ପୁଣି ବଢିଲା ପେଟ୍ରୋଲ-ଡିଦେଲ ଦର, ଜାଣନ୍ତୁ କେତେ ଟଙ୍କା ରହିଛି ଦର
ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ମଙ୍ଗଳବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା 80 ପଇସା ଏବଂ ଡିଜେଲ ପିଛା 70 ପଇସା ବୃଦ୍ଧି କରିଛି ।
ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ମଙ୍ଗଳବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା 80 ପଇସା ଏବଂ ଡିଜେଲ ପିଛା 70 ପଇସା ବୃଦ୍ଧି କରିଛି ।

ଏହି ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ପୁଣି 100 ଟଙ୍କା ଅତିକ୍ରମ କରିଛି । ଏଥିସହିତ ଦିଲ୍ଲୀରେ ଡିଜେଲର ନୂଆ ଦର ବର୍ତ୍ତମାନ ଲିଟର ପିଛା 91.47 ଟଙ୍କା ହୋଇଥିବାବେଳେ ପେଟ୍ରୋଲର ନୂଆ ଦର ଲିଟର ପିଛା 100.21 ଟଙ୍କା ରହିଛି ।
ଆପଣଙ୍କୁ କହି ରଖୁଛୁ ମାର୍ଚ୍ଚ 22 ତାରିଖରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ମାର୍ଚ୍ଚ 24 ବ୍ୟତୀତ ପ୍ରତିଦିନ ତେଲ ଦର ବୃଦ୍ଧି ହୋଇଛି । ଲଗାତର 8 ଦିନ ମଧ୍ୟରେ 7 ଥର ତେଲ ଦର ବୃଦ୍ଧି ପାଇଛି ।
ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ 86 ଓ ଡିଜେଲ 74 ପଇସା ବୃଦ୍ଧି ପାଇଛି । ପେଟ୍ରୋଲ 107 ଟଙ୍କା 11 ପଇସା ହୋଇଥିବା ବେଳେ ଡିଜେଲ 96 ଟଙ୍କା 83 ପଇସା ହୋଇଛି । ଅହେତୁକ ଭାବେ ତେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।












Click it and Unblock the Notifications