ସରୁନି ପେଟ୍ରୋଲ - ଡିଜେଲର ମହଙ୍ଗା ମାଡ଼, ପୁଣି ବଢିଲା 40-40 ପଇସା, 80 ପଇସା ବୃଦ୍ଧି ପାଇଲା CNG
କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 40-40 ପଇସା ବୃଦ୍ଧି କରିଛି । ଏହା ପରେ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ଲିଟର ପିଛା 103.81 ଟଙ୍କାକୁ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କ୍ରମାଗତ ଭାବରେ ଜାରି ରହିଛି । ରବିବାର ଦିନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ବୃଦ୍ଧି କରିଛି । ଗତ 14 ଦିନରେ ଦ୍ୱାଦଶ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି ।

ସୂଚନାନୁସାରେ, କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 40-40 ପଇସା ବୃଦ୍ଧି କରିଛି । ଏହା ପରେ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ଲିଟର ପିଛା 103.81 ଟଙ୍କାକୁ ବୃଦ୍ଧି ପାଇଛି । ଏଥିସହିତ, 1 ଲିଟର ଡିଜେଲର ମୂଲ୍ୟ ଲିଟର ପିଛା 95.07 ଟଙ୍କାକୁ ବୃଦ୍ଧି ପାଇଛି । ଆପଣଙ୍କୁ କହି ରଖୁଛୁ ଯେ ଗତ 14 ଦିନ ମଧ୍ୟରେ ରବିବାର ଦିନ ଦ୍ୱାଦଶ ଥର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଏହି ଦୁଇ ସପ୍ତାହ ମଧ୍ୟରେ ଇନ୍ଧନ ମୂଲ୍ୟ ଲିଟର ପିଛା 8.40 ଟଙ୍କା ବୃଦ୍ଧି ପାଇଲାଣି । ଗତ ମାର୍ଚ୍ଚ 22 ତାରିଖରୁ ଲଗାତାର ଭାବେ ଇନ୍ଧନ ମୂଲ୍ୟରେ ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ବାଧୁଛି ।
ସୂତନାଯୋଗ୍ୟ, ପେଟ୍ରୋଲ ଏବଂ ଡିଜେଲ ଦରର ମହଙ୍ଗା ମାଡ଼ କମୁନଥିବା ବେଳେ CNG ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । କେଜି ପିଛା CNG କୁ 80 ପଇସା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି କିଲୋଗ୍ରାମ ପ୍ରତି 61.61 ଟଙ୍କା ହୋଇଛି । ଗତ ଏକ ସପ୍ତାହ ମଧ୍ୟରେ, CNG ର ହାର ମଧ୍ୟ ତିନିଥର ବୃଦ୍ଧି ପାଇଛି । ଏହି ତିନି ଦିନରେ, CNG କିଲୋଗ୍ରାମରେ 2.40 ଟଙ୍କା ବୃଦ୍ଧି ପାଇଛି ।












Click it and Unblock the Notifications