Get Updates
Get notified of breaking news, exclusive insights, and must-see stories!

ଦୀପାବଳୀ ପରେ କଣ ରହିଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ? ଜାଣନ୍ତୁ, କିପରି ଜାଣିବେ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ଦର

ତେଲ ଦରରେ କେନ୍ଦ୍ର ସରକାର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ମଧ୍ୟ ଏକ୍ସାଇଜ୍ ଶୁଲ୍କ ହ୍ରାସ କରିଛନ୍ତି । ଏହା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 104 ଟଙ୍କା 91 ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପ୍ରତି ଦର ରହିଛି 94 ଟଙ୍କା 51

ନୂଆଦିଲ୍ଲୀ : ଦୀପାବଳି ପରେ ମଧ୍ୟ ଲୋକମାନେ ପେଟ୍ରୋଲ ଓ ଡିଜେଲ ଦରରେ ଆରାମ ପାଇଛନ୍ତି । ଶୁକ୍ରବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦୀପାବଳୀର ଗୋଟିଏ ଦିନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି । ସେବେଠାରୁ ତେଲର ମୂଲ୍ୟ ହ୍ରାସ ପାଇଛି ।

petrol

ଆପଣଙ୍କୁ କହିରଖୁଛୁ ଯେ ଦେଶର ଅନେକ ବଡ ସହରରେ ବର୍ତ୍ତମାନ ମଧ୍ୟ ପେଟ୍ରୋଲ ଲିଟର ପିଛା 100 ଟଙ୍କାରୁ ଅଧିକ ବିକ୍ରି ହେଉଥିବାବେଳେ ଡିଜେଲ ଦର 100 ଟଙ୍କାରୁ ସାମାନ୍ୟ କମ ରହିଛି ।

ତେଲ ଦରରେ କେନ୍ଦ୍ର ସରକାର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ମଧ୍ୟ ଏକ୍ସାଇଜ୍ ଶୁଲ୍କ ହ୍ରାସ କରିଛନ୍ତି । ଏହା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 104 ଟଙ୍କା 91 ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପ୍ରତି ଦର ରହିଛି 94 ଟଙ୍କା 51 ପଇସା ।

ଏହା ବ୍ୟତୀତ ଜାତୀୟ ରାଜଧାନୀ ଦିଲ୍ଲୀରେ ପୋଟ୍ରୋଲ ଲିଟର ପ୍ରତି 103 ଟଙ୍କା 97 ପଇସା, ମୁମ୍ବାଇରେ 109 ଟଙ୍କା 98 ପଇସା, କୋଲକାତାରେ 104 ଟଙ୍କା 67 ପଇସା, ଚେନ୍ନାଇରେ 101 ଟଙ୍କା 40 ପଇସାା ରହିଛି ।

ସେହିପରି ଡିଜେଲ ମୂଲ୍ୟରେ ହ୍ରାସ ପରେ ଦିଲ୍ଲୀରେ ଲିଟର ପ୍ରତି 86 ଟଙ୍କା 60 ପଇସା, ମୁମ୍ବାଇରେ 91 ଟଙ୍କା 43 ପଇସା, କୋଲକାତାରେ 89 ଟଙ୍କା 79 ପଇସା, ଚେନ୍ନାଇରେ 91 ଟଙ୍କା 43 ପଇସାରେ ବିକ୍ରି ହେଉଛି ।

ଘରେ ବସି କିପରି ଜାଣିବେ ଆପଣଙ୍କ ସହରର ତେଲ ଦର...

  • https://iocl.com/petrol-diesel-price ୱେବସାଇଟ୍ ଉପରେ କ୍ଲିକ୍ କରନ୍ତୁ ।
  • ଗୁଗୁଲ ପ୍ଲେ ଷ୍ଟୋରରୁ IOC ଆପ୍ ଡାଉନଲୋଡ୍ କରନ୍ତୁ ।
  • ନଚେତ୍ 9224992249 ନମ୍ବରରେ ଏସ୍ଏମ୍ଏସ୍ କରନ୍ତୁ । ଏଥିଲାଗି RSP ପେଟ୍ରୋଲ ପମ୍ପ ଡିଲର କୋଡ୍ ଟାଇପ୍ କରି 92249 92249 କୁ SMS କରିବାକୁ ପଡିବ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+