛା 103.31 ଟଙ୍କା ଏବଂ ଭୋପାଳରେ ଲିଟର ପିଛା 100.42 ଟଙ୍କାରେ ବିକ୍ରି ହେଉଛି ।

ଆଜିର ପେଟ୍ରୋଲ ମୂଲ୍ୟ(ଲିଟର ପ୍ରତି)

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 92.58 ଟଙ୍କା, ମୁମ୍ବାଇରେ 98.88 ଟଙ୍କା, ଚେନ୍ନାଇରେ 94.34 ଟଙ୍କା, କୋଲକାତାରେ 92.67 ଟଙ୍କା, ବାଙ୍ଗାଲୋର ପିଛା 95.66 ଟଙ୍କା, ଭୋପାଳର ଲିଟର ପିଛା 100.42 ଟଙ୍କା, ଲକ୍ଷ୍ନୌରେ 90.37 ଟଙ୍କା ଏବଂ ପାଟନାରେ ଲିଟର ପିଛା 90.37 ଟଙ୍କା ରହିଛି ।

ଆଜିର ଡିଜେଲ ମୂଲ୍ୟ

ଜାତୀୟ ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା 83.22 ଟଙ୍କା, ମୁମ୍ବାଇରେ 90.40 ଟଙ୍କା, ଚେନ୍ନାଇରେ 88.07 ଟଙ୍କା, କୋଲକାତାରେ 86.06 ଟଙ୍କା, ବାଙ୍ଗାଲୋର ପିଛା 88.22 ଟଙ୍କା, ଲକ୍ଷ୍ନୌରେ 83.60 ଟଙ୍କା ଏବଂ ପାଟନାରେ ଲିଟର ପିଛା 88.60 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+