Fuel Price : ପେଟ୍ରୋଲ ଡିଜେଲ ଉପରେ ଟିକସ ହ୍ରାସ କଲେ ପାଞ୍ଚଟି ରାଜ୍ୟ, ଜାଣନ୍ତୁ କେଉଁଠାରେ କମିଲା କେତେ ଦର
ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ପାଞ୍ଚଟି ରାଜ୍ୟ ରିହାତି ଦେଇଛନ୍ତି । କେତେକ ରାଜ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ହ୍ରାସ କରିଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ପାଞ୍ଚଟି ରାଜ୍ୟ ରିହାତି ଦେଇଛନ୍ତି । କେତେକ ରାଜ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ହ୍ରାସ କରିଛନ୍ତି । ଯାହା ପରେ ଏହି ରାଜ୍ୟଗୁଡ଼ିକରେ ଅନ୍ୟ ସ୍ଥାନ ତୁଳନାରେ ପେଟ୍ରୋଲ ଡିଜେଲ ଶସ୍ତା ହୋଇଛି । ପଶ୍ଚିମବଙ୍ଗ, ଆସାମ, ରାଜସ୍ଥାନ, ମେଘାଳୟ ଏବଂ ନାଗାଲାଣ୍ଡ ପେଟ୍ରୋଲ ଓ ଡିଜେଲ ଉପରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ହ୍ରାସ କରିଛନ୍ତି । ପଶ୍ଚିମବଙ୍ଗ ରବିବାର (21 ଫେବୃଆରୀ) ରେ ଟିକସ ହ୍ରାସ କରିଛି । ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଗତ ମାସରେ ଜାନୁଆରୀ ମାସରେ ରାଜସ୍ଥାନ ପେଟ୍ରୋଲ ଡିଜେଲ ଉପରେ ଭ୍ୟାଟ୍ ହ୍ରାସ କରାଯାଇଥିଲା ।

ରାଜସ୍ଥାନରେ 29 ଜାନୁଆରୀରେ ଭାଟ୍ 38 ପ୍ରତିଶତରୁ 36 ପ୍ରତିଶତକୁ ହ୍ରାସ କରିଛନ୍ତି । ଆସାମରେ କରୋନା ସଙ୍କଟ ମଧ୍ୟରେ 2020 ମସିହାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ କରାଯାଇଥିବା ଅତିରିକ୍ତ ଟିକସ୍ ଫେବୃଆରୀ 12 ରେ ପେଟ୍ରୋଲ ଏବଂ ଡିଜେଲ ଉପରେ 5 ଟଙ୍କାର ଅତିରିକ୍ତ ଟିକସ ହଟାଇ ଦେଇଛି । ମେଘାଳୟ ସରକାର ରାଜ୍ୟବାସୀଙ୍କୁ ସର୍ବାଧିକ ରିହାତି ପ୍ରଦାନ କରିଛନ୍ତି । ପେଟ୍ରୋଲ ଉପରେ 7.4 ଟଙ୍କା ଏବଂ ଡିଜେଲ ଉପରେ 7.1 ଟଙ୍କା ହ୍ରାସ କରି ମେଘାଳୟ ସରକାର ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।
ନାଗାଲାଣ୍ଡ ପେଟ୍ରୋଲ ଉପରେ ଭ୍ୟାଟ୍ 29.80 ପ୍ରତିଶତରୁ 25 ପ୍ରତିଶତକୁ ହ୍ରାସ କରିଛନ୍ତି । ଯାହା ପରେ ଟିକସ୍ ଲିଟର ପିଛା 18.26 ଟଙ୍କାରୁ 16.04 ଟଙ୍କାକୁ ହ୍ରାସ କରିଛି । ଏଥି ସହିତ ଡିଜେଲ ଉପରେ ଭାଟ୍ 17.50 ପ୍ରତିଶତରୁ 16.50 ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ପରେ ଏହି ଟିକସ୍ ମୂଲ୍ୟ ଲିଟର ପିଛା 11.08 ଟଙ୍କାରୁ ରୁ 10.51 ଟଙ୍କାକୁ ହ୍ରାସ ହୋଇଛି ।
ଏହି ରାଜ୍ୟଗୁଡିକରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହଟାଇବା ପରେ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ଉପରେ ଚାପ ବଢିଛି । ବର୍ତ୍ତମାନ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ମନା କରିଦେଇଛି । କେନ୍ଦ୍ର ସରକାର ପେଟ୍ରୋଲ ଉପରେ 13 ଟଙ୍କା ଏବଂ ଡିଜେଲ ଉପରେ 16 ଟଙ୍କା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଛନ୍ତି । ଭାରତର ଅଶୋଧିତ ତୈଳ କ୍ରୟ ମୂଲ୍ୟ ବ୍ୟାରେଲ ପିଛା 19.9 ଡଲାରରେ ପହଞ୍ଚିଛି ।
ତୈଳ ମୂଲ୍ୟ ବୃଦ୍ଧି ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ତୈଳ ଉତ୍ପାଦନକାରୀ ଦେଶ ସଂଗଠନ (ଓପିଟିସିସି) ର ନିଷ୍ପତ୍ତି ଅନୁସାରେ ଆଗାମୀ ଦିନରେ ତୈଳ ମୂଲ୍ୟ ହ୍ରାସ କିମ୍ବା ସ୍ଥିର ରହିବାର ଆଶା କରାଯାଉଛି । ସୂଚନାଯୋଗ୍ୟ, ଜାନୁଆରୀରୁ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ଓପିଟିସିସି ନିଷ୍ପତ୍ତି ନେଇଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications