ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପୁଣି ନିଆଁ, ମହାରାଷ୍ଟ୍ରରେ ପାର ହେଲା 100 ଟଙ୍କା

ମଙ୍ଗଳବାର ଦିନ ପେଟ୍ରୋଲ 27 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପ୍ରତି 30 ପଇସା ବୃଦ୍ଧି ହୋଇଛି । ଏହା ପୂର୍ବରୁ ସୋମବାର ଦିନ ମଧ୍ୟ ପେଟ୍ରୋଲ 26 ପଇସା ଏବଂ ଡିଜେଲ ଲିଟର ପିଛା 33 ପଇସା ବୃଦ୍ଧି ପାଇଥିଲା ।

ନୂଆଦିଲ୍ଲୀ : କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତୀୟଙ୍କୁ ସରକାରୀ ତୈଳ କମ୍ପାନୀଗୁଡିକ ଆଉ ଏକ ଝଟକା ଦେଇଛନ୍ତି । ଆଜି ବି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ପେଟ୍ରୋଲ 27 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପ୍ରତି 30 ପଇସା ବୃଦ୍ଧି ହୋଇଛି । ଏହା ପୂର୍ବରୁ ସୋମବାର ଦିନ ମଧ୍ୟ ପେଟ୍ରୋଲ 26 ପଇସା ଏବଂ ଡିଜେଲ ଲିଟର ପିଛା 33 ପଇସା ବୃଦ୍ଧି ପାଇଥିଲା । କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଦର ପରେ ମାତ୍ର 6 ଦିନରେ ପେଟ୍ରୋଲ ଲିଟର ପିଛା 1 ଟଙ୍କା 43 ପଇସା ଏବଂ ଡିଜେଲ 1 ଟଙ୍କା 63 ପଇସା ବୃଦ୍ଧି ପାଇଛି ।

petrol

ମହାରାଷ୍ଟ୍ରରେ ପେଟ୍ରୋଲ ମୂଲ୍ୟ 100 ଟଙ୍କା ପାର୍

ଆପଣଙ୍କୁ କହି ରଖୁଛୁ, ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି । ମହାରାଷ୍ଟ୍ରରେ ପେଟ୍ରୋଲ ଦର 100 ଟଙ୍କା ଅତିକ୍ରମ କରିଥିବାବେଳେ ପାରବାନୀରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା 20 ପଇସାରେ ବିକ୍ରି ହେଉଥିବାବେଳେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ଦୀର୍ଘ ଦିନ ଧରି ପେଟ୍ରୋଲ ଦର 102 ଟଙ୍କା ରହିଛି । ଏହା ସହିତ ମଧ୍ୟପ୍ରଦେଶର ଅନୁପପୁରରେ ଲିଟର ପ୍ରତି 102 ଟଙ୍କା 12 ପଇସା ଦେହବାକୁ ପଡ଼ୁଛି ।

ଆଜିର ପେଟ୍ରୋଲ ମୂଲ୍ୟ

ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା 91 ଟଙ୍କା 80 ପଇସା ରହିଛି । ଏହା ସହିତ ମୁମ୍ବାଇରେ 98 ଟଙ୍କା17 ପଇସା, ଚେନ୍ନାଇରେ 93 ଟଙ୍କା 62 ପଇସା, କୋଲକାତାରେ ଲିଟର ପିଛା 91 ଟଙ୍କା 92 ପଇସା, ବାଙ୍ଗାଲୋରରେ 94 ଟଙ୍କା 85 ପଇସା, ଭୋପାଳରେ ଲିଟର ପ୍ରତି 99 ଟଙ୍କା 83 ପଇସା, ପାଟନାରେ 94 ଟଙ୍କା 04 ପଇସା ଥିବାବେଳେ ଚଣ୍ଡିଗଡ଼ରେ ପେଟ୍ରୋଲ ଲିଟର ପିଛା 88 ଟଙ୍କା 31 ପଇସା ରହିଛି ।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା 82 ଟଙ୍କା 36 ପଇସା, ମୁମ୍ବାଇରେ 89 ଟଙ୍କା 48 ପଇସା, ଚେନ୍ନାଇରେ ଲିଟର ପିଛା 87 ଟଙ୍କା 25 ଫଇସା, କୋଲକାତାରେ 85 ଟଙ୍କା 20 ପଇସା, ବାଙ୍ଗାଲୋରରେ 87 ଟଙ୍କା 31 ପଇସା, ପାଟନାରେ 87 ଟଙ୍କା 98 ପଇସା, ଲକ୍ଷ୍ନୌରେ 82 ଟଙ୍କା 74 ପଇସା ଥିବାବେଳେ ଚଣ୍ଡିଗଡ଼ରେ ଡିଜେଲ ଲିଟର ପ୍ରତି 82 ଟଙ୍କା 03 ପଇସାରେ ବିକ୍ରି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+