Fuel Price : ଭୁବନେଶ୍ୱରରେ ଶତକ ମୁହାଁ ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ କଣ ରହିଛି ଆଜିର ଦର
ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏପର୍ଯ୍ୟନ୍ତ 22 ଥର ପେଟ୍ରୋଲ ଓ ଡିଦେଲ ଦର ବଢିସାରିଲାଣି । ମେ ମାସରେ କେବଳ 16 ଥର ବଢିଛି । ଲଗାତାର ଦାମ ବଢିବା ପରେ ପେଟ୍ରୋଲ 5 ଟଙ୍କା 24 ପଇସା ଏବଂ ଡିଜେଲ 5 ଟଙ୍କା 17 ପଇସା ବଢିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସହ ସଧାରଣ ଲୋକ ଲଢେଇ କରିବା ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲେଣି । ଏହି ସମୟରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଭାରି ପଡ଼ୁଛି । ବୁଧବାର ଦିନ ପେଟ୍ରୋଲ 25 ପଇସା ଏବଂ ଡେଜେଲ 26 ପଇସା ବଢିଥିଲା । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏପର୍ଯ୍ୟନ୍ତ 22 ଥର ପେଟ୍ରୋଲ ଓ ଡିଦେଲ ଦର ବଢିସାରିଲାଣି । ମେ ମାସରେ କେବଳ 16 ଥର ବଢିଛି । ଲଗାତାର ଦାମ ବଢିବା ପରେ ପେଟ୍ରୋଲ 5 ଟଙ୍କା 24 ପଇସା ଏବଂ ଡିଜେଲ 5 ଟଙ୍କା 17 ପଇସା ବଢିଛି ।

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏବଂ ମଧ୍ୟପ୍ରଦେଶର ଅନୁପପୁରରେ ପେଟ୍ରୋଲର ମୂଲ୍ୟ 106 ଟଙ୍କା ପାର ହୋଇଛି । 135 ଟି ଜିଲ୍ଲାରେ ପେଟ୍ରୋଲର ମୂଲ୍ୟ 100 ଟଙ୍କା ଅତିକ୍ରମ କରିଛି । ଆମେ ଆପଣଙ୍କୁ କହିଦେଉଛୁ ଯେ ଅଶୋଧିତ ତୈଳର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଛି, ଏହା ସତ୍ତ୍ୱେ ଦେଶରେ ତେଲର ମୂଲ୍ୟ ବଢିବାରେ ଲାଗିଛି ।
ଆଜି ଭୁବନେଶ୍ୱରେ ପେଟ୍ରୋଲ ଦାମ ଲିଟର ପିଛା 96 ଟଙ୍କା 30 ପଇସା ଏବଂ ଡିଜେଲ ଲିଟର ପିଛା 94 ଟଙ୍କା 223 ପଇସା ରହିଛି ।
ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 95.56 ଟଙ୍କା, ମୁମ୍ବାଇରେ 101.76 ଟଙ୍କା, ଚେନ୍ନାଇରେ 96.94 ଟଙ୍କା, କୋଲକାତାରେ 95.52 ଟଙ୍କା, ବେଙ୍ଗାଲୁରୁ 98.75 ଟଙ୍କା, ଲକ୍ଷ୍ନୌରେ 92.81 ଟଙ୍କା, ଜୟପୁରରେ 102.14 ଟଙ୍କା, ଚଣ୍ଡିଗଡ଼ରେ 91.91 ଟଙ୍କା, ଶ୍ରୀଗଙ୍ଗାନଗର ରେ 106.64 ଟଙ୍କା ଏବଂ ଅନୁପପୁରରେ 106.29 ଟଙ୍କା ରହିଛି ।
ଆଜି ଦିଲ୍ଲୀ ରେ ଡିଜେଲ ମୂଲ୍ୟ ଲିଟର ପିଛା 86.47 ଟଙ୍କା, ମୁମ୍ବାଇରେ 93.59 ଟଙ୍କା, ଚେନ୍ନାଇରେ 90.92 ଟଙ୍କା, କୋଲକାତା 89.07 ଟଙ୍କା, ବେଙ୍ଗାଲୁରୁରେ ଲିଟର ପିଛା 91.67 ଟଙ୍କା, ଜୟପୁର ରେ 95.37 ଟଙ୍କା, ଚଣ୍ଡିଗଡ଼ରେ ଲିଟର ପିଛା 86.12 ଟଙ୍କା ରହିଛି ।












Click it and Unblock the Notifications