12 ଦିନରେ 3.24 ଟଙ୍କା ବୃଦ୍ଧି ହେଲା ପେଟ୍ରୋଲ-ଡିଜେଲ ଦର : ଜାଣନ୍ତୁ ଆଜି କଣ ରହିଛି ଦର
ମେ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ 12 ଥର ମହଙ୍ଗା ହୋଇଛି । କ୍ରମାଗତ ଭାବରେ ତୈଳ ମୂଲ୍ୟ ବୃଦ୍ଧି ହେତୁ ଏହି 12 ଥରରେ ପେଟ୍ରୋଲ ଦର 3.24 ଟଙ୍କା ଏବଂ ଡିଜେଲ 2.94 ଟଙ୍କା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ଆଜି ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ରବିବାର ଦିନ ଦିଲ୍ଲୀରେ ପେଟ୍ରୋଲ 18 ପଇସା ଏବଂ ଡିଜେଲ 28 ପଇସା ମହଙ୍ଗା ହୋଇଛି । ଦେଶରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 15-17 ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 25-29 ପଇସା ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଡିଜେଲର ମୂଲ୍ୟ 29 ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ 19 ପଇସା ବୃଦ୍ଧି ପାଇଥିଲା । ଉଲ୍ଲେଖନୀୟ କଥା ହେଉଛି, ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇଛି ।

12 ଦିନରେ ପେଟ୍ରୋଲ ଦର 3.24 ଟଙ୍କା ବୃଦ୍ଧି
ମେ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ 12 ଥର ମହଙ୍ଗା ହୋଇଛି । କ୍ରମାଗତ ଭାବରେ ତୈଳ ମୂଲ୍ୟ ବୃଦ୍ଧି ହେତୁ ଏହି 12 ଥରରେ ପେଟ୍ରୋଲ ଦର 3.24 ଟଙ୍କା ଏବଂ ଡିଜେଲ 2.94 ଟଙ୍କା ବୃଦ୍ଧି ପାଇଛି ।
ଆଜିର ପେଟ୍ରୋଲ ମୂଲ୍ୟ
ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 93.27 ଟଙ୍କା , ମୁମ୍ବାଇରେ 99.54 ଟଙ୍କା, ଚେନ୍ନାଇରେ 94.91 ଟଙ୍କା, କୋଲକାତା ଲିଟର ପିଛା 93.33 ଟଙ୍କା, ବାଙ୍ଗାଲୋରରେ 96.37 ଟଙ୍କା, ଭୋପାଳରେ 101.34 ଟଙ୍କା, ଲକ୍ଷ୍ନୌରେ 90.89 ଟଙ୍କା ଥିବାବେଳେ ପାଟନାରେ ଲିଟର ପିଛା 95.46 ଟଙ୍କା ରହିଛି ।
ଆଜିର ଡିଜେଲ ମୂଲ୍ୟ
ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା 84.13 ଟଙ୍କା, ମୁମ୍ବାଇ: ଲିଟର ପିଛା 91.36 ଟଙ୍କା, ଚେନ୍ନାଇରେ 88.92 ଟଙ୍କା, କୋଲକାତାରେ ଲିଟର ପିଛା 86.97 ଟଙ୍କା, ବାଙ୍ଗାଲୋରରେ ଲିଟର ପିଛା 89.18 ଟଙ୍କା, ପାଟନାରେ 89.38 ଟଙ୍କା ଏବଂ ଲକ୍ଷ୍ନୌରେ 84.51 ଟଙ୍କାରେ ବିକ୍ରି ହେଉଛି ।












Click it and Unblock the Notifications