ପେଟ୍ରୋଲ ଏବଂ ଡିଜେଲ ଦର : 9 ଦିନରେ 8 ଥର ବଢିଲା ଦର, ଜାଣନ୍ତୁ ଗୋଟିଏ ଲିଟର ପାଇଁ ଦେବାକୁ ହେବ କେତେ ଟଙ୍କା
ସୂଚନାନୁସାରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 80 ପଇସା ବୃଦ୍ଧି ପାଇଛି। ବୁଧବାର ଠାରୁ ନୂତନ ମୂଲ୍ୟ ଲାଗୁ ହୋଇଛି ।
ନୂଆଦିଲ୍ଲୀ : ଗତ 8 ଦିନ ଧରି କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହେଉଛି । ମାର୍ଚ୍ଚ 22 ତାରିଖରୁ ଆଜି ପର୍ଯ୍ୟନ୍ତ 9 ଦିନରେ 8 ଥର ଦର ବଢିଛି । ମଙ୍ଗଳବାର ରାତିରେ ତୈଳ ନିଗମ ଦ୍ୱାରା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି କରାଯାଇଛି । ସୂଚନାନୁସାରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 80 ପଇସା ବୃଦ୍ଧି ପାଇଛି। ବୁଧବାର ଠାରୁ ନୂତନ ମୂଲ୍ୟ ଲାଗୁ ହୋଇଛି ।

ଆଜିର ନୂଆ ଦରକୁ ମିଶାଇ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 107 ଟଙ୍କା 11 ପଇସାରୁ ବୃଦ୍ଧି ପାଇ 107 ଟଙ୍କା 97 ପଇସା ଓ ଡିଜେଲ ଲିଟର ପିଛା 97 ଟଙ୍କା 68 ପଇସାରେ ପହଞ୍ଚିଛି ।
ଆପଣଙ୍କୁ କହିରଖୁଛୁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 80 ପଇସା ବୃଦ୍ଧି ହେବା ପରେ ଦିଲ୍ଲୀରେ ପେଟ୍ରୋଲର ନୂଆ ଦର ଲିଟର ପିଛା 101.01 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 92.27 ଟଙ୍କାରେ ପହଞ୍ଚିଛି ।
ଆପଣଙ୍କୁ କହିବାକୁ ଗଲେ ମାର୍ଚ୍ଚ 22 ତାରିଖରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି | ମାର୍ଚ୍ଚ 24 ବ୍ୟତୀତ ତେଲ ଦର ପ୍ରତିଦିନ ବୃଦ୍ଧି ପାଇଛି । 9 ଦିନରେ ପ୍ରାୟ 5 ଟଙ୍କା 50 ପଇସା ବୃଦ୍ଧି ହୋଇଛି । ସୋମବାର ରାତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା । ପେଟ୍ରୋଲ ଲିଟର ପିଛା 80 ପଇସା ଏବଂ ଡିଜେଲରେ 70 ପଇସା ମହଙ୍ଗା ହୋଇଥିଲା ।












Click it and Unblock the Notifications